ଡେରିରେ ସ୍କୁଲ କୁ ଆସୁଥିବାରୁ ବାଟରେ ଶିକ୍ଷୟିତ୍ରୀ ଙ୍କୁ ତାଗିଦ କଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ

34

ଆକ୍ସନ ମୋଡରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାପାଇଁ ବିଭିନ୍ନ ଜିଲାକୁ ଅଚାନକ ପରିଦର୍ଶନ ରେ ଯାଇ ପିଲାଙ୍କ ପାଠ ପଢା କୁ ଅନୁଧ୍ୟାନ କରୁଛନ୍ତି I ମନ୍ତ୍ରୀ ଙ୍କ ଅଚାନକ ଗସ୍ତ ଦେଖି ଡ୍ୟୁଟି ରେ ଖିଲାପ କରୁଥିବା ଶିକ୍ଷକ ମହଲ ଥରହର I
ଏହି କ୍ରମରେ ଆଜି ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିମାପଡା ଗ୍ରସ୍ତରେ ଯାଉଥିବା ବେଳେ ପିପିଲି ଟୋଲ ଗେଟ ନିକଟରେ ଦିନ ୧୦.୨୦ ସମୟରେ ରେ ଦୁଇଜଣ ଶିକ୍ଷୟତ୍ରୀ ରାସ୍ତାରେ ସ୍କୁଟିରେ ଯାଉଥିବାର ଦେଖିଥିଲେ। ଏତେ ଡେରିରେ ଦୁଇ ଶିକ୍ଷୟତ୍ରୀ ସ୍କୁଲ ଯାଉଥିବା ଜାଣି ତାଙ୍କୁ ରାସ୍ତାରେ ଅଟକାଇ ଏତେ ଲେଟ ରେ କାହିଁକି ସ୍କୁଲ ଯାଉଥିବା କଥା ପଚାରିଥିଲେ । ଶିକ୍ଷୟତ୍ରୀ ଦୁହେଁ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ପରେ ମନ୍ତ୍ରୀ ପିପିଲି ନିମାପଡା ମୁଖ୍ୟରାସ୍ତା ଜଗନ୍ନାଥପୁର ୟୁପି ସ୍କୁଲ ଅଚାନକ ଗ୍ରସ୍ତ କରିଥିଲେ। ଦିନ ୧୦.୨୩ରେ ମଧ୍ୟ ପିଲାମାନେ ହତାରେ ଏଣେ ତେଣେ ବୁଲୁଥିବାର ଦେଖିଥିଲେ । ଶିକ୍ଷକ ମାନେ ଅଫିସ ଭିତରେ ଏକାଠି ବସି କଥା ହଉଥିବାର ଓ ପ୍ରଧାନ ଶିକ୍ଷକ ଗାଡି ଧରି ବାହାରକୁ ଯିବାକୁ ବାହାରି ଥିବାର ଦେଖିଥିଲେ। ମନ୍ତ୍ରୀ ସ୍କୁଲକୁ ଆସିବା ଦେଖି ପ୍ରଧାନଶିକ୍ଷକ ଅଟକି ଯାଇଥିଲେ। ତେବେ କ୍ଲାସ କଣ ପାଇଁ ଆରମ୍ଭ ହୋଇନି। ପିଲାମାରେ କାହିଁକି ବୁଲୁଛନ୍ତି ପଚାରିବା ସହ ସ୍କୁଲ କାଗଜ ପତ୍ର ଯାଞ୍ଚ କରିଥିଲେ ମନ୍ତ୍ରୀ। ତେବେ ସ୍କୁଲର କାଗଜ ପତ୍ରରେ ମଧ୍ୟ ଅନିୟମିତତା ଦେଖିବାକୁ ପାଇଥିଲେ।
ଏପରି ଅବ୍ୟବସ୍ଥା ସହ ସ୍କୁଲକୁ ଡେରିରେ ଆସିବା , କ୍ଲାସ ନକରି ଅଫିସରେ ବସିରହିବା ଏବଂ ସ୍କୁଲର କାଗଜ ପତ୍ରରେ ମଧ୍ୟ ଅନିଯମୀୟତା ପାଇଁ DEO ଓ BEOଙ୍କୁ ଫୋନ କରି ଏହି ସ୍କୁଲର ୮ ଜଣ ଶିକ୍ଷକଙ୍କୁ କାରଣ ଦର୍ଶlଅ ନୋଟିସ ଜାରି କରିବା ସହ ଦରମା ବନ୍ଦ ନୋଟିସ କରିବାକୁ ନିର୍ଦେଶ ଦେଇଥିଲେ ମନ୍ତ୍ରୀ।
ସେହିପରି ଗତ କିଛିଦିନ ପୂର୍ବେ ବାଲେଶ୍ୱରର ଏକ ସ୍କୁଲକୁ ଅଚାନକ ଗସ୍ତ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମଠସାହି ସ୍ଥିତ ମହାବୀର ନୋଡାଲ ୟୁପି ସ୍କୁଲରେ ୩ୟ ଶ୍ରେଣୀ ର ପିଲା ୩ କ ପଣିକିଆ କହି ନ ପାରିବାରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇ ଦରମା ବନ୍ଦ କରିବା କୁ ନିର୍ଦେଶ ଦେଇଥିଲେ I ଏହା ସହ ୧୫ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ I

Comments are closed, but trackbacks and pingbacks are open.