ଋାହୁଲଙ୍କ ହାତ ଧରିବେ ଆଥିଆ

40

ଖୁବ୍‌ଶୀଘ୍ର କ୍ରିିକେଟର କେ.ଏଲ୍ ରାହୁଲଙ୍କ ହାତ ଧରିବେ ଅଭିନେତ୍ରୀ ଆଥିଆ ସେଟ୍ଟି । ଦୀର୍ଘ ତିନି ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ଆସନ୍ତାବର୍ଷ ବାହା ହେବେ ଆଥିଆ ଓ ରାହୁଲ । ସେହିପରି ବିବାହର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଆଥିଆଙ୍କ ବାପା ସୁନୀଲ ସେଟ୍ଟି । ଯଦିଓ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଛି, ତଥାପି ବିବାହ ତାରିଖ ସ୍ଥିର ହୋଇ ନାହିଁ । ଅନ୍ୟପଟେ ବିବାହ କେଉଁଠି ହେବ, ତାହା ମଧ୍ୟ ସ୍ଥିର ହୋଇସାରିଛି । ତେବେ ସୁନୀଲ ଆଥିଆଙ୍କ ବାହାଘର କୌଣସି ପଞ୍ଚତାରକା ହୋଟେଲରେ ନୁହେଁ, ବରଂ ୧୭ ବର୍ଷ ପୁରୁଣା ନିଜ ଖଣ୍ଡାଲା ଘରେ କରିବେ । ସେହିପରି ରାହୁଲ ଏବେ ବ୍ୟସ୍ତ ଅଛନ୍ତି । ସେ ଯେତେବେଳେ ଫାଙ୍କା ହେବେ ତଥା ତାଙ୍କ ସୁବିଧାକୁ ଦେଖି ବିବାହ ତାରିଖ ସ୍ଥିର କରାଯିବା ଦରକାର । ଅନୁମାନ କରାଯାଇଛି ୨୦୨୩ ଜାନୁଆରିରେ ଦୁହେଁ ହାତକୁ ଦି’ହାତ ହେବେ । ଅନେକ ସମୟରେ ଆଥିଆ ଓ ରାହୁଲଙ୍କ ସମ୍ପର୍କକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଲେ ସୁଦ୍ଧା ସେମାନେ କିନ୍ତୁ ନିଜ ସମ୍ପର୍କ ବାବଦରେ କେବେ ମୁହଁ ଖୋଲି ନାହାନ୍ତି ।

Comments are closed, but trackbacks and pingbacks are open.