IPL2022:ଦିଲ୍ଲୀ କ୍ୟାପିଟାଲସ ଟସ ଜିତି ରାଜସ୍ଥାନ କୁ ବ୍ୟାଟିଂ ଆମନ୍ତ୍ରଣ

28

IPL ର ୫୮ ତମ ମ୍ୟାଚ ମୁମ୍ବାଇ DY ପାଟିଲ ଷ୍ଟାଡିଅମ ରେ ଦିଲ୍ଲୀ ବନାମ ରାଜସ୍ଥାନ ସହିତ ଖେଳା ଯାଉଛି I ଦିଲ୍ଲୀ କ୍ୟାପିଟାଲସ ର ଅଧିନାୟକ ଋଷଭ ପନ୍ତ ଟସ୍ ଜିତି ରାଜସ୍ଥାନ ରୟାଲ୍ସକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛନ୍ତି I ଆଜି ର ମ୍ୟାଚ୍ ପାଇଁ ଦିଲ୍ଲୀ କ୍ୟାପିଟାଲସ ଦଳରେ ୨ ଟି ପରିବର୍ତ୍ତନ କରିଛି I ରିପଲ ପଟେଲଙ୍କ ସ୍ଥାନରେ ଦଳରେ ଲଲିତ ଯାଦବଙ୍କୁ ସ୍ଥାନ ଦିଆଯାଇଥିବାବେଳେ ଖଲିଲ ଅହମ୍ମଦଙ୍କ ସ୍ଥାନରେ ଚେତନ ସାକରିଆଙ୍କୁ ସୁଯୋଗ ଦିଆଯାଇଛି।
ସେହି ପରି ରାଜସ୍ଥାନ ଦଳ ଗୋଟିଏ ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଉଛି। ସିମରନ ହେଟମାୟରଙ୍କ ସ୍ଥାନରେ ରସି ଭାନଡର ଡସେନଙ୍କୁ ଖେଳିବାକୁ ସୁଯୋଗ ମିଳିଛି।

ଉଭୟ ଦଳ ପାଇଁ ମ୍ୟାଚ୍‌ଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ବିଜୟ ସହ ରୟାଲ୍ସ ଦଳ ପ୍ଲେ-ଅଫ ନିକଟତର ହେବାକୁ ପ୍ରୟାସ କରିବ । ପ୍ରତ୍ୟେକ ଖେଳାଳି ଫିଟ୍‌ ଓ ଫର୍ମରେ ରହିଥିବାରୁ ଆସନ୍ତା କାଲି ରୟାଲ୍ସ ଦଳର ପଲା ଭାରି ରହିବ । କ୍ୟାପିଟାଲ୍ସ ୨ ଦିନ ତଳେ ଚେନ୍ନାଇ ସୁପରକିଙ୍ଗ୍‌ସ ଠାରୁ ୯୧ ରନ୍‌ରେ ପରାଜିତ ହୋଇଥିଲା ।

ପ୍ଲେ-ଅଫ ସ୍ୱପ୍ନ ସାକାର କରିବାକୁ ହେଲେ ଦଳଗତ ପ୍ରଦର୍ଶନ ଜରୁରି । ପୂର୍ବ ପରାଜୟକୁ ଭୁଲି ଆସନ୍ତା କାଲି କ୍ୟାପିଟାଲ୍ସ ବିଜୟ ପାଇଁ ସବୁ ଶକ୍ତି ଖଟାଇବ । ରାଜସ୍ଥାନ ରୟାଲ୍ସ ୧୧ଟି ମ୍ୟାଚ୍‌ ଖେଳି ୭ ବିଜୟ ସହ ମୋଟ୍‌ ୧୪ ପଏଣ୍ଟ ହାସଲ କରିସାରିଛି । ପଏଣ୍ଟ ତାଲିକାରେ ରୟାଲ୍ସ ଦଳ ତୃତୀୟ ସ୍ଥାନରେ ରହିଛି। ଦଳ ଆଗକୁ ଆଉ ୩ଟି ଲିଗ୍‌ ମ୍ୟାଚ୍‌ ଖେଳିବ । ଏଥିରୁ ୨ଟି ମ୍ୟାଚ୍‌ ଜିତିଲେ ସିଧା ସଳଖ ପ୍ଲେ-ଅଫ୍‌ରେ ପ୍ରବେଶ କରିବ । ଗୋଟିଏ ବିଜୟ ମଧ୍ୟ ଦଳକୁ ପ୍ଲେ-ଅଫ୍‌ରେ ପହଞ୍ଚାଇ ପାରିବ ।

