ଏପ୍ରିଲ ୨୯ରୁ ଅଫ ଲାଇନ ରେ ହେବ ମ୍ୟାଟ୍ରିକ୍‌ ପରୀକ୍ଷା

39

ଆସନ୍ତା ମାସ ଏପ୍ରିଲ ୨୯ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା I ଚଳିତ ବର୍ଷ ଅଫଲାଇନ ମାଧ୍ୟମରେ ରେ ହେବାକୁ ଯାଉଛି ମାଟ୍ରିକ ସମ୍ମେଟିଭ୍‌-୨ ପରୀକ୍ଷା ଏବଂ ଏହା ମେ ମାସ ୬ ତାରିଖ ଯାଏଁ ଚାଲିବ I ସେହିପରି ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ ହୋଇ କମ୍ ଦିନରେ ପରୀକ୍ଷା ଶେଷ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।ଏଥର ମାଟ୍ରିକ ପରୀକ୍ଷା ଯଥାସମ୍ଭବ ନିଜ ସ୍କୁଲରେ କରାଯିବ। ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲ ଶିକ୍ଷକ ନିଯୁକ୍ତ ହେବେ। କରୋନା ମହାମାରୀ ଯୋଗୁଁ ଦୀର୍ଘ ୨ ବର୍ଷ ହେବ ଅନଲାଇନ ମାଧ୍ୟମରେ ପରୀକ୍ଷା ହେଉଥିଲା । ଚଳିତ ବର୍ଷ ମାର୍ଚ୍ଚ ମାସଠାରୁ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉ ଥିବାରୁ ଅଫଲାଇନ ରେ ମ୍ୟାଟ୍ରିକ୍‌ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
ବିଗତ ୨ ବର୍ଷର କରୋନା ସ୍ଥିତିକୁ ବିଚାରକୁ ନେଇ ୩ଟି ପଦ୍ଧତିରେ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ଫଳ ନିର୍ଦ୍ଧାରଣ କରିବେ। ପ୍ରଥମ ପଦ୍ଧତି- ସମ୍ମେଟିଭ୍-୧ ଓ ଇଣ୍ଟରନାଲ ଆସେସମେଣ୍ଟର ୨ ଗୁଣ ହେବ। ୨ୟ ପଦ୍ଧତି- ସମ୍ମେଟିଭ୍-୨ର ମାର୍କ ୨ ଗୁଣ କରି ହିସାବ କରାଯିବ। ସେହିପରି ୩ୟ ପଦ୍ଧତି- ଇଣ୍ଟରନାଲ ଆସେସମେଣ୍ଟର ୨୦%, ସମ୍ମେଟିଭ୍-୧ରୁ ୩୦%, ସମ୍ମେଟିଭ୍-୨ରୁ ୫୦% ନିଆଯାଇ ମାର୍କିଂ କରାଯିବ। ଯେଉଁ ଆସେସ୍‌ମେଣ୍ଟରେ ଅଧିକ ମାର୍କ ଥିବ ତାହା ଚୂଡାନ୍ତ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।

ସେ ଆହୁରି କହିଛନ୍ତି ଯେ,ଏ ବର୍ଷର ମାଟ୍ରିକ ପରୀକ୍ଷା ପାଇଁ ରାଜ୍ୟ ସରକାର ଅନେକ ଆଲୋଚନା କରିଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦ ଛାଚ୍ରଛାତ୍ରୀ, ଅଭିଭାବକ, ଶିକ୍ଷାବିତଙ୍କ ଦାବି ଓ ଅନୁରୋଧକୁ ନଜରରେ ରଖି ସମେଟିଭ୍ ଆସେସମେଣ୍ଟ ୨ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ। ଏପରିକି ଦିନକୁ ଦୁଇଟି ବଦଳରେ ଗୋଟିଏ ବିଷୟରେ ପରୀକ୍ଷା ହେବ।

Comments are closed, but trackbacks and pingbacks are open.