ଶ୍ରାବଣ ରେ ମୟୁର ଚନ୍ଦ୍ରିକା ରେ କରନ୍ତୁ ବିଶେଷ ପ୍ରତିକାର ,ରହିବ ନାହିଁ ଆର୍ଥିକ ସଙ୍କଟ

43

ଧର୍ମ, ଜ୍ୟୋତିଷ ଶାସ୍ତ୍ର, ଏବଂ ବସ୍ତୁ ଶାସ୍ତ୍ରରେ ମୟୂର ପକ୍ଷ ବା ମୟୁର ଚନ୍ଦ୍ରିକା କୁ ବହୁତ ଗୁରୁତ୍ୱ ଦିଆଯାଇଛି I ଭଗବାନ କୃଷ୍ଣ ତାଙ୍କ ମୁଣ୍ଡରେ ଏକ ମୟୂର ଚନ୍ଦ୍ରିକା ଧାରଣ କରିଥାନ୍ତି । ଯଦି ଆପଣ ଶ୍ରାବଣ ମାସରେ ମୟୂର ପକ୍ଷ ସମ୍ବନ୍ଧୀୟ ପ୍ରତିକାର ସ୍ୱରୂପ କିଛି ପଦକ୍ଷେପ ନିଅନ୍ତି, ତେବେ ଆପଣ ଭୋଲେନାଥଙ୍କ ସହିତ ଭଗବାନ ବିଷ୍ଣୁଙ୍କ ଅପାର ଆଶୀର୍ବାଦ ପାଇପାରିବେ I ମୟୂର ପକ୍ଷ ର ଏହି ପ୍ରତିକାର ଗୁଡ଼ିକ ଅର୍ଥ ସଙ୍କଟ, ନଜର ଦୋଷ , ଗ୍ରହ ଜନିତ ଦୋଷ ରୁ ମୁକ୍ତି ପାଇବାରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ I ଶ୍ରାବଣ ମାସ ୧୪ ଜୁଲାଇ ୨୦୨୨ ରୁ ଆରମ୍ଭ ହୋଇ ୧୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ I ଆସନ୍ତୁ ଜାଣିବା ମୟୂର ପକ୍ଷ ର ଏହି ବିଶେଷ ପ୍ରତିକାର ଗୁଡିକ ବିଷୟରେ :

ଗ୍ରହର ଦୋଷ ରୁ ମୁକ୍ତି ପାଇବା ପାଇଁ ପ୍ରତିକାର:
ଯଦି ଜାତକରେ ଗ୍ରହ ଦୋଷ ଥାଏ ଏବଂ ସେହି କାରଣରୁ ଜୀବନରେ ଅନେକ ସମସ୍ୟା ଆସୁଥାଏ , ତେବେ ଶୀଘ୍ର ଏଥିରୁ ମୁକ୍ତି ପାଇବା ପାଇଁ ପଦକ୍ଷେପ ନିଅନ୍ତୁ I ଗ୍ରହ ଦୋଷ ଦୂର କରିବା ପାଇଁ , ଆପଣ ହାତରେ ଏକ ମୟୂର ପକ୍ଷ ଧରି, ୨୧ ଥର ଉକ୍ତ ଗ୍ରହ ର ମନ୍ତ୍ର ଜପ କରନ୍ତୁ ଏବଂ ହାତରେ କିଛି ଗଙ୍ଗା ପାଣି ନେଇ ଛିଞ୍ଚନ୍ତୁ ଏବଂ ଏହାକୁ ପୂଜା ଘରେ ରଖନ୍ତୁ I କିଛି ଦିନ ପରେ ଗ୍ରହ ଦୋଷରୁ ମୁକ୍ତି ମିଳିବ I

ଅର୍ଥ ସଙ୍କଟରୁ ମୁକ୍ତି ପାଇବା ପାଇଁ :
ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଆପଣ ଏକ ମୟୁର ପଂଖୁ କୁ ନେଇ ବିଷ୍ଣୁ ଙ୍କ ମନ୍ଦିର ରେ ରଖି ୪୦ ଦିନ ପର୍ଯ୍ୟନ୍ତ ପୂଜା କରନ୍ତୁ I ଏହାପରେ ଏହାକୁ ଆଣି ତାଙ୍କ ବାକ୍ସ ରେ ରଖନ୍ତୁ I ଆର୍ଥିକ ସଙ୍କଟ ରୁ ମୁକ୍ତି ମିଳିବ I

ନଜର ଦୋଷ ଦୂର କରିବାର ପ୍ରତିକାର:

ଅନେକ ଥର, ନଜର ଦୋଷ ହେତୁ ମଧ୍ୟ କରାଯାଉଥିବା କାର୍ଯ୍ୟ ରେ ବାଧା ଆସିଥାଏ I ଏହାକୁ ଏଡାଇବା ପାଇଁ, ଏକ ରୂପା ତାବିଜ ରେ ମୟୂର ପଂଖୁ ରଖି ଏହାକୁ ମୁଣ୍ଡ ତଳେ ରଖି ଶୁଅନ୍ତୁ I ପିଲାମାନଙ୍କୁ ନଜର ଦୋଷ ରୁ ରକ୍ଷା କରିବା ପାଇଁ ଏହି ପ୍ରତିକାର ଅତ୍ୟନ୍ତ ପ୍ରଭାବଶାଳୀ I

Comments are closed, but trackbacks and pingbacks are open.