କମନ ପିଜି ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ : ୨୭ରୁ ଆବେଦନ

44

କମନ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ମୁତାବକ, କମନ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଜୁନ୍ ୨୭ରୁ SAMS ଜରିଆରେ ଆବେଦନ କରିହେବ। ଜୁଲାଇ ୧୨ ଆବେଦନର ଶେଷ ତାରିଖ ରହିଛି। ଜୁଲାଇ ୧୩ ଓ ୧୪ ତାରିଖରେ କମନ ଅପ୍ଲିକେସନ ଫର୍ମରେ ଆବଶ୍ୟକ ସଂଶୋଧନ କରିହେବ। ଜୁଲାଇ ୨୦ ତାରିଖ ଅପରାହ୍ନ ୨ଟା ପରେ ଆଡମିଟକାର୍ଡ ମିଳିବ। ଅଗଷ୍ଟ ୧ ତାରିଖରୁ ୧୩ ତାରିଖ ମଧ୍ୟରେ ସବୁ ବିଷୟର ପ୍ରଥମ ପର୍ଯ୍ୟାୟ ପ୍ରବେଶିକା ପରୀକ୍ଷା କରାଯିବ।

ବିଶ୍ୱବିଦ୍ୟାଳୟଗୁଡ଼ିକ ପକ୍ଷରୁ ଓକାକକୁ ଅଗଷ୍ଟ ୨୨ ତାରିଖରେ ପ୍ରବେଶିକା ମାର୍କ ପ୍ରଦାନ କରାଯିବ। ଅଗଷ୍ଟ ୨୫ ତାରିଖରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଏହା ପରଠାରୁ ଅଗଷ୍ଟ ୩୦ ସୁଦ୍ଧା ଚଏସ୍ ଫିଲିଂ ଓ ସେପ୍ଟେମ୍ବର ୫ ତାରିଖରେ ସିଟ୍ ଆଲଟମେଣ୍ଟ କରାଯିବ। ସେପ୍ଟେମ୍ବର ୬ ଓ ୭ ତାରିଖରେ ଆଡମିସନ ପ୍ରକ୍ରିୟା ଚାଲିବ।
ସେପ୍ଟମ୍ବର ୮ ତାରିଖରେ ପ୍ରଥମ ପର୍ଯ୍ୟାୟ ଆଡମିସନ ଶେଷ ପରବର୍ତ୍ତି ଅନଲାଇନ ଡାଟା ଅପଡେଟେସନ୍‌ କରାଯିବ। ସେପ୍ଟେମ୍ବର ୧୩ ତାରିଖ ମଧ୍ୟାହ୍ନ ପରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରୋଭିଜନାଲ ସିଟ୍ ଆଲଟମେଣ୍ଟ କରାଯିବ। ଏହା ପର ଦୁଇଦିନ ଦ୍ୱିତୀୟ ପର୍ଯ୍ୟାୟ ଆଡମିସନ ପ୍ରକ୍ରିୟା ଚାଲିବ। ୨୦ ତାରିଖରେ SAMS ୱେବସାଇଟ୍‌ରେ ଖାଲି ସିଟ୍ ନେଇ ସୂଚନା ପ୍ରକାଶ ପାଇବ। ୨୩ ତାରିଖରେ ସ୍ପଟ୍‌ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଏହା ପରଦିନ ଠାରୁ ୨୬ତାରିଖ ପର୍ଯ୍ୟନ୍ତ ସ୍ପଟ୍‌ ଆଡମିନସ ଚାଲିବ।

ଏ ସମ୍ପର୍କରେ ଯେକେହି ଅଧିକ ଜାଣିବା ନିମନ୍ତେ ଚାହିଁବେ ସେମାନଙ୍କ ପାଇଁ ଦୁଇଟି ହେଲପ ଲାଇନ ନମ୍ବରରେ ଜାରି କରାଯାଇଛି। ଏନେଇ www.samsodisha.gov.in ରେ ମଧ୍ୟ ଲଗଇନ କରି ଅଧିକ ସୂଚନା ପାଇପାରିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed, but trackbacks and pingbacks are open.