ରାଜୁ ଶ୍ରୀବାସ୍ତବ ଙ୍କ ଫେରିଲା ଚେତା ,ସୁଧୁରୁଚି ସ୍ୱାସ୍ଥ୍ୟବସ୍ଥା

30

ବଲିଉଡ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥା ରେ ସୁଧାର । ୧୫ ଦିନ ଚିକିତ୍ସାଧୀନ ରହିବା ପରେ ଫେରିଛି ଚେତା। ଅଗଷ୍ଟ ୧୦ ରେ ଜିମରେ ବ୍ୟାୟାମ କରୁଥିବା ସମୟରେ ହୃଦଘାତ ର ଶିକାର ହୋଇଥିଲେ ଏବଂ ସେବେଠାରୁ ତାଙ୍କୁ ଦିଲ୍ଲୀର AIIMS ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଦୀର୍ଘ ୧୫ ଦିନ ଚେତାଶୂନ୍ୟ ରହିବା ପରେ ଡାକ୍ତର ମାନଙ୍କ ଆପ୍ରାଣ ଚେଷ୍ଟା ଏବଂଭଗବାନ ଙ୍କ ଅଶେଷ କୃପାରୁ ତାଙ୍କର ଚେତା ଫେରିଛି । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ସୂଚନା ଦେଇଛନ୍ତି ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର I

ଅନ୍ୟପଟେ କିଛି ଦିନ ତଳେ କୁହାଯାଉଥିଲା ଯେ ରାଜୁଙ୍କୁ ଖୁବ୍‌ ଶୀଘ୍ର ଭେଣ୍ଟିଲେଟରରୁ ବାହାର କରାଯିବ। କିନ୍ତୁ ଏହା ପରେ ରାଜୁ ଶ୍ରୀବାସ୍ତବଙ୍କ ଭାଇ ପ୍ରତିକ୍ରିୟା ଦେଇ କହିଥିଲେ, ଏହା ଏକ ଗୁଜବ। ରାଜୁଙ୍କୁ ଭେଣ୍ଟିଲେଟରରୁ ଏବେ ହଟାଯିବ ନାହିଁ।

ନ୍ୟୁଜ୍ ଏଜେନ୍ସି ANI ର ରିପୋର୍ଟ ଅନୁଯାୟୀ ରାଜୁ ଚେତା ଫେରି ଆସିଛି। ରାଜୁଙ୍କ ପର୍ସନାଲ ସେକ୍ରେଟେରୀ କହିଛନ୍ତି ଯେ ୧୫ ଦିନ ପରେ ତାଙ୍କ ଚେତା ଫେରିଛି। ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଏଥି ସହିତ ତାଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆସୁଛି।

ପ୍ରକାଶ ଯେ ରାଜୁଙ୍କ ଚେତା ଫେରାଇ ଆଣିବା ପାଇଁ ତାଙ୍କୁ କିଛି ଦିନ ହେବ ବିଗ ବି ଅମିତାଭ ବଚ୍ଚନଙ୍କ କଣ୍ଠସ୍ୱର ଶୁଣା ଯାଉଥିଲା। ଏହି ମେସେଜ ନିଜେ ଅମିତାଭ ହିଁ ପଠାଇଥିଲେ। ଏଥିରେ ଅମିତାଭ କହୁଥିଲେ, ‘ରାଜୁ ଉଠିଯାଅ, ବହୁତ ହେଇଗଲା, ଏବେ ଅନେକ କାମ କରିବାକୁ ହେବ। ଉଠ ରାଜୁ ଉଠ।’ ଗତ ୨ ଦିନ ହେଲା ଏହି କଣ୍ଠ ସ୍ୱରକୁ ଅଧିକ ଥର ରାଜୁଙ୍କୁ ଶୁଣାଇବା ପରେ ଆଜି ତାଙ୍କ ହୋସ ଫେରିଥିବା କୁହାଯାଉଛି।

Comments are closed, but trackbacks and pingbacks are open.