ସମ୍ପତି ବିବାଦ ର କରୁଣ ପରିଣତି : ବଡ଼ ଭାଇ ର ପୁରା ପରିବାର କୁ ନିପାତ କଲା ସାନ ଭାଇ

41

ଜମିବାଡ଼ି ବିବାଦ ରୁ ଜଘନ୍ୟ ହତ୍ୟାକାଣ୍ଡ Iବଡ଼ ଭାଇ ସମେତ ତାଙ୍କ ପରିବାରର ସମସ୍ତ ୫ ଜଣ ସଦସ୍ୟଙ୍କୁ ମାରି ଦେଲା ନୃଶଂସ ସାନ ଭାଇ। ଏଭଳି ଏକଲୋମହର୍ଷଣ କାରୀ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗ୍ରାମରେ ରେ। ଏହାପରେ ଅଭିଯୁକ୍ତ ସାନଭାଇ ଏକ ଭିଡିଓ ବାର୍ତ୍ତାମାଧ୍ୟମରେ ନିଜ ଦୋଷ ସ୍ୱୀକାର କରି ଥାନାରେ ଆତ୍ମସମର୍ପଣ କରିଛି।

ସୂଚନାନୁସାରେ,କଟକ ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କୁଶପୁର ଗାଁ ରେ ଅଲେଖ ସାହୁ ଓ ଶିବ ସାହୁ ଦୁଇ ଭାଇ I ଅଲେଖ ସାହୁ ଗାଁ ରେ ଦୋକାନ ଦେଇଥିବାବେଳେ ଶିବ ସାହୁ ପେଶାରେ ଜଣେ ଡ୍ରାଇଭର I ତେବେ ଦୁଇ ଭାଇ ଙ୍କ ମଧ୍ୟରେ ଜମିବାଡ଼ି କୁ ନେଇ ଦୀର୍ଘ ୧୨/୧୩ ବର୍ଷ ଧରି ତିକ୍ତତା ରହି ଆସିଥିଲା I ଗତ କାଲି ରାତିରେ କୌଣସି କାରଣ କୁ ନେଇ ଏହା ଉଗ୍ର ରୂପ ନେଇଥିଲା I ଅଭିଯୁକ୍ତ ର କହିବାନୁସାରେ ବଡ଼ ଭାଇ ର ପରିବାର ତାକୁ ପ୍ରଥମେ ମାର ଧର କରି ଆକ୍ରମଣ କରିଥିଲେ I ତେଣୁ କ୍ରୋଧାନ୍ୱିତ ହୋଇ ଅଭିଯୁକ୍ତ ସାନ ଭାଇ ଶିବ ସାହୁ ବିଳମ୍ବିତ ରାତିରେ କଟୁରୀ ସାହାଯ୍ୟରେ ବଡ଼ ଭାଇ ଶିବ ସାହୁ ,ଭାଉଜ ରଶ୍ମି,ଦୁଇ ପୁଅ ସ୍ମୃତି ସୌରଭ ଓ ସ୍ମୃତି ସାଇ ଏବଂ ଝିଅ ସ୍ମୃତିସନ୍ଧ୍ୟା ସାହୁ ଙ୍କୁ ହତ୍ୟା କରିଥିଲେ । ଝିଅକୁ ୧୮ ବର୍ଷ ହୋଇଥିବା ବେଳେ ଦୁଇ ପୁଅ ନାବାଳକ ଥିଲେ। ଏହି ଘଟଣାକୁ ନିଜେ ଶିବ ସାହୁ ସ୍ୱୀକାର କରିଛନ୍ତି I ତାଙ୍କ କହିବା ଅନୁସାରେ “ ମୁଁ ଶିବ ପ୍ରସାଦ ସାହୁ କହୁଛି । ପରିବାରିକ କଳହ ସକାଶେ ମୋର ଭାଇଙ୍କ ସହ ତିକ୍ତତା ଲାଗିରହିଥିଲା । ସେମାନେ ମୋତେ ବହୁତ ହଇରାଣ ହରକତ କରୁଥିଲେ । ସେମାନେ କାଲି ରାତିରେ ସମସ୍ତେ ମିଶିକି ଭାଇ, ଭାଉଜ, ତା ପିଲାମାନେ ମିଶିକି ମୋତେ ମାରିଲେ । ତେଣୁ ମୁଁ ବି ମାନସିକ ସ୍ଥିତି ହରାଇ ବସିଲି । ମୁଁ ବି ରାଗିକି ସେମାନଙ୍କୁ ଜୀବନରୁ ମାରି ଦେଇଛି । ତେଣୁ ମୁଁ ବର୍ତ୍ତମାନ ଯାଉଛି ବାଲିଚନ୍ଦ୍ରପୁର ଥାନାରେ ସରେଣ୍ଡର କରିବି । କାହିଁକି ନାଁ ମୋର ମାହାଙ୍ଗାକୁ ଯିବା ପାଇଁ କୌଣସି ସାଧନ ନାହିଁ । ଏତିକି କହି ରହୁଛି, ଆଇନ ଯାହା ଦଣ୍ଡ ଦେବ ମୁଁ ତାକୁ ଗ୍ରହଣ କରିବି” ।
ହତ୍ୟାକାଣ୍ଡ ଭିଆଇବା ପରେ ମୃତକ ଙ୍କୁ ବାହାର ପଟୁ ତାଲା ପକାଇ କୁଆଡେ ଚାଲି ଯାଇଥିଲା ସାନ ଭାଇ । ତାଙ୍କୁ ଆଜି ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ ଗାଁରେ ଦେଖିଥିଲେ ଲୋକେ । ତା’ପରେ ସେ ବାଲିଚନ୍ଦ୍ରପୁର ଯାଇ ଆତ୍ମସମର୍ପଣ କରିଥିଲେ। ଦୁଇ ଭାଇ ଗୋଟିଏ ଘରେ ରହୁଥିବା ବେଳେ ଅଭିଯୁକ୍ତ ଶିବଙ୍କ ପତ୍ନୀ ଘରେ ନଥିଲେ।

ପୁଲିସ୍ ଓ ମାଜିଷ୍ଟ୍ରେଟ୍ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଭାଙ୍ଗି ମୃତଦେହ ଗୁଡ଼ିକୁ ଜବତ କରିଛନ୍ତି। ଘଟଣାରେ ପୁଲିସ୍ ତଦନ୍ତ କରୁଛି। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Comments are closed, but trackbacks and pingbacks are open.