କାର୍ପ ମାଛର ଖାଦ୍ୟ ବିଷୟରେ ଜାଣନ୍ତୁ

36

ଭାକୁର, ରୋହୀ, ମିରିକାଳି, ସିଲଭର୍ କାର୍ପ, ଗ୍ରାସ୍‌କାର୍ପ ଓ ବିଲାତି ରୋହୀ ଆଦି କାର୍ପ ମାଛ ଯାଆଁଳଗୁଡ଼ିକ ଶୀଘ୍ର ବଢ଼ିବା ପାଇଁ ଅଧିକ ଖାଦ୍ୟ ଆବଶ୍ୟକ ହୋଇଥିବାରୁ ପ୍ରାକୃତିକ ଖାଦ୍ୟ ବ୍ୟତୀତ କୃତ୍ରିମ ଖାଦ୍ୟ ଯୋଗାଇ ଦିଆଯାଏ । ତେଣୁ ଅଧିକ ଲାଭ ପାଇଁ ମାଛଚାଷରେ କୃତ୍ରିମ ଖାଦ୍ୟ ବ୍ୟବହାର କରାହଯାଏ । ସେଥିପାଇଁ ମାଛର ଏଭଳି ଖାଦ୍ୟ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଏ । ଗୋବର ଓ ରାସାୟନିକ ସାରର ନିୟମିତ ପ୍ରୟୋଗ ଭଳି ମାଛ ପାଇଁ ଦୈନନ୍ଦିନ ଖାଦ୍ୟ ଯୋଗାଣର ଆବଶ୍ୟକତା ରହିଛି ।
ଗୋବର ଓ ସାର ପ୍ରୟୋଗ ଦ୍ୱାରା ବିଭିନ୍ନ ପ୍ଲାଂକଟନ୍ ଓ ଛୋଟ ଛୋଟ ଜୀବ ଇତ୍ୟାଦି ପ୍ରାକୃତିକ ଖାଦ୍ୟ ଉତ୍ପାଦନ ହୁଏ ଓ ଏଥିରୁ କେବଳ ମାତ୍ର ଶତକଡ଼ା ୫୦ ଭାଗ ପୁଷ୍ଟିସାର ମାଛକୁ ମିଳିଥାଏ । ଏହା ମାଛର ଶରୀର ବୃଦ୍ଧିରେ ଠିକ୍ ଭାବରେ ବିନିଯୋଗ ନ ହୋଇ ଶକ୍ତି ପାଇଁ ବ୍ୟବହାର ହୋଇଥାଏ । ତେଣୁ ଶକ୍ତିକାରକ ପୌଷ୍ଟିକ ଖାଦ୍ୟ ଯୋଗାଇ ଦେବାଦ୍ୱାରା ପୁଷ୍ଟିସାର ଓ ଶ୍ୱେତସାରର ଅନୁପାତର ସମତା ରକ୍ଷା କରାଯାଇପାରିଥାଏ । ଏହା ଫଳରେ ପ୍ରାକୃତିକ ଖାଦ୍ୟରୁ ପାଉଥିବା ପୁଷ୍ଟିସାର ସେମାନଙ୍କ ଶରୀର ବୃଦ୍ଧିରେ ସାହାଯ୍ୟ କରେ ।
ସଘନ ମାଛ ଚାଷ ପାଇଁ ପୋଖରୀରେ ଅଧିକ ପରିମାଣରେ ଯାଆଁଳ ଛଡ଼ା ଯାଉଥିବାରୁ ପ୍ରାକୃତିକ ପୁଷ୍ଟିସାହର ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ପୌଷ୍ଟିକ ପରିମାଣ କମ୍ ହୋଇଥାଏ । ଏହାଦ୍ୱାରା ମାଛର ଶରୀର ବୃଦ୍ଧିରେ ବାଧାପ୍ରାପ୍ତ ହୁଏ । ତେଣୁ ସହଜରେ ହଜମ ହୋଇପାରୁଥିବା ମିଶ୍ରିତ କୃତ୍ରିମ ଖାଦ୍ୟରେ ପୁଷ୍ଟିସାର, ଶ୍ୱେତସାର ଓ ସ୍ନେହସାର, ଜୀବସାର ଓ ଧାତୁସାର ଆଦି ଆବଶ୍ୟକ ପରିମାଣରେ ଯୋଗାଇ ଦିଆଯାଏ । ତା\’ଦ୍ୱାରା ମାଛ ନିରୋଗ ହେବା ସଙ୍ଗେସଙ୍ଗେ ଶୀଘ୍ର ଶରୀର ବୃଦ୍ଧି ଘଟାଇଥାଏ । ଏ ପ୍ରକାର ଖାଦ୍ୟକୁ ମାଛର ସୁଷମ ଖାଦ୍ୟ ବୋଲି କୁହାଯାଏ ।
ପୁଷ୍ଟିସାର ସୁଷମ ଖାଦ୍ୟର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଉପାଦାନ । ଛୋଟ ମାଛର ଶରୀର ବୃଦ୍ଧି ପାଇଁ ପୁଷ୍ଟିସାରର ଆବଶ୍ୟକତା ବେଶି ଓ ବୟସ ବୃଦ୍ଧି ସଙ୍ଗେସଙ୍ଗେ ଏହା କମି ଆସେ । ଶତକଡ଼ା ୧୫-୪୫ ଭାଗ ପୁଷ୍ଟିସାର ଖାଦ୍ୟରେ ମିଳୁଥିଲେ ଯାଆଁଳ ମାଛ ଶୀଘ୍ର ବଢ଼ିପାରନ୍ତି ।
ଶ୍ୱେତସାର ମାଛକୁ ଶକ୍ତି ଯୋଗାଏ ଓ ତାହା ଆବଶ୍ୟକ ପରିମାଣରେ ଖାଦ୍ୟରେ ମିଳୁଥିଲେ ପୁଷ୍ଟିସାର ଶରୀର ବୃଦ୍ଧି କରାଏ । ଶତକଡ଼ା ୨୨-୨୬ ଭାଗ ପର୍ଯ୍ୟନ୍ତ ଶ୍ୱେତସାର ଖାଦ୍ୟରେ ମିଳୁଥିଲେ ଯାଆଁଳ ମାଛର ଶରୀର ବୃଦ୍ଧି ଭଲ ହୋଇଥାଏ ।
ମାଛ ପାଇଁ ସ୍ନେହସାର ଶକ୍ତିର ଆହଉ ଗୋଟିଏ ଆଧାର । ଏହା ଖାଦ୍ୟରେ କମ୍ ପରିମାଣରେ ଥିଲେ ପୁଷ୍ଟିସାହର ମାଛର ଶୀର ବୃଦ୍ଧିରେ ବିନିଯୋଗ ନ ହୋଇ ଶକ୍ତିପାଇଁ ବ୍ୟବହୃତ ହୁଏ । ତାଦ୍ୱାରା ମାଛର ଶରୀର ବୃଦ୍ଧିରେ ବ୍ୟାଘାତ ଘଟେ । ସୁତରାଂ ଶତକଡ଼ା ୪୦୬ ଭାଗ ପର୍ଯ୍ୟନ୍ତ ସ୍ନେହସାର ମାଛର କୃତ୍ରିମ ଖଶଦ୍ୟରେ ରହିବା ଆବଶ୍ୟକ ।
ଖାଦ୍ୟରେ ଜୀବସାର କମ୍ ପରିମାଣରେ ଦରକାର ହେଉଥିଲେହ ମଧ୍ୟ ଏହାର ଯଥେଷ୍ଟ ଗୁରୁତ୍ୱ ରହିଛି । କେତେକ ଜୀବସାର ଅଭାବରୁ ମାଛକୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ । ସୁତରାଂ ଶତକଡ଼ା ଦଶମିକ ଏକ ଅନୁପାତରେ ଖାଦ୍ୟରେ ଏହାକୁ ଯୋଗାଇ ଦିଆଯାଏ ।
