ଭୁବନେଶ୍ୱର ନାଇଜର ପକ୍ଷରୁ ନ୍ୟାସନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ (NEST) ପାଇଁ ଆବେଦନ ଆରମ୍ଭ
ଦ୍ୱାଦଶ ବୋର୍ଡ ପରୀକ୍ଷା ପାସ୍ କରିଥିବା କିମ୍ବା ବିଜ୍ଞାନ ଷ୍ଟ୍ରିମ୍ ସହ ସମାନ ଷ୍ଟ୍ରିମ୍ରେ ୨୦୨୦, ୨୦୨୧ କିମ୍ବା ୨୦୨୨ରେ ପରୀକ୍ଷା ଦେଇଥିବା ପିଲା ଏହି ଏଣ୍ଟ୍ରାନ୍ସ ପରୀକ୍ଷାରେ ବସିପାରିବେ। ଏଥିପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଅତିକମ୍ରେ ୬୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ।
ଯୋଗ୍ୟତା:
+୨ରେ ବିଜ୍ଞାନ ବିଷୟ ରଖିଥିବେ
୨୦୨୦ କିମ୍ବା ୨୦୨୧ ମସିହାରେ +୨ ପାସ୍ କରିଥିବେ କିମ୍ବା ୨୦୨୨ ମସିହାରେ ଅନୁଷ୍ଠିତ ପରୀକ୍ଷା ଦେଇଥିବେ
ଦ୍ୱାଦଶ ପାସ୍ କରିଥିବା ପ୍ରାର୍ଥୀ ୬୦ % ମାର୍କ ରଖିଥିବା ଆବଶ୍ୟକ
ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ୫୫ % ମାର୍କ ରଖିଥିବା ଆବଶ୍ୟକ
ପ୍ରାର୍ଥୀଙ୍କ ନାଁ NEST ମେରିଟ୍ ତାଲିକାରେ ଥିବା ଜରୁରୀ
ଏହି ପ୍ରବେଶିକା ପରୀକ୍ଷା ୧୮ ଜୁନ୍ ୨୦୨୨ (ଶନିବାର) ଅନୁଷ୍ଠିତ ହେବ। ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ୧୮ ମେ ୨୦୨୨। ପରୀକ୍ଷା ଫଳ ୫ ଜୁଲାଇ ୨୦୨୨ରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିପାରିବେ।
ଜରୁରୀ ତାରିଖ:
ଅନ୍ଲାଇନ୍ରେ ଆବେଦନ ଆରମ୍ଭ- ୨୧ ଫେବ୍ରୁଆରୀ, ୨୦୨୨
ଆବେଦନ ଶେଷ- ୧୮ ମେ, ୨୦୨୨ (ମଧ୍ୟରାତ୍ର)
ଆଡମିଟ୍ କାର୍ଡ ଡାଉନ୍ଲୋଡ୍ ଆରମ୍ଭ- ୬ ଜୁନ୍, ୨୦୨୨
ପରୀକ୍ଷା ତାରିଖ- ୧୮ ଜୁନ୍, ୨୦୨୨
ଫଳ ପ୍ରକାଶ ପାଇବ- ୫ ଜୁଲାଇ, ୨୦୨୨
ଏମିତି କରନ୍ତୁ ଆବେଦନ:
ଏହି ପ୍ରବେଶିକା ପରୀକ୍ଷା ଦେବାକୁ ଇଚ୍ଛୁକ ପ୍ରାର୍ଥୀ ଅନ୍ଲାଇନ୍ରେ ଅଫିସିଆଲ ୱେବ୍ସାଇଟ୍ NEST 2022 କୁ ଯାଇ ଆବେଦନ କରିପାରିବେ।
ହେଲ୍ପ ଡେସ୍କ ଇମେଲ ଆଇଡି: nest2022cebs@gmail.com
ହେଲ୍ପ ଡେସ୍କ ନମ୍ବର: 022 61087510
ଜରୁରୀ ସୂଚନା:
ପ୍ରାର୍ଥୀ ପଠାଇଥିବା ସମସ୍ତ ଡକ୍ୟୁମେଣ୍ଟ ଓ ସୂଚନା ପାଇଁ ନିଜେ ହିଁ ଦାୟୀ ରହିବେ।
ଅସମ୍ପୂର୍ଣ୍ଣ କିମ୍ବା ଅଧା ପୂରଣ ହୋଇଥିବା ଫର୍ମକୁ ଗ୍ରହଣ କରାଯିବ ନାହିଁ।
ଯଦି କୌଣସି ଫର୍ମରେ ଅଧା ସୂଚନା ଥିବ, ତେବେ ଉକ୍ତ ପ୍ରାର୍ଥୀଙ୍କୁ ଆଡମିଟ୍ କାର୍ଡ ଦିଆଯିବ ନାହିଁ।
ପରୀକ୍ଷା ଶୁଳ୍କ ଫେରସ୍ତ ହେବ ନାହିଁ।
Comments are closed, but trackbacks and pingbacks are open.