ବାରିପଦା: ସଡ଼କ ଦୁର୍ଘଟଣାରେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ଅଞ୍ଜନ ଷଡ଼ଙ୍ଗୀ ମୃତ

21

ବାରିପଦା ମଞ୍ଚାବନ୍ଧା ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ଡାକ୍ତର ମୃତ I ବାରିପଦାର ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ଅଞ୍ଜନ ଷଡ଼ଙ୍ଗୀ ବାଲେଶ୍ୱର ହସ୍ପିଟାଲ ରୁ କାର୍ଯ୍ୟ ସାରି ଫେରୁଥିବାବେଳେ,ମଞ୍ଚାବନ୍ଧା ନିକଟରେ ତାଙ୍କ କାରଟି ରାସ୍ତା ପାର୍ଶ୍ୱ ରେ ଛିଡା ହୋଇଥିବା ଏକ ଟ୍ରକ ପଛରେ ପିଟିହୋଇ ଯାଇଥିଲା I ତାଙ୍କର ବାମ ହାତ ଭାଙ୍ଗିଥିବା ବେଳେ ମୁଣ୍ଡ ଓ ଗୋଡ଼ରେ ମଧ୍ୟ ଆଘାତ ଲାଗିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କାରରୁ ଡାକ୍ତରଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ୍ ମେଡିକାଲ କଲେଜ ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତରିତ କରାଯାଉଥିଲା।

ଭଦ୍ରକ ପାଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ତାଙ୍କ ମରଶରୀରକୁ ବାରିପଦା ଫରାଇ ଅଣାଯାଇଥିଲା। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ମେଡିକାଲ୍‌ରେ ଶହଶହ ଲୋକଙ୍କ ଭିଡ଼ ଜମି ଥିଲା। ନେତା, ବରିଷ୍ଠ ନାଗରିକ ଓ ସାଧାରଣ ଜନତା ତାଙ୍କୁ ଶେଷ ଦର୍ଶନ କରିଥିଲେ। ଡାକ୍ତର ଅଞ୍ଜନ ଷଡ଼ଙ୍ଗୀ ବାରିପଦାରେ ଘରେ ଘରେ ପରିଚିତ ଥିଲେ। ସେ ଅତି ଲୋକ ପ୍ରିୟ ଡାକ୍ତର ଥିଲେ।

ସ୍ବର୍ଗତଃ ଡାକ୍ତର ଅଞ୍ଜନ ଷଡ଼ଙ୍ଗୀ ଙ୍କର ପତ୍ନୀ ଡାକ୍ତର ମିତା ମିଶ୍ର ମଧ୍ୟ ଜଣେ ସୁନାମଧନ୍ୟ ଚକ୍ଷୁ ବିଶେଷଜ୍ଞ ଭାବରେ ବାରିପଦା ମେଡିକାଲ ରେ କାର୍ଯ୍ୟରତ ଅଛନ୍ତି I

Comments are closed, but trackbacks and pingbacks are open.