ପୋଲିସ ଓ ଡାକ୍ତର ବେଶରେ ବ୍ରାଉନ ସୁଗାର କାରବାର :ଏସଟିଏଫ ହାତରେ ଧରାପଡ଼ିଲେ ୨ ମାଫିଆ

41

ଏସଟିଏଫକୁ ଆଉ ଏକ ବଡ଼ ସଫଳତା I ବ୍ରାଉନ ସୁଗାର କାରବାର ରେ ଲିପ୍ତ ଥିବା ୨ ଜଣକୁ ଭୁବନେଶ୍ୱର ବରମୁଣ୍ଡIରୁ ଗିରଫ କରିଛି ଏସ୍ଟିଏଫ । ସେମାନଙ୍କ ନିକଟରୁ ୧ କିଲୋ ୨୩୮ ଗ୍ରାମ ର ବ୍ରାଉନସୁଗାର ଜବତ କରାଯାଇଛି I ସମ୍ପୃକ୍ତ ଦୁଇଜଣ ଜଣେ ନକଲି ଡାକ୍ତର ଏବଂ ପୋଲିସ ଅଫିସର ବେଶରେ ପୋଲିସ ଆଖିରେ ଧୂଳି ଦେଇ କାରବାର ଚଳାଉଥିଲେ । ଜବତ ବ୍ରାଉନସୁଗାରର ଆନୂମାନିକ ମୂଲ୍ୟ ପାଖାପାଖି ୧ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ଏହି ଦୁଇ ମାଫିଆ ହେଲେ ପଶ୍ଚିମବଙ୍ଗର କପିଳଦେବ ମୁଜୁମଦାର ଓ ଖୋର୍ଦ୍ଧା ଜଙ୍କିଆର ରଶ୍ମିରଞ୍ଜନ ଭୋଳ।

ପୁଲିସ ଠାରୁ ବର୍ତ୍ତିବା ପାଇଁ ଅଭିଯୁକ୍ତମାନେ ବୁଲେଟ୍ ଗାଡିରେ ପୋଲିସର ଲୋଗୋ ଲଗାଇ ବ୍ରାଉନସୁଗାର ବେପାର କରୁଥିଲେ । ଗିରଫ ହେବା ପରେ ଅସଲ ତଥ୍ୟ ପଦାକୁ ଆସିଛି I ଖାଲି ପୁଲିସ ପୋଷାକ କିମ୍ବା ଲୋଗ ନୁହେଁ, ଏହି ଦୁର୍ବୃତ୍ତମାନେ ପ୍ରତିଷ୍ଠିତ ଡାକ୍ତରଖାନା ଏଆଇଏମ୍ଏସର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ବୋଲି ନକଲି ପରିଚୟପତ୍ର ଓ ଡାକ୍ତରି ପୋଷାକ ମଧ୍ୟ ବ୍ୟବହାର କରୁଥିବା ତଦନ୍ତ ବେଳେ ଜଣାପଡ଼ିଛି। ଏହାବାଦ ସେମାନଙ୍କ ନିକଟରୁ ରୋସନ ରାଜା ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ଜେନେରାଲ ମ୍ୟାନେଜର ବୋଲି ମଧ୍ୟ ଏକ ପରିଚୟପତ୍ର ମଧ୍ୟ ମିଳିଛି I

ଅଭିଯୁକ୍ତ ଦ୍ୱୟ ଆଜି ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଡିଲ ପାଇଁ ଆସିଥିବା ବେଳେ ଗୁଇନ୍ଦା ସୂଚନା ଆଧାରରେ ପୁର୍ବରୁ ଜଗି ରହିଥିଲା ଏସଟିଏଫ୍ । ଅଭିଯୁକ୍ତମାନେ ପହଞ୍ଚିବା କ୍ଷଣି ପୋଲିସ ଚଢାଉ କରି ଅଭିଯୁକ୍ତମାନଙ୍କୁ କାବୁ କରିଥିଲା । ଯାଞ୍ଚ କରିବାରୁ ସେମାନଙ୍କ ଠାରୁ ବ୍ରାଉନସୁଗାର ସହ ନଗଦ ୧୭ ହଜାର ଟଙ୍କା ବାହାରିଥିଲା । ଏହି କାରବାର ରେ ଦୁଇ ଅଭିଯୁକ୍ତ ଙ୍କ ସହ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ଏସ୍ଟିଏଫ ପକ୍ଷରୁ ଖୋଳତାଡ଼ ଚାଲିଛି Iତେବେ ୨୦୨୦ରୁ ଏ ପର୍ଯ୍ୟନ୍ତ ଏସଟିଏଫ୍ ମୋଟ ୫୨ କିଲୋରୁ ଅଧିକ ଓଜୋନର ବ୍ରାଉନସୁଗାର ଜବତ କରିଛି ।

Comments are closed, but trackbacks and pingbacks are open.