ଆଜି ର ରାଶିଫଳ

22


ରାଶିଫଳ ୧୨-୦୫-୨୦୨୨: ଆଜି ଏହି ରାଶିର ବ୍ୟକ୍ତିମାନେ ପ୍ରଚୁର ଅର୍ଥଲାଭ କରିବେ I ମେଷ ରାଶିର ବ୍ୟକ୍ତିମାନେ ଭାତୃ ସହଯୋଗ ପାଇବେ ନାହିଁ I କର୍କଟ ରାଶି ର ବ୍ୟକ୍ତି ମାନେ ବାଣିଜ୍ୟରେ ଲାଭ ପାଇବେ I ମୀନ ରାଶିର ବ୍ୟକ୍ତି ମାନେ କ୍ରୋଧ କୁ ନିୟନ୍ତ୍ରଣ ରେ ରଖନ୍ତୁ I

ମେଷ : ଆଜି ଦିନ ଟି ଆପଣଙ୍କ ସପକ୍ଷ ରେ ଯିବ ନାହିଁ I ପିଲାମାନଙ୍କ ପାଖରୁ ଆପଣ କିଛି ନିରାଶାଜନକ ଖବର ଶୁଣିପାରନ୍ତି | ସନ୍ଧ୍ୟାରେ, ଆପଣ କିଛି ମାଙ୍ଗଳିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ I ଜୀବନସାଥିଙ୍କ ସମର୍ଥନ ମିଳିବ I ଦାନ ଧର୍ମ କରିପାରନ୍ତି I ଭାଷାରେ ସଂଯମତା ରଖନ୍ତୁ I

ବୃଷ : ଦିନ ଟି ଭଲରେ କଟିବ I ରାଜନୈତିକ ବ୍ୟକ୍ତିମାନେ ଫାଇଦା ରେ ରହିବେ I ସରକାରୀ କାର୍ଯ୍ୟରେ ଅସୁବିଧା ର ସମ୍ମୁଖୀନ ହୋଇ ପାରନ୍ତି I କ୍ୟାରିଅରରେ ପରିବର୍ତ୍ତନ ପାଇଁ ସୁଯୋଗ ଆସିବ ,ବୁଝି ବିଚାରି ପଦକ୍ଷେପ ନିଅନ୍ତୁ I ଚାକିରି କ୍ଷେତ୍ରରେ ସହ କର୍ମୀଙ୍କ ସମର୍ଥନ ମିଳିବ I ନୂତନ କାର୍ଯ୍ୟରେ ହାତ ଚେଷ୍ଟା କରିବାକୁ ମଧ୍ୟ ଚିନ୍ତା କରିବେ, ଯେଉଁଥିରେ ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ I ସାଙ୍ଗମାନଙ୍କ ସହିତ ବୁଲାବୁଲି କରି ପାରନ୍ତି I

ମିଥୁନ :ପରିଶ୍ରମୀ ହେବେ I ମାତା ପିତା ଙ୍କ ଆଶୀର୍ବାଦ ମିଳିବ I ବ୍ୟବସାୟରେ ଅଧିକ ପରିଶ୍ରମ କରିବେ I ପରିବାରରେ ଆନନ୍ଦ ଉଲ୍ଲାସ ଲାଗି ରହିବ I ଦୀର୍ଘ ଦିନରୁ ଅସମାପ୍ତ କାର୍ଯ୍ୟ ଶେଷ ହେବ I ସନ୍ତାନ ସଫଳତା ର ଶିଖରରେ ରହିବେ I ସଫ୍ଟୱାର କ୍ଷେତ୍ରରେ ନିଯୁକ୍ତି ବ୍ୟକ୍ତିମାନଙ୍କ ପାଇଁ ଦିନ ଅତ୍ୟନ୍ତ ଶୁଭଫଳ ଦେବ I

କର୍କଟ :ଆଜି ଅର୍ଥ ସଙ୍କଟ ମଧ୍ୟରେ ଗତି କଲେ ମଧ୍ୟ କର୍ମକ୍ଷେତ୍ରରେ ଉନ୍ନତି କାରଣରୁ ଖୁସି ରହିବେ। ଆନୁଷ୍ଠାନିକ କ୍ଷେତ୍ର, ସଭାସମିତି, ରାଜନୀତିରେ ଆଲୋଚନା ଅସମାପ୍ତ ରହିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ,ଏଜେନସିପ୍‌, କଳା, ସାହିତ୍ୟ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ। ପୈତୃକ ସମ୍ପତି ରୁ ଲାଭ ପାଇବେ I

ସିଂହ : ଆଜି, ଆପଣ ବ୍ୟବସାୟରେ କିଛି ନୂତନ ଯୋଜନା କାର୍ଯ୍ୟକାରୀ କରିବା ଦ୍ୱାରା ଲାଭ ପାଇବେ ଏବଂ ନୂତନ ଆୟର ଉତ୍ସ ପାଇବେ I ଆଜିର କର୍ମକ୍ଷେତ୍ରରେ ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ସହକର୍ମୀଙ୍କ ଯୋଗୁ ହୁଏତ କର୍ମକ୍ଷେତ୍ରର ଗତି ମନ୍ଥର ରହିବ। ସଭାସମିତି, ଗବେଷଣା କ୍ଷେତ୍ର, ଆଇନ ଅଦାଲତରେ ସଫଳତା ହାସଲ କରିବେ।ଦିନଟି ଉତ୍ତମ ରେ କଟିବ I