ଜୀବକୋଷ ତିଆରି, ଶରୀର ବୃଦ୍ଧି ଓ ବିକାଶ ପାଇଁ କ୍ୟାଲସିୟମ୍‌, ଫସ୍‌ଫରସ୍ ଭଳି କେତେକ ଧାତୁସାରର ଦରକାର ପଡ଼େ । ଶତକଡ଼ା ଏକ ଦଶମିକ ପାଞ୍ଚ ଡାଇକାଲ୍‌ସିୟମ୍ ଫସ୍‌ଫେଟ୍ ଖାଦ୍ୟରେ ଯୋଗାଇ ଦିଆଯାଏ । ଏଗୁଡ଼ିକ ବ୍ୟତୀତ ଦସ୍ତା କୋବାଲଟ୍ ଓ ମାଗ୍ନେସିୟମ୍ ଆଦି ଅନ୍ୟ କେତେକ ଦରକାରୀ ଧାତୁସାରର ମଧ୍ୟ ଦରକାର ହୋଇଥାଏ ।
ତମ୍ବା, ଆୟୋଡିନ୍ ଓ ମାଗାନିଜ୍ ଇତ୍ୟାଦି କେତେକ ସୂକ୍ଷ୍ମ ମାତ୍ରିକ ପଦାର୍ଥ ମାଛର ଶରୀର ବୃଦ୍ଧିକୁ ତ୍ୱରାନ୍ୱିତ କରାଇଥାଏ ଓ ଏଗୁଡ଼ିକ ସୂକ୍ଷ୍ମ ମାତ୍ରାରେ ଆବଶ୍ୟକ ହୋଇଥାଏ । ସୁତରାଂ ଶତକଡ଼ା ଦଶମିକ ଏକ ଭାଗ ହିସାବରେ ଏଗୁଡ଼ିକ ଯୋଗାଇ ଦିଆ ହୋଇଥାଏ ।
ଗାଁ ଗହଳି ପାଖ ସହରାଞ୍ଚଳରେ ଥିବା ଧାନ ଚୂଡ଼ା ଅଟାକଳ ଓ ତେଲ ଘଣାରୁ ମିଳୁଥିବା କେତେକ ଆନୁସଙ୍ଗିକ ଉତପାଦିତ ବସ୍ତୁ ବା ଚାଉଳ, ଅଟା, ଚୁଡ଼ା କଳରୁ ବାହାରିି ଗଲାପରେ ଯେଉଁ ଅଦରକାରୀ ଖୁଦକୁଣ୍ଡା, ଚୋକଡ ଥ ତେଲ ପିଡ଼ିଆ ମିଳେ, ତାହାକୁ ମାଛର ଖାଦ୍ୟ ରୂପେ ବ୍ୟବହାର କରାଯାଇପାରେ । ବାଦାମ, ସୋରିଷ, ତିଳ, ଶାଳମଞ୍ଜି, କପାମଞ୍ଜି ଆଦିର ପିଡ଼ିଆକୁ କେତେକ ଉପଯୁକ୍ତ ଖାଦ୍ୟ ଉପାଦାନ ହିସାବରେ ବ୍ୟବହାର କରାଯାଇପାରେ । ସମ ପରିମାଣରେ ପିଡ଼ିଆ ଓ କୁଣ୍ଡା ମିଶାଇ ମାଛ କୃତ୍ରିମ ଖାଦ୍ୟ ରୂପେ ବ୍ୟବହାହର ବହୁତ ଦିନ ଧରି ଚଳି ଆସୁଛି । ଏଭଳି ଖାଦ୍ୟ ସହିତ ୧୦-୧୫ ପର୍ଯ୍ୟନ୍ତ ପ୍ରାଣୀଜ ପୁଷ୍ଟିସାର ମିଶାଇଲେ ମାଛର ଶରୀର