ଉତ୍ତରାଖଣ୍ଡ: ଗଭୀର ଖାତକୁ ବସ ଖସି ୨୫ ମୃତ, ୩ ଗୁରୁତର
ଉତ୍ତରାଖଣ୍ଡରେ ଭୟଙ୍କର ବସ ଦୁର୍ଘଟଣା । ଉତ୍ତରାଖଣ୍ଡର ଯମୁନେତ୍ରୀ ରାଜପଥରେ ଘଟିଛି ଏହି ଦୁର୍ଘଟଣା I ଯମୁନାଘାଟିରେ ୨୮ ଜଣ ତୀର୍ଥଯାତ୍ରୀ ଙ୍କୁ ନେଇ ଯାଉଥିବା ଏକ ବସ ନିୟନ୍ତ୍ରଣ ହରାଇ ପ୍ରାୟ ୨୦୦ ଫୁଟ ତଳକୁ ଖସି ପଡିଛି I ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ଏଥିସହିତ ୩ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ମିଳିବା ପରେ ଘଟଣା ସ୍ଥଳରେ ପୋଲିସ , ଏସଡିଆରଏଫର ଯବାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।
ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର କହିଛନ୍ତି ଯେ ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରୁ ୨୮ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଉତ୍ତରପ୍ରଦେଶର ଦାମଟା ନିକଟରେ ଦୁର୍ଘଟଣାଗସ୍ତ ହୋଇ ଏକ ଖାତ ମଧ୍ୟକୁ ଖସି ପଡିଛି । ସମସ୍ତ ଯାତ୍ରୀମାନେ ଯାମୁନେତ୍ରୀ ଦର୍ଶନ ସାରି ଫେରୁଥିଲେ Iଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ବସରେ ପ୍ରାୟ ୨୮ରୁ ୨୯ ଜଣ ଯାତ୍ରୀ ଥିଲେ। ୨ ରୁ ୩ ଜଣ ଗୁରୁତର ରୂପେ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟ ଶାସନ ଶଚିବ ସୁଖବୀର ସିଂ ସନ୍ଧୁ ସମସ୍ତ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହିତ , ମୃତକଙ୍କ ପରିବାର ପାଇଁ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଏବଂ ବସ୍ ଦୁର୍ଘଟଣାରେ ଆହତଙ୍କ ପାଇଁ ୫୦ ,୦୦୦ ଟଙ୍କା ର ସହାୟତା ରାଶି ଘୋଷଣା କରିଛନ୍ତି।
Comments are closed, but trackbacks and pingbacks are open.