ଶେଷ ୩ଟି ଯାକ ମ୍ୟାଚ୍‌ ପରାଜିତ ହେଲେ ମଧ୍ୟ ରୟାଲ୍ସ ୧୪ ପଏଣ୍ଟ ସହ ପ୍ଲେ-ଅଫ୍‌ରେ ଚତୁର୍ଥ ଦଳ ଭାବେ ପ୍ରବେଶ କରିପାରିବ । ହେଲେ ଏଥିପାଇଁ ଅନ୍ୟ ଦଳ ଗୁଡ଼ିକୁ ମଧ୍ୟ ପରାଜିତ ହେବାକୁ ପଡ଼ିବ । ଦିଲ୍ଲୀ କ୍ୟାପିଟାଲ୍ସ ୧୧ଟି ମ୍ୟାଚ୍‌ ଖେଳି ୧୦ ପଏଣ୍ଟ ଅର୍ଜନ କରିଛି । ରନ୍‌ରେଟ୍‌ ୦.୧୫୦ ରହିଛି । କ୍ୟାପିଟାଲ୍ସ ଦଳ ଶେଷ ୩ଟି ମ୍ୟାଚ୍‌ରେ ଯଥାକ୍ରମେ ରୟାଲ୍ସ, ପଞ୍ଜାବ କିଙ୍ଗ୍‌ସ ଓ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ।

ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ହେଲେ କ୍ୟାପିଟାଲ୍ସକୁ ୩ଟି ଯାକ ମ୍ୟାଚ ଜିତିବାକୁ ପଡ଼ିବ । କୌଣସି ଗୋଟିଏ ମ୍ୟାଚ ପରାଜିତ ହେଲେ ପ୍ଲେ-ଅଫରେ ପହଞ୍ଚିବା କଷ୍ଟକର ହେବ । ୧୪ ପଏଣ୍ଟ ହାସଲ କରିସାରିଥିବା ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ ବାକି ୨ଟି ଲେଖାଏଁ ମ୍ୟାଚ୍‌ ପରାଜିତ ହେଲେ କ୍ୟାପିଟାଲ୍ସ ବାକି ୩ଟିରୁ ୨ଟି ମ୍ୟାଚ୍‌ ଜିତିଲେ ମଧ୍ୟ ପ୍ଲେ-ଅଫ ସମ୍ଭବ।

ରାଜସ୍ଥାନ ରୟାଲ୍ସ

ଯଶସ୍ୱୀ ଜୟସୱାଲ, ଜୋସ୍ ବଟଲର୍, ସଞ୍ଜୁ ସାମସନ୍ (ଅଧିନାୟକ /ଓ୍ଵିକେଟ୍ କିପର), ଦେବଦତ୍ତ ପାଡିକଲ, ରସି ଭାନ୍ ଡର୍ ଡୁସେନ୍, ରିଆନ୍ ପରାଗ, ରବିଚନ୍ଦ୍ରନ୍ ଅଶ୍ୱିନ୍, ଟ୍ରେଣ୍ଟ ବୋଲ୍ଟ, ପ୍ରସାଦ କୃଷ୍ଣ, ୟୁଜବେନ୍ଦ୍ର ଚହଲ, କୁଲଦୀପ ସେନ୍।

ଦିଲ୍ଲୀ କ୍ୟାପିଟାଲ୍ସ

ଡେଭିଡ ୱାର୍ଣ୍ଣର, ଶ୍ରୀକର ଭାରତ, ମିଚେଲ ମାର୍ଶ, ଋଷଭ ପନ୍ତ (ଅଧିନାୟକ /ଓ୍ଵିକେଟ୍ କିପର), ଲଲିତ ଯାଦବ, ରୋଭମାନ ପାୱେଲ, ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, ଚେତନ ସକାରିଆ, କୁଲଦୀପ ଯାଦବ, ଅନରିଚ ନର୍ଟେଜେ।

Comments are closed, but trackbacks and pingbacks are open.