ସହିଦ ଓଡିଆ ଯବାନଙ୍କ ପରିବାର ଙ୍କ ପାଇଁ ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି କଲେ ରାଜ୍ୟ ସରକାର

23

ଯୁଦ୍ଧ ତଥା ଉଗ୍ର ବାଦର ମୁକାବିଲା ସମୟରେ ବୀରଗତି ପ୍ରାପ୍ତ ହେଉଥିବା ସହୀଦ ଓଡ଼ିଆ ଯବାନ ମାନଙ୍କ ପରିବାର ନିମନ୍ତେ ସହାୟତା ରାଶି ପରିମାଣକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ I ପୂର୍ବରୁ ରହ ୫ ଲକ୍ଷ ଥିବାବେଳେ ଏହାକୁ ବୃଦ୍ଧି କରି ୧୦ ଲକ୍ଷ ଟଙ୍କା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏହାର ସୂଚନା ଦେଇଛନ୍ତି।
ସୂଚନା ଯୋଗ୍ୟ ଯେ, ସମାରିକ ତଥା ଅର୍ଦ୍ଧ ସମାରିକ ବାହିନୀରେ ରହି ଦେଶ ପାଇଁ ପ୍ରଣାବଳୀ ଦେଉଥିବା ଯବାନ ଓ ଅଫିସର ମାନଙ୍କ ପରିବାରର କଲ୍ୟାଣ ପାଇଁ ରାଜ୍ୟ ସରକାର କାର୍ଗିଲ ଯୁଦ୍ଧ ସମୟରୁ ସହୀଦ ପରିବାର କଲ୍ୟାଣ ପାଇଁ ଏକ ସହାୟତା ପାଣ୍ଠି ଗଠନ କରିଛନ୍ତି। କାରଗିଲ୍ ଯୁଦ୍ଧ ସମୟରୁ ଏହି ପାଣ୍ଠି ଆରମ୍ଭ ହୋଇଥିଲା। ଆରମ୍ଭରେ ଯବାନଙ୍କ ପରିଜନଙ୍କ ପାଇଁ ସହାୟତା ରାଶି ଭାବେ ୧ ଲକ୍ଷ ଟଙ୍କା ଥିଲା। ପରବର୍ତ୍ତୀ ସମୟରେ ୨୦୧୦ ଓ ୨୦୧୨ରେ ଯଥାକ୍ରମେ ୨ ଲକ୍ଷ ଓ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏବେ ତୃତୀୟ ଥର ରାଜ୍ୟ ସରକାର ଏହି ରାଶିକୁ ବଢାଇଛନ୍ତି।

Comments are closed, but trackbacks and pingbacks are open.