କନ୍ୟା : ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ହେବ I ଆପଣ ପିଲାଙ୍କ ପାଖରୁ କିଛି ସନ୍ତୋଷଜନକ ସୂଚନା ଶୁଣିବାକୁ ପାଇପାରନ୍ତି | ବ୍ୟବସାୟରେ ଏବଂ ଚାକିରୀ କ୍ଷେତ୍ରରେ ଉନ୍ନତି କରିବେ I ଜୀବନ ସାଥୀଙ୍କ ସହିତ ବିବାଦ ହୋଇପାରେ, କୌଣସି ଭୁଲ କାର୍ଯ୍ୟ କରନ୍ତୁ ନାହିଁ I ସାମାଜିକ ଖ୍ୟାତି ,ସମ୍ମାନ ବୃଦ୍ଧି ପାଇବ I

ତୁଳା : ଆଜି ଆପଣଙ୍କ ଆଖପାଖର ପରିବେଶ ସୁଖଦ ହେବ I ବ୍ୟବସାୟରେ ଦୀର୍ଘ ଦିନର କାରବାରର ସମସ୍ୟା ଆଜି ସମାଧାନ ହେବ, କିନ୍ତୁ ଆପଣ ନିଜ ସାଙ୍ଗମାନଙ୍କ ସହିତ ଏକ ଦୂର ଯାତ୍ରା କରିବାକୁ ଯାଇପାରନ୍ତି I କାର୍ଯ୍ୟ କ୍ଷେତ୍ରରେ ପିତାଙ୍କ ପରାମର୍ଶ ଗ୍ରହଣ କରନ୍ତୁ I ପ୍ରଚୁର ଅର୍ଥଲାଭ ହେବ I ଗୁରୁଜନଙ୍କ ଆଶୀର୍ବାଦ ଲାଭ କରିବେ I

ବିଛା : ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ଫଳ ଦେବ I ସାମାନ୍ୟ ଶାରୀରିକ ଅସୁସ୍ଥତା ଦେଖାଦେବ Iଉଚ୍ଚଶିକ୍ଷାର ରାସ୍ତା ଖୋଲା ରହିବ I ଧାର୍ମିକ କାର୍ଯ୍ୟ ପ୍ରତି ତୁମର ଆଗ୍ରହ ବୃଦ୍ଧି ପାଇବ I ସମ୍ପତି ବାଡ଼ି ସମ୍ବନ୍ଧୀୟ କାର୍ଯ୍ୟ ରେ ଜଲ୍ଦି ସଫଳତା ପାଇବେ ନାହିଁ I

ଧନୁ : ଜୀବନସାଥୀ ଖୁସିର କାରଣ ହେବେ। ଦିନ ଶେଷ ହେବା ବେଳକୁ ଆର୍ଥିକ ବୃଦ୍ଧି ହେବ। ଆଜି ଆପଣ ନିଜ ଜ୍ଞାନ ଖଟାଇ ଘରୋଇ ବିବାଦକୁ ସମାଧାନ କରିବେ। ବ୍ୟକ୍ତିଗତ ପଥ ପ୍ରଦର୍ଶନ ଆପଣଙ୍କ ସଂପର୍କରେ ଉନ୍ନତି ଆଣିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।

ମକର : ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦା କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ସରକାରୀ ସ୍ତରରୁ ହଠାତ୍‌ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।

କୁମ୍ଭ : ଦିନଟି ମାଧ୍ୟମ ଫଳ ଦେବ ,କାର୍ଯ୍ୟଭାର ବଢିବ I ଆଜି ପରିଶ୍ରମ ଅନୁଯାୟୀ ଫଳ ପାଇବେ ନାହିଁ I ଜୀବନସାଥୀ ଙ୍କ ସହିତ ବିବାଦ ହେଇପାରେ I ଋଣ ଫେରସ୍ତ ପାଇବେ I ଘର ଖର୍ଚ ବୃଦ୍ଧି ପାଇବ ଇ ସନ୍ତାନ ମାନେ ପଢାପଢିରେ ଅମନଯୋଗୀ ହେବେ I

ମୀନ :ଆଜି ଆପଣଙ୍କ ପାଇଁ ଏକ ଚିନ୍ତାଜନକ ଦିନ ହେବାକୁ ଯାଉଛି I ଆପଣ ଆପଣଙ୍କର ପିଲାମାନଙ୍କର ଶିକ୍ଷା ଏବଂ ସେମାନଙ୍କର କିଛି କାର୍ଯ୍ୟ ବିଷୟରେ ଚିନ୍ତିତ ହୋଇପାରନ୍ତି I ଧାର୍ମିକ କ୍ଷେତ୍ରକୁ ଯାତ୍ରା କରିବାକୁ ଆପଣ ଏକ ସୁଯୋଗ ପାଇବେ, I ଆର୍ଥିକ ସମସ୍ୟା ର ସମାଧାନ ଦିଗରେ ପଦକ୍ଷେପ ନେବେ I କ୍ରୋଧକୁ ନିୟନ୍ତ୍ରଣ ରେ ରଖନ୍ତୁ I

Comments are closed, but trackbacks and pingbacks are open.