ନିଶା ବେପାରୀ ଦୁଇ ଭାଇଙ୍କ ୩ କୋଟି ଟଙ୍କା ର ସମ୍ପତି ବାଜ୍ୟାପ୍ତି କଲା ଏସଟିଏଫ
ଭୁବନେଶ୍ୱର ୨୮-୦୭ (ପି.ଏନ.ଏ) : ଦୁଇ ନିଶା ବେପାରୀ ଭାଇ ଙ୍କ ସମ୍ପତ୍ତି ବାଜ୍ୟାପ୍ତି କଲା ଏସଟିଏଫ । ନିଶା ମାଫିଆ ଅରୁଣ ପ୍ରଧାନ ଓ ବନମାଳୀ ପ୍ରଧାନଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରାଯାଇଛି । ଜବତ ସମ୍ପତ୍ତି ମଧ୍ୟରେ ୫ଟି କମର୍ସିଆଲ ବିଲ୍ଡିଂ, ୮ଟି ପ୍ଲଟ୍, ୫୯୫ ଗ୍ରାମ ସୁନା,୧୯ଟି ବ୍ୟାଙ୍କ ଆକାଉଣ୍ଟ ଓ ଦୁଇଟି ଗାଡ଼ି ରହିଛି। ଏହି ସବୁ ସମ୍ପତ୍ତି କିଛି ଅରୁଣ ଓ ବନମାଳୀ ନିଜ ନାଁରେ ରଖିଥିବା ବେଳେ ଆଉ କିଛି ନିକଟ ସର୍ମ୍ପକୀୟଙ୍କ ନାଁରେ ରହିଛି । ଏହି ସମସ୍ତ ସମ୍ପତ୍ତି ନିଶା କାରବାରରୁ ଅର୍ଜିତ ଟଙ୍କାରୁ କିଣିଥିବା ଜଣା ପଡ଼ିଛି । ଦୁଇ ଭାଇ ହେଉଛନ୍ତି ଞ୍ଜାମ ଜିଲ୍ଲା ବୁଗୁଡା ଅଞ୍ଚଳର I ୨୦୨୨ ଏପ୍ରିଲ ୨୯ରେ ଏମାନଙ୍କ ନିକଟରୁ ୧୦୬ କେଜି ଗଞ୍ଜେଇ ଓ ୫୧୭ ଗ୍ରାମ ଅଫିମ ଜବତ କରାଯାଇଥିଲା । ଏହାସହ ଏହି ଦୁଇ ଭାଇ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଏସଟିଏଫ ।
Comments are closed, but trackbacks and pingbacks are open.