ବେଗୁସରାୟ ହାଇୱେ ଫାୟାରିଂ: ସାତ ପୁଲିସ କର୍ମଚାରୀ ନିଲମ୍ବିତ

17

ବେଗୁସରାୟ: ବିହାରର ବେଗୁସରାୟର ସଡ଼କରେ ହୋଇଥିବା ପାୟାରିଂ ମାମଲାରେ ଅବହେଳା ଅଭିଯୋଗରେ ସାତ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦୁଇ ବଦମାସ ଧରାପଡ଼ି ନାହାନ୍ତି । ସେମାନଙ୍କୁ ଧରିବା ପାଇଁ ପୁଲିସର ତିନିଟି ଟିମ୍ ଗଠନ କରାଯିବା ସହ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି । ଇତିମଧ୍ୟରେ ବେଗୁସରାୟରେ ପହଞ୍ଚିଥିବା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ରାଜ୍ୟ ସରକାରଙ୍କୁ ଜୋର୍‌ଦାର ଆକ୍ରମଣ କରିଛନ୍ତି । ସେ କହିଛନ୍ତି, ବେଗୁସରାୟ ଘଟଣା ବିହାର ପାଇଁ ବହୁତ ଦୁର୍ଭାଗ୍ୟପୂର୍ଣ୍ଣ । ବିହାରରେ ମହାମେଣ୍ଟ ସରକାର ଗଠନ ହେବା ଦଦିରୁ ହିଁ ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ିଯାଇଛି । ଅନ୍ୟପକ୍ଷରେ ବେଗୁସରାୟରେ ବୃଦ୍ଧି ପାଉଥିବା ଅପରାଧ ବିରୋଧରେ ବିଜେପି ବୁଧବାର ବେଗୁସରାୟ ବନ୍ଦ ଡାକରା ଦେଇଥିଲା । ଜିଲ୍ଲା ଅଧ୍ୟକ୍ଷ ରାଜ କିଶୋର ସିଂହଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ହର ହର ମହାଦେବ ଚୌକ୍‌ରେ ଜାତୀୟ ରାଜପଥ ୩୧ ଜାମ୍ କରିଥିଲେ । ଫଳରେ ରାସ୍ତାରେ ଯାନବାହନର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା ।

Comments are closed, but trackbacks and pingbacks are open.