ୟୁପି ସ୍କୁଲ କ୍ଲାସ୍‌ରୁମରେ କୁମ୍ଭୀର

24

ଲକ୍ଷ୍ନୌ: ଉତ୍ତରପ୍ରଦେଶ (ୟୁପି)ର ଅଲିଗଡ ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମରେ ଥିବା ସରକାରୀ ସ୍କୁଲର କ୍ଲାସ୍‌ରୁମ୍ ମଧ୍ୟରେ କୁମ୍ଭୀର ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀମାନେ କ୍ଲାସ୍‌ରୁମକୁ ପ୍ରବେଶ କରିବାପରେ କୁମ୍ଭୀରକୁ ଦେଖି ଆତଙ୍କିତ ହୋଇପଡିଥିଲେ । ସୂଚନା ପାଇବାପରେ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଗ୍ରାମବାସୀ ସେଠାରେ ପହଞ୍ଚି କୁମ୍ଭୀରକୁ କ୍ଲାସ୍‌ରୁମ୍‌ରେ ଅଟକ ରଖିବା ସହ ବନ ବିଭାଗକୁ ଖବର ଦେଇଥିଲେ । କନ କର୍ମଚାରୀମାନେ କୁମ୍ଭୀରକୁ ଉଦ୍ଧାର କରି ଗଙ୍ଗା ନଦୀରେ ଛାଡିଥିବା ଡିଏଫ୍‌ଓ କହିଛନ୍ତି ।

Comments are closed, but trackbacks and pingbacks are open.