ବୃଦ୍ଧି ଖୁବ୍ ଶୀଘ୍ର ହୁଏ । ଅଦରକାରୀ ମାଛର ଶୁଖୁଆ ଗୁଣ୍ଡ, ଶୁଖିଲା ଚିଙ୍ଗୁଡ଼ି ମୁଣ୍ଡର ଗୁଣ୍ଡ, ହାଡ଼ଗୁଣ୍ଡ, ଶୁଖିଲାହ ରକ୍ତ ଗୁଣ୍ଡ, ସିଲ୍‌କ ପୋକର ଗୁଣ୍ଡ ଇତ୍ୟାଦିକୁ ପ୍ରାଣୀସାର ଭାବରେ ବ୍ୟବହାର କରାଯାଏ । ଏହି ପ୍ରସ୍ତୁତ ଖାଦ୍ୟ ସହିତ ଆବଶ୍ୟକ ସମପରିମାଣରେ ଜୀବସାର ଓ ଧାତୁସାର ମଧ୍ୟ ମିଶାଇ ଉପାଦେୟ ଖାଦ୍ୟ ପ୍ରସ୍ତୁତ କରାଯାଇପାରେ ।
ସହଜରେ ମିଳିପାରୁଥିବା କେତେକ ଶସ୍ତା ଓ ଦରକାରୀ ଖାଦ୍ୟ ଉପାଦାନର ପୌଷ୍ଟିକତା ମୂଲ୍ୟ ନିମ୍ନରେ ପ୍ରଦାନ କରାଗଲା ।
ବସ୍ତୁର ନାମ ପୁଷ୍ଟିସାର ସ୍ନେହସାର ଶ୍ୱେତସାର
ପରିମାଣ ପରିମାଣ ପରିମାଣ
(ଶତକଡ଼ା ଭାଗ) (ଶତକଡ଼ା ଭାଗ) (ଶତକଡ଼ା ଭାଗ)
ବାଦାମ ପିଡ଼ିଆ ୩୫-୪୫ ୧୨-୧୫ ୨୬-୨୯
ଚାଉଳ ଖୁଦ ୮-୧୫ ୬-୭ ୨୫-୪୫
ତିଳ ପିଡ଼ିଆ ୩୨-୪୦ ୧୨-୧୪ ୨୨-୪୫
ଗହମ ଖୁଦ ୯-୧୩ ୭-୮ ୪୨-୬୦
ଶୁଖିଲା ମାଛ ଗୁଣ୍ଡ ୩୧-୫୫ ୬-୧୨ ୨-୮
ସୋରିଷ ପିଡ଼ିଆ ୨୬-୩୦ ୮-୧୨ ୨୫-୩୦
ବିରି ଗୁଣ୍ଡ ୫-୮ ୨-୩ ୫୬-୬୦
ଟାପିଓକା (କନ୍ଦ ଫସଲ) ୨-୫ ୨-୫ ୬୫-୮୦
ସୋୟାବିନ୍ ପିଡ଼ିଆ ୪୦-୪୭ ୧୨-୧୪ ୨୮-୩୨
କପାମଞ୍ଜି ପିଡ଼ିଆ ୨୪-୩୦ ୭-୯ ୩୨-୩୮
ସିଲ୍‌କ ପୋକ ୫୦-୬୫ ୨୨-୨୩ ୨-୩
ହାଡ଼ଗୁଣ୍ଡ ୧୮-୨୦ ୨-୪ ୪୫-୫୫
ରକ୍ତ ଗୁଣ୍ଡ ୮୦-୯୦ ୦-୫ ୧-୧.୫
ଗୋବର କୁଣ୍ଡ ୮୦-୯୦ ୦-୫ ୧-୧.୫
ମୋଲାସେସ୍‌ ୧-୨ ୮-୧୦ ୮୦-୯୦
ଚାଉଳ କୁଣ୍ଡା ୧୦-୧୧ ୧୬-୧୮ ୫୦-୫୫
ନଡ଼ିଆ ପିଡ଼ିଆ ୨୦-୨୩ ୧୦-୧୩ ୪୦-୪୨
ଲିନ୍‌ସିଡ୍ ପିଡ଼ିଆ ୨୫-୩୦ ୪-୫ ୭୫-୮୦
ମକାଗୁଣ୍ଡ ୧୦-୧୧ ୪-୫ ୭୫-୮୦
ସୂର୍ଯ୍ୟମୁଖୀ ପିଡ଼ିଆ ୨୪-୨୭ ୧୫-୨୦ ୨୨-୨୫
