କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ

30

କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି କଲେ ଜାତୀୟ ଜନଜାତି କମିଶନ । ପୂର୍ବରୁ ତାଙ୍କ ନାମରେ ଜନଜାତି ଉତ୍ପୀଡ଼ନର ବିଭିନ୍ନ ମାମଲାରେ ହାଜର ହେବାକୁ ନିର୍ଦ୍ଦେଶ ଥିଲା I ବାରମ୍ବାର ସମନ ନୋଟିସ ସତ୍ତେ୍ୱ ହାଜର ହେଉନଥିବାରୁ ମଙ୍ଗଳବାର ତାଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରିକରାଯାଇଛି । ଜାତୀୟ ଅନୁସୂଚିତ ଜନଜାତି କମିଶନ ନିଜ ସାମ୍ବିଧାନିକ କ୍ଷମତା ପ୍ରୟୋଗ କରି ଜିଲ୍ଲାପାଳ ଶ୍ରୀ ଠାକରେଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କୁ ଗିରଫ କରି ନୂଆଦିଲ୍ଲୀ ସ୍ଥିତ କମିଶନଙ୍କ କାର୍ଯ୍ୟାଳୟରେ ହାଜର କରାଇବା ପାଇଁ ରାଜ୍ୟ ଡିଜିପି ସୁନୀଲ କୁମାର ବଂଶଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed, but trackbacks and pingbacks are open.