ଶ୍ରୀଲଙ୍କା ସଙ୍କଟ: ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ୧ ମୃତ, ୩ ଗୁରୁତର

43

ଦିନକୁ ଦିନ ବିଗୁଡୁଛି ଶ୍ରୀଲଙ୍କାର ସ୍ଥିତି I ଅର୍ଥନୈତିକ ଦେବାଳିଆ ଘୋଷଣା ପରେ ସ୍ଥିତି ଅଣାୟତ୍ତ ହେବା ରେ ଲାଗିଛି Iଦକ୍ଷିଣ-ପଶ୍ଚିମ ରାମ୍ବୁକକାନା ଅଞ୍ଚଳରେ ଇନ୍ଧନ ମୂଲ୍ୟ ବୃଦ୍ଧି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ହିଂସା ବ୍ୟାପକ ହୋଇଛି I ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ଯାଇ ଗୁଳି ମାଡ କରିଛି ଶ୍ରୀଲଙ୍କା ପୁଲିସ । ସୁରକ୍ଷା କର୍ମୀଙ୍କ ଗୁଳିମାଡରେ ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ରୁ ଅଧିକ ଆହତ ହୋଇଛନ୍ତି । ଏହା ସହିତ ୧୫ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି Iପୁଲିସ ସୂଚନା ଅନୁସାରେ ଶହ ଶହ ବିକ୍ଷୋଭକାରୀ ଆଜି ରାମବୁକାନା ସହରର ରେଳ ଷ୍ଟେସନରେ ଏକତ୍ରିତ ହୋଇ ରେଳ ରୋକ କରିଥିଲେ । ଏହା ସହିତ ଶ୍ରୀଲଙ୍କା ରେ କର୍ଫ୍ୟୁ ଲାଗୁ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ପୁଲିସ ସେମାନଙ୍କୁ ହଟାଇବାକୁ ଯିବା ବେଳେ ସେମାନେ ପୁଲିସ ଉପରେ ଟେକା ପଥର ମାଡକରିଥିଲେ । ସ୍ଥିତି ଅଣାୟତ ହେଉଥିବା ଦେଖି ଓ ଲୋକଙ୍କ ତୁଳନାରେ ସୁରକ୍ଷାକର୍ମଚାରୀଙ୍କ ସଂଖ୍ୟା କମ୍ ଥିବାରୁ ଆତ୍ମରକ୍ଷା ପାଇଁ ବାଧ୍ୟ ହୋଇ ଗୁଳି ଚଳାଇଥିବା କହୁଛି ପୁଲିସ । ଉତ୍ୟକ୍ତ ଭିଡକୁ ଘଉଡାଇବାକୁ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି । ବିକ୍ଷୋଭକାରୀଙ୍କୁ ଗୋଡେଇ ଗୋଡେଇ ପୁଲିସ ମାଡ ମାରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ସେପଟେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀଲଙ୍କା ସରକାର । ଗଣମାଧ୍ୟମର ସୂଚନା ଅନୁସାରେ ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ନେଇ ଆଜି ରାମବୁକାନା ସହରରେ ଶହ ଶହ ଲୋକ ରାଜରାସ୍ତାକୁ ଓହ୍ଲାଇଥିଲେ ।

ପ୍ରତିବାଦ କରିବାକୁ ଯାଇ ଲୋକେ ଦୀର୍ଘ ସମୟ ଧରି ରେଳ ରୋକ କରିଥିଲେ । ଆଉ ଲୋକଙ୍କୁ ରେଳ ଧାରଣାରୁ ହଟାଇବାକୁ ନେଇ ଗୁଳିମାଡ କରିଛି ଶ୍ରୀଲଙ୍କା ପୁଲିସ । ଭାରତର ପଡୋଶୀ ଶ୍ରୀଲଙ୍କା ପଥମ ଥର ପାଇଁ ଏଭଳି ଗୁରୁତର ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଓ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଉକ୍ରଟ ଅଭାବ ଯୋଗୁଁ ଲୋକେ ରାସ୍ତାକୁ ଓହ୍ଲାଉଛନ୍ତି । ଶ୍ରୀଲଙ୍କା ସରକାରଙ୍କ ଭୁଲ ନିଷ୍ପତି ଯୋଗୁଁ ଏ ପରିସ୍ଥିତି ଉପୁଜିଥିବା ଅଭିଯୋଗ ଆଣି ପ୍ରତିଦିନ ରାସ୍ତାକୁ ଓହ୍ଲାଇ ସରକାରଙ୍କ ଇସ୍ତଫା ଦାବି କରୁଛନ୍ତି ସାଧାରଣ ଜନତା ।

Comments are closed, but trackbacks and pingbacks are open.