ଲିଙ୍ଗାୟତ ଗୁରୁ ଗିରଫ

28

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ପ୍ରସିଦ୍ଧ ଲିଙ୍ଗାୟତ ଶୈବ ମଠ ମୁରୁଗା ମଠର ମୁଖ୍ୟ ମହନ୍ତ ଡ. ଶିବମୂର୍ତ୍ତୀ ମୁରୁଗା ଶରଣରୁଙ୍କୁ କର୍ଣ୍ଣାଟକ ପୁଲିସ ଗିରଫ କରିଛି । ତାଙ୍କ ନାମରେ ଶିଶୁ ଯୌନ ନିର୍ଯ୍ୟାତନା ଭଳି ସଙ୍ଗୀନ ମାମଲା ଆସିଥିଲା। ସେ ଓ ଅନ୍ୟ ୪ ଜଣଙ୍କ ନାଁରେ ୨ ଜଣ ହାଇସ୍କୁଲ ଛାତ୍ରୀଙ୍କୁ ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ ହୋଇଛି । ପୁଲିସ ପକସୋ ଆଇନ ଅଧିନରେ ଏହି ମାମଲାର ତଦନ୍ତ କରୁଛି । ଗତ ମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଲିଙ୍ଗାୟତ ଦୀକ୍ଷା ଦେଇ ଡ. ଶିବମୂର୍ତ୍ତୀ ଚର୍ଚ୍ଚାକୁ ଆସିଥିଲେ । ମୁରୁଗା ମଠ ଗସ୍ତ କରିବା ଅବସରରେ ରାହୁଲ ଏହି ଦୀକ୍ଷା ନେଇଥିଲେ । ଦୀକ୍ଷା ନେବା ପରେ ରାହୁଲ ଏକ ଟୁଇଟ କରି ଲେଖିଥିଲେ ଶ୍ରୀଜଗତଗୁରୁ ମୁରୁଗାରାଜେନ୍ଦ୍ର ବିଦ୍ୟାପୀଠ ପରିଦର୍ଶନ କରି ଡ. ଶିବମୂର୍ତ୍ତୀ ମୁରୁଗା ଶରଣରୁଙ୍କଠାରୁ ଇଷ୍ଟଲିଙ୍ଗ ଦୀକ୍ଷା ଗ୍ରହଣ କରିବା ଏକ ସମ୍ମାନର ବିଷୟ । ଲିଙ୍ଗାୟତ ସଂପ୍ରଦାୟ କର୍ଣ୍ଣାଟକରେ ଏକ ପ୍ରଭାବଶାଳୀ ସଂପ୍ରଦାୟ ଭାବେ ଜଣାଶୁଣା । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ୟୁଦ୍ୟୁରାପ୍ପା ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏହି ସଂପ୍ରଦାୟରୁ ଆସନ୍ତି ।

Comments are closed, but trackbacks and pingbacks are open.