ରାଜଧାନୀ ଉପକଣ୍ଠରୁ ବ୍ରାଉନ ସୁଗାର ଜବତ ସହ ଜଣେ ଗିରଫ

36

ରାଜଧାନୀରେ ଥମୁନାହିଁ ନିଶା କାରବାର I ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା- ଜଟଣୀ ନିକଟରୁ ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ସହ ଜଣକୁ ଅଟକ ରଖିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍। ଅଭିଯୁକ୍ତ ଜଣ ଉମେଶ ବେହେରା ବୋଲି ଜଣାପଡିଛି । ସେ କାର୍‌ରେ ବ୍ରାଉନସୁଗାର ବିକ୍ରି କରିବା ଉଦ୍ଦେଶ୍ୟରେ ଆଣୁଥିବାବେଳେ ତାଙ୍କ କାରକୁ ମଧ୍ୟ ଜବତ କରାଯାଇଛି । ଯୁବକ ଜଣ ବ୍ରାଉନ୍‌ସୁଗାର କେଉଁଠି ନେଉଥିଲେ ସେନେଇ ଏସ୍‌ଟିଏଫ୍‌ ଟିମ୍ ପଚରା ଉଚାର କରୁଛନ୍ତି। ତାହା ସହିତ ସଂପୃକ୍ତ ଥିବା ଅନ୍ୟ ବେପାରୀଙ୍କୁ ଧରିବାପାଇଁ ତଦନ୍ତ ଚଳାଇଛି କ୍ରାଇମ୍‌ବ୍ରାଞ୍ଚ ଟିମ୍

ସୂଚନା ମୁତାବିକ, ଗୁଇନ୍ଦା ସୂଚନା ଆଧାରରେ ଗତକାଲି ସନ୍ଧ୍ୟାରେ ଏକ ହୁଣ୍ଡା କାର୍‌ରେ ବ୍ରାଉନସୁଗର ନେଇ କିଛି ବ୍ୟକ୍ତି ଜଟଣୀରୁ ଭୁବନେଶ୍ୱର ଆସୁଥିବା ଖବର ମିଳିଥିଲା। ଯାହା ପରେ ଚଢ଼ାଉ କରାଯାଇଥିଲା। ସୁନ୍ଦରପଦା-ଜଟଣୀ ରାସ୍ତାର ହାଇଟେକ୍ ପ୍ଲାଜା ଠାରେ ଏକ କାର୍‌କୁ ପୁଲିସ ଅଟକାଇଥିଲା।କାର ଭିତରୁ ୧ କେଜି ୫୦ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ କରିଥିବା ବେଳେ ବେପାରୀକୁ ଧରିବାରେ ସଫଳ ହୋଇଥିଲା ଟିମ୍। ତେବେ କାର ଚଳାଉଥିବା ବ୍ୟକ୍ତି ଜଣକ କୌଶଳକ୍ରମେ ସେଠାରୁ ଖସି ପଳାଇଯାଇଥିଲେ I ଉଲ୍ଲେଖ ଯୋଗ୍ୟ ପୂଜା ବଜାରକୁ ନିଶାମୁକ୍ତ ତଥା ଶାନ୍ତି ଶୃଙ୍ଖଳା ବଜାୟ ରଖିବାପାଇଁ ଆକ୍ସନ ମୁଡ଼ରେ ରହିଛି କମିଶନରେଟ ପୋଲିସ I ସହର ଭିତରେ ଅଧିକାଂଶ ସ୍ଥାନରେ ନିଶା ବେପାରୀଙ୍କୁ ଗୋଡ଼ାଇ ଧରିବା ସହ ନିଶା କାରବାର ହେଉଥିବା ଘରଗୁଡିକୁ ମଧ୍ୟ ଭଙ୍ଗ ଯାଉଛି I ସେହିପରି ୨୦୨୦ରୁ ବର୍ତ୍ତମାନ ସୁଦ୍ଧା ୫୮ କେଜି ବ୍ରାଉନସୁଗାର ଜବତ କରିଛି ଏସ୍‌ଟିଏଫ ଟିମ୍‌।

Comments are closed, but trackbacks and pingbacks are open.