ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଜେଡ୍‌ ପ୍ଲସ୍ ସୁରକ୍ଷା: ଦାୟିତ୍ୱରେ ୧୨ CRPF, ଜଣେ ଡିସିପି ର‍୍ୟାଙ୍କ ଅଫିସର

139

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଦିଆଗଲା ଜେଡ୍‌ପ୍ଲସ ସୁରକ୍ଷା। କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି। ଦାୟିତ୍ୱରେ ରହିଛନ୍ତି ୧୨ CRPF, ଜଣେ ଡିସିପି ର‍୍ୟାଙ୍କ ଅଫିସର। ରାଷ୍ଟ୍ରପତି ପଦ ପାଇଁ ଦୌଡ଼ରେ ଅନେକ ନାଁ ଥିଲେ ମଧ୍ୟ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣି ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା କରିଥିଲେ ଜେପି ନଡ୍ଡା । ଦ୍ରୌପଦୀ ମୁର୍ମୁଙ୍କ ସହ ସିଧାସଳଖ ଲଢେଇ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ସହ ହେବ ।

ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା ପରେ ଆଜି ସକାଳୁ ରାଇରଙ୍ଗପୁରର ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ବେଢ଼ା ଓଳାଇବା ସହ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହାପରେ ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମ ଯାଇ ଆଲୋଚନା କରିଥିଲେ। ଏହାପରେ ଭୁବନେଶ୍ୱର ଅଭିମୁଖେ ବାହାରିବେ। ଆସନ୍ତା ୨୫ ତାରିଖରେ ନୋମିନେସନ କରିପାରନ୍ତି ଦ୍ରୌପଦୀ ।

Comments are closed, but trackbacks and pingbacks are open.