ଚଳନ୍ତା ଅଟୋ ଉପରେଗଛ ପଡି ମହିଳା ମୃତ ,୨ ଗୁରୁତର

24

ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଖମାର ଥାନା ତିଳେଇ ପଶି ନିକଟରେ ଚଳନ୍ତା ଅଟୋ ଉପରେ ପଡିଗଲା ବିରାଟକାୟ ଗଛ I ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗର୍ଭବତୀ ଙ୍କ ସମେତ ୨ ଜଣ ଗୁରୁତର ହୋଇଛନ୍ତି । ମୃତ ମହିଳା ଜଣକ ଖମାର ଥାନା ତିଳେଇପଶି ଗ୍ରାମର ଜେମା ପରିଡା ବୋଲି ଜଣାପଡିଛି । ଗୁରୁତରମାନେ କୁନା ପରିଡା ଓ ଅନିମା ସାହୁ ବୋଲି ଜଣାପଡିଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ପାଳଲହଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି I

ଗୋଟିଏ ପରିବାରର ୪ ଜଣ ସଦସ୍ୟ ପାଲଲହଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ । ଚିକିତ୍ସା ପରେ ସମସ୍ତେ ଅଟୋ ଯୋଗେ ନିଜ ଗାଁକୁ ଫେରୁଥିଲେ । ତେବେ ଫେରିବା ବେଳେ ଜାତୀୟ ରାଜପଥ ୧୪୯ର ବାଲିପଶି ଗ୍ରାମ ନିକଟରେ ହଠାତ ଏକ ବିରାଟ କାୟ ଶୁଖିଲା ଗଛ ଅଟୋ ଉପରେ ଭାଙ୍ଗି ପଡିଥିଲା । ତେବେ ମୃତ ମହିଳାଜଣକ ସମ୍ପର୍କରେ ଖୁଡି ହୋଇଥିବାବେଳେ ଗୁରୁତର ଆହତ ଙ୍କ ମଧ୍ୟରେ ପୁତୁରା ଓ ଗର୍ଭବତୀ ପୁତୁରା ବୋହୂ ଅଛନ୍ତି I

Comments are closed, but trackbacks and pingbacks are open.