ଭୟାବହ ଅଗ୍ନିକାଣ୍ଡ : ଗୋଟିଏ ପରିବାରରୁ ପରିବାରର ୫ ମୃତ ଓ ୭ ଆହତ

29

ମୁରାଦାବାଦ, ଅଗଷ୍ଟ ୨୬ (ପି.ଏନ.ଏ ): ଉତ୍ତର ପ୍ରଦେଶର ମୁରାଦାବାଦରେ ଭୟାବହ ଅଗ୍ନିକାଣ୍ଡ।ଗୋଟିଏ ୩ ମହଲା କୋଠାଘରେ ନିଆଁ ଲାଗିଜିବା ଫଳରେ ପରିବାରର ୫ ଜଣଙ୍କର ମୃତ୍ୟୁହେବା ସହ ୭ ଜଣ ଆହତ ହୋଇଛନ୍ତି ।

ମୁରାଦାବାଦର ଜିଲ୍ଲାପାଳ ଶୈଳେନ୍ଦ୍ର ସିଂହ କହିଛନ୍ତି ଯେ, ଗଲଶହୀଦ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେବା ସହ ନିଆଁ ଲିଭାଇବାକୁ ଉଦ୍ଯମ କରିଥିଲେ। ଅଗ୍ନିଶମ ବାହିନୀର ୫ଟି ଗାଡ଼ି ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ଧରି ଅକ୍ଲାନ୍ତ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲା।ଅଗ୍ନିଶମ କର୍ମଚାରୀମାନେ ନିଆଁ ଭିତରୁ ୧୨ ଜଣଙ୍କୁ ଉଦ୍ଧାର କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଜୀବନ ବଞ୍ଚାଇବା ସେମାନଙ୍କ ପକ୍ଷେ ସମ୍ଭବ ହୋଇ ନଥିଲା। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ୩ ଜଣ ଛୋଟ ପିଲା ରହିଛନ୍ତି। ଏହା ସହିତ ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ ।

ଏହି ନିଆଁରେ ଶମା ପରବୀନ ଓ ତାଙ୍କର ୩ ଶିଶୁ ଓ ମା’ଙ୍କର ମୃତ୍ୟୁ ହୋଇଛି । ଶମା ପରବୀନ ସରକାର ସ୍କୁଲରେ ଶିକ୍ଷକ ଥିଲେ । ସେ ଉତ୍ତରାଖଣ୍ଡର ରାନୀଖେତରୁ ୨ ଭାଣଜୀଙ୍କ ବିବାହରେ ସାମିଲ ହେବାକୁ ଆସିଥିଲେ । ସେ ମା’ କମର ଆରାଙ୍କ ଘରେ ଅଟକି ଥିଲେ । ଜୀବନ ହରାଇଥିବା ଲୋକଙ୍କ ମଧ୍ୟରେ ନାଫିଆ (୭), ଇବାଦ (୩), ଉମେମା (୧୨), ଶମା ପରବୀନ (୩୫) ଓ କମର କମର ଆରା (୬୫) ଅଛନ୍ତି ।

Comments are closed, but trackbacks and pingbacks are open.