OTET ପରୀକ୍ଷା ରେଜଲ୍ଟ ପ୍ରକାଶ

122

ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ ବା ଓଟିଇଟି ରେଜଲ୍ଟ ଆଜି ପ୍ରକାଶ ପାଇଛି । ବୋର୍ଡ ପକ୍ଷରୁ ଓଟିଇଟି ରେଜଲ୍ଟ ପ୍ରକାଶ ପାଇଛି । ରେଜଲ୍ଟ ଜାଣିବାକୁ ଚାହୁଁଥିଲେ ଆପଣ www.bseodisha.ac.in ୱେବସାଇଟରେ ସର୍ଚ୍ଚ କରି ଜାଣିପାରିବେ । ଓଏମଆର ପରୀକ୍ଷା ଖାତାର ନକଲ ମଧ୍ୟ ୱେବସାଇଟରେ ଉପଲବ୍ଧ ହୋଇଛି ।ଏହି ୱେବସାଇଟକୁ ଯାଇ ପରୀକ୍ଷାର୍ଥୀ ମାନେ ନିଜର ରୋଲ ନମ୍ବର ଓ ଜନ୍ମ ତାରିଖ ଦେଇ ରେଜଲ୍ଟ ଦେଖିପାରିବେ। ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ଓଟିଇଟିକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ଏନେଇ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି।
ପରୀକ୍ଷାର୍ଥୀମାନେ ସମାନ ୱେବ୍ ସାଇଟରେ ଆସନ୍ତା ୧୩ ତାରିଖରେ ଦିନ ୧ଟା ପରେ ଓଏମଆର ସିଟର ସ୍କାନ କପି ଡାଉନ ଲୋଡ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed, but trackbacks and pingbacks are open.