ଜ୍ଞାନବାପୀ ମସଜିଦ୍ ସର୍ଭେ ଭିଡ଼ିଓ ଲିକ : ନନ୍ଦୀ ଓ ଶିବଲିଙ୍ଗ ମଧ୍ୟରେ ୮୩ ଫୁଟର ଦୂରତା, ଗମ୍ବୁଜ କାନ୍ଥ ରେ ତ୍ରିଶୂଳ ଚିହ୍ନ

28

ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦର ସର୍ବେକ୍ଷଣ ଚାଲୁଥିବାବେଳେ ଏହାର ଭିଡିଓ ଫୁଟେଜ ଲିକ ହୋଇଛି I ଭିଡିଓରେ ଶିବଲିଙ୍ଗ ପରି ଏକ ବୃତ୍ତାକାର ଆକୃତି ସମେତ ପ୍ରାୟ ସମସ୍ତ ଚିହ୍ନ ଦୃଶ୍ୟମାନ ହେଉଛି, ଯାହାକୁ କୋର୍ଟରେ କମିଶନର ତାଙ୍କ ସର୍ଭେରେ ଉଲ୍ଲେଖ କରିଛନ୍ତି। ସର୍ଭେ ରିପୋର୍ଟ ପରି, ସୋମବାର ସନ୍ଧ୍ୟାରେ ଲିକ୍ ହୋଇଥିବା ଭିଡିଓରେ ଜ୍ଞାନବାପୀ ମସଜିଦର ୱୁଡୁଖାନା, କୋର୍ଟର କମିଶନରଙ୍କ ଦଳ, ଓକିଲ ତଥା ପ୍ରତିପକ୍ଷ ଓକିଲଙ୍କ ଚାରିପାଖରେ ଦେଖିବାକୁ ମିଳୁଛି। ତେବେ ଜ୍ଞାନବାପୀ ମସଜିଦରେ ଶିବଲିଙ୍ଗ ଉଦ୍ଭାବନ ହେବା ର କେତେଦୂର ଯଥାର୍ଥ କେତେ ପରିମାଣରେ ସତ ଏହା ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ I ମାତ୍ର ଏ ସଂପର୍କିତ ଏକ ଭିଡିଓ ଲିକ ହୋଇଛି । ସର୍ଭେ ରିପୋର୍ଟରେ ମସଜିଦର ତିନୋଟି ଗମ୍ବୁଜ ତଳେ ଏକ ତ୍ରିଶୂଳ ପରି ଚିତ୍ର ଥିବା ଉଲ୍ଲେଖ କରାଯାଇଥିବାବେଳେ ଲିକ ହୋଇଥିବା ଭିଡିଓରେ ଏହି ଚିହ୍ନଟି ଦୃଶ୍ୟମାନ ହେଉନାହିଁ। ଏବେ ଆଉ ଏକ ଭିଡିଓ ଆସିଛି ଯାହାକି କୋର୍ଟରେ ଦାଖଲ କରାଯାଇଛି । ଏହି ଭିଡିଓ ସର୍ଭେ ସମୟରେ ପ୍ରସ୍ତୁତ କରାଯାଇଛି । ଭିଡିଓରୁ ଜଣାପଡ଼ିଛି ଯେ, ନନ୍ଦୀ ବାବାଙ୍କ ଠାରୁ ଶିବଲିଙ୍ଗର ଦୂରତା ୮୩ ଫୁଟ ରହିଛି ।

କମିଶନଙ୍କ ରିପୋର୍ଟରେ ଯେଉଁ ଜିନିଷ ଉପରେ ଦାବି କରାଯାଉଥିଲା, ତାହା ସବୁ ଭିଡିଓରେ ଦେଖାଯାଉଛି । ଭିଡିଓରେ ଶିବଲିଙ୍ଗ ଉପରେ ସିମେଣ୍ଟ ରଖାଯାଇଛି, ଯାହାକୁ କି ଭାଙ୍ଗି ଦିଆଯାଇଛି । ଏହାକୁ ଦେଖି ଲାଗୁଛି ଯେ, ଶିବଲିଙ୍ଗକୁ କ୍ଷତିଗ୍ରସ୍ତ କରିବାକୁ ଉଦ୍ୟମ ହୋଇଛି । ଏହାକୁ ନଷ୍ଟ କରିବାକୁ ଉଦ୍ୟମ କରାଯାଇଛି । ହିନ୍ଦୁ ପକ୍ଷର ଦାବି ଯେ, ଆମର ଆରାଧ୍ୟ ଦେବତାକୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ ହୋଇଥିଲା ।

ସର୍ବ ପ୍ରଥମେ କମିଶନର ଟିମ୍ ଭିତରକୁ ପ୍ରବେଶ କରିବାରୁ ଜଳଭର୍ତ୍ତି ଅଞ୍ଚଳରୁ ପାଣି ନିଷ୍କାସନ କରିଥିଲେ । ପାଣି କମିଯିବା ପରେ ଶିବଲିଙ୍ଗର କିଛି ଅଂଶ ଦେଖାଯାଇଥିଲା । ପାଣି ଅଧିକ ନିଷ୍କାସିତ ହେବା ପରେ ଶିବଲିଙ୍ଗ ଭଳି ଆକୃତି ସ୍ପଷ୍ଟ ହେଲା, ଏହା ପରେ ହିନ୍ଦୁ ପକ୍ଷ ଦାବି କରିଛନ୍ତି, ଏହା ଶିବଲିଙ୍ଗ । ଏଠାରେ ଆମକୁ ପୂଜା କରିବାର ଅଧିକାର ମିଳୁ । ଅନ୍ୟପଟରେ ମୁସଲିମ ପକ୍ଷ ଦାବି କରୁଛନ୍ତି ଯେ, ଏହା ଶିବଲିଙ୍ଗ ନୁହେଁ । ତେବେ କୋର୍ଟରେ ମାମଲା ଜାରି ରହିଛି ।

ଅନ୍ୟ ଏକ ଭିଡିଓରେ ମସଜିଦ ଭିତରେ ତ୍ରିଶୁଳ ଦେଖାଯାଉଛି । କାନ୍ଥରେ ତ୍ରିଶୁଳର ଆକୃତି ଦେଖି କମିଶନର କହିଛନ୍ତି ଯେ, ଏହାର ଭିଡିଓ ପ୍ରସ୍ତୁତ କରନ୍ତୁ । ହିନ୍ଦୁ ପକ୍ଷର ଓକିଲ ହରିଶଙ୍କର ଜୈନ, ଭିଡିଓ ପ୍ରସ୍ତୁତ ସମୟରେ ଜ୍ଞାନବାପୀ ପରିସରରେ ଥିଲେ । ସେ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଯେଉଁ ଆକୃତି ଦେଖାଯାଉଛି, ତାହା ଶିବଲିଙ୍ଗ । ସେ କହିଛନ୍ତି ଯେ, ଯେଉଁମାନେ ବି କେବେ ଏଠାରେ ହିନ୍ଦୁ ଭାବେ ପୂଜା କରୁଥିବେ, ସେମାନେ ଏହା କ’ଣ ଜାଣିପାରିବେ ।

Comments are closed, but trackbacks and pingbacks are open.