ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ନେଇ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱପୁର୍ଣ୍ଣ ବୈଠକ

43

ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ନେଇ ଗୁରୁତ୍ୱପୁର୍ଣ୍ଣ ସମିକ୍ଷା ବୈଠକ କରିଛନ୍ତି ମୁଖ୍ୟ ଶାସନ ସଚିବ । ପ୍ରଶ୍ନପତ୍ର ସୁରକ୍ଷା, ପରୀକ୍ଷା ପରିଚାଳନ ଓ ମୂଲ୍ୟାଙ୍କନ ନେଇ ମୁଖ୍ୟ ଶାସନ ସଚିବ ଏହି ବୈଠକରେ ଆଲୋଚନା କରିଛନ୍ତି ।
ଏହି ସମୟରେ ସ୍କୁଲ୍ ଓ ଗଣଶିକ୍ଷା ସଚିବ, ପୋଲିସ ଡିଜି, ପୋଲିସ କମିଶନର, ମାଟ୍ରିକ ବୋର୍ଡ କର୍ତ୍ତୃପକ୍ଷ, ସିଏଚଏସଇ କର୍ତ୍ତୃପକ୍ଷ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ । ଏପ୍ରିଲ ୨୯ ତାରିଖରୁ ମେ ୭ ତାରିଖ ପର୍ଯ୍ୟନ୍ତ ସେମେଟିଭ୍-୨ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ଯୁକ୍ତ ଦୁଇ ପିଲାଙ୍କ ପରୀକ୍ଷା ଏପ୍ରିଲ ୨୮ ତାରିଖରୁ ଆରମ୍ଭ ହୋଇ ମେ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଯେଉଁଠାରେ ପ୍ରଶ୍ନପତ୍ର ରଖାଯିବ ସେହି ହବରେ ପର୍ଯ୍ୟାପ୍ତ ପରିମାଣର ପୋଲିସ କର୍ମଚାରୀ ନିୟୋଜିତ ହେବେ ବୋଲି ବୈଠକରେ ଆଲୋଚନା କରାଯାଇଥିଲା। ଆହୁରି ମଧ୍ୟ, ପ୍ରଶ୍ନପତ୍ରଗୁଡ଼ିକ ୨୪ ଘଣ୍ଟା ସିସିଟିଭି ତତ୍ତ୍ୱାବଧାନରେ ରଖାଯିବ । ଏବଂ ଅପବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରାଯିବ । ତେବେ ପରୀକ୍ଷା ବିଷୟରେ ଗୁଜବ ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

Comments are closed, but trackbacks and pingbacks are open.