ଚଳଚଞ୍ଚଳ ରଥଖଳା: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚକରେ ଲାଗିଲା ବନ୍ଧ, ଅଖରେ ମେଣ୍ଡି
ଜୁଲାଇ ୧ ରେ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ବଡ଼ ଦାଣ୍ଡ ରଥଖଳା। ରଥ ପ୍ରସ୍ତୁତି ଜୋରସୋର ରେ ଆଗେଇ ଚାଲିଥିବାବେଳେ ଗତକାଲି ଚକରେ ଲାଗିଛି ବନ୍ଧ, ଅଖରେ ମେଣ୍ଡି। ଚକ ଗଡ଼ି ନଯିବା ପାଇଁ ଚକର ଉଭୟ ପାର୍ଶ୍ୱରେ ବନ୍ଧ ଲାଗିଛି। ରଥର ଚକ ଓ ଥାକ ହୋଇଛି। ୩ ରଥର ଧମକ କାର୍ଯ୍ୟ ଶେଷ ହୋଇଛି। ଗରଗରା ବିନ୍ଧ ଖୋଦେଇ ସରିଛି।
ବିଶ୍ୱକର୍ମାମାନେ ରଥଖଳାରେ ଏହାକୁ ଚଉପଟ କରୁଛନ୍ତି। ରୂପକାର ସେବକମାନେ ତିନି ରଥର ଚାର-ପରିଛାରେ ଡାଳିଲତା ଓ ପଦ୍ମପାଖୁଡ଼ା ଖୋଦେଇ ଚାଲିଛି। ଏଥିସହ ନାଟଗୋଡ଼ରେ ଗନ୍ଧର୍ବ ଖୋଦେଇ ଆରମ୍ଭ କରିଛନ୍ତି। ନେତ୍ରୋତ୍ସବରେ ତିନି ରଥ ସିଂହଦ୍ୱାରରେ ପହଞ୍ଚିବ। ଗତକାଲି ରାତିରେ ରଥଖଳାରେ ପଞ୍ଚିପାଣ୍ଡବଙ୍କୁ ପନ୍ତି ଭୋଗ ଅର୍ପଣ କରାଯାଇଛି।
Comments are closed, but trackbacks and pingbacks are open.