୧୪ ଦିନ ହାଜତକୁ ଗଲେ ଆପ୍ ନେତା ଅମାନାତୁଲ୍ଲା

114

ନୂଆଦିଲ୍ଲୀ: ଦିଲ୍ଲୀ ୱାକଫ୍ ବୋର୍ଡ ଦୁର୍ନୀତି ମାମଲାରେ ସ୍ଥାନୀୟ ଏକ ଅଦାଲତ ସୋମବାର ଆପ୍ ବିଧାୟକ ଅମାନାତୁଲ୍ଲା ଖାନ୍‌ଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇଛନ୍ତି । ଏଥିସହିତ ମଙ୍ଗଳବାର ତାଙ୍କ ଜାମିନ ଆବେଦନର ଶୁଣାଣି ମଧ୍ୟ କରାଯିବ । ପାଞ୍ଚଦିନିଆ ରିମାଣ୍ଡ ଶେଷ ହେବାପରେ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିିବି) ପକ୍ଷରୁ ସୋମବାର ଅମାନାତୁଲ୍ଲାଙ୍କୁ ଅଦାଲତରେ ହାଜର କରାଯାଇଥିଲା । ଏସିବି ପକ୍ଷରୁ ଅମାନାତୁଲ୍ଲାଙ୍କୁ ଜେରା କରିବାକୁ ଆଉ ଦୁଇ ସପ୍ତାହ ସମୟ ଲୋଡାଯାଇଥିଲା । ଚଳିତମାସ ୧୬ରେ ଏସିବି ଅଧିକାରୀ ଦିଲ୍ଲୀର ୪ଟି ସ୍ଥାନରେ ଚଢଉ କରି ନଗଦ ୨୪ ଲକ୍ଷ ଟଙ୍କା, ଲାଇସେନ୍ସ ନଥିବା ୨ଟି ପିସ୍ତଲ ଜବତ କରିବା ସହ ଅମାନାତୁଲ୍ଲାଙ୍କୁ ଗିରଫ କରିଥିଲେ ।

Comments are closed, but trackbacks and pingbacks are open.