ଶାଳମଞ୍ଜି ପିଡ଼ିଆ ୦-୧୧ ୩-୬ ୭୦-୮୦
କାଜୁବାଦାମ ପିଡ଼ିଆ ୨୨-୨୩ ୩-୫ ୭୫-୮୦
ଚିଙ୍ଗୁଡ଼ି ମୁଣ୍ଡ ଗୁଣ୍ଡ ୨୫-୨୩ ୮-୯ ୧-୩
ଡାଲି ଜାତୀୟ ଖୁଦ ୧୫-୧୮ ୨-୩ ୪୫-୪୮
ପଣସ ଚୋପା ୫-୭ ୭-୮ ୫୫-୬୦
ଖାଦ୍ୟ ଖୁଆଇବାର ପ୍ରଣାଳୀ :
ଯେଉଁ ଖାଦ୍ୟ ମାଛ ଶୀଘ୍ର ଗ୍ରହଣ କରିପାରେ ସେହିଭଳି ଖାଦ୍ୟ ଯୋଗାଇବା ଶ୍ରେୟସ୍କର । ଖାଦ୍ୟ ଖୁଆଇବା ପ୍ରଣାଳୀର ମଧ୍ୟ ଗୁରୁତ୍ୱ ରହିଛି । ଖ୍ୟା ଯେପରି ନଷ୍ଟ ନ ହୁଏ, ସେଥିପ୍ରତି ଧ୍ୟାନ ଦେବା ଉଚିତ । ଗୁଣ୍ଡ ଯାଆଁଳ ପାଇଁ ଖାଦ୍ୟକୁ ଗୁଣ୍ଡ ଆକାରରେ ଯଥେଷ୍ଟ ପରିମାଣରେ ପୋଖରୀରେ ବିଞ୍ôଚ ଖାଇବାକୁ ଦିଆଯାଏ । ଯାଆଁଳ ବଡ଼ ହେଲେ ତା ଓଜନର ପ୍ରାୟ ଶତକଡ଼ା ତିନି ଭାଗ ହିସାବରେ ଖାଦ୍ୟକୁ ଗୋଳା କରି ପୋଖରୀରେ ନିର୍ଦ୍ଦିଷ୍ଟ କୋଣମାନଙ୍କରେ ପାଣି ଭିତରେ ଝୁଡ଼ି ଟଙ୍ଗାଇ ତା ଭିତରେ ଖାଦ୍ୟ ଯୋଗାଇ ଦିଆଯାଏ । ଏହା ବ୍ୟତୀତ ପୋଖରୀ ଭିତରେ ସ୍ଥାନେସ୍ଥାନେ ଖୁଣ୍ଡ ପୋତି ସେଥିରେ ବ୍ୟାଗ୍ ବା ଆଖା ପାରି ଭିତରେ ଓହଳାଇ ଦିଆଯାଇପାରେ ଏବଂ ସେଥିରେ ଛୋଟ ଛୋଟ କିଛି କଣା କଲେ ମାଛ ଖୁମ୍ପି ଖାଇବାକୁ ସୁବିଧା ହୋଇପାରିବ । ମାଛର ଓଜନ ବଢ଼ିବା ସହିତ ଖାଦ୍ୟର ପରିମାଣ ମଧ୍ୟ ସେହି ଅନୁାରେ ବଢ଼ାଇ ଦିଆଯାଏ । କଳମ ଶାଗ, ଘାସ, ଚିଙ୍ଗୁଡ଼ିଦଳ, ଲେମନା ଦଳ, କଅଁଳିଆ କୋବିପତ୍ର ଓ କଦଳୀ ପତ୍ର ଆଦି ଗ୍ରାସ୍‌କାର୍ପ ମାଛକୁ ଖାଇବାକୁ ଦିଆଯାଏ । ଛୋଟ ଯାଆଁଳକୁ ଏଗୁଡ଼ିକ କାଟି ଚୁନିଚୁନି କରି ଦେବାକୁ ହୁଏ ଓ ଯାଆଁଳ ବଢ଼ିଲେଶ ବାଉଁଶ ଧଡ଼ା କରି ପୋଖରୀର ନିର୍ଦ୍ଦିଷ୍ଟ ଜାଗାମାନଙ୍କରେ ଖାଇବାକୁ ଦିଆଯାଏ । ମେସିନ୍ ଦ୍ୱାରା ଆଜିକାଲି ଖାଦ୍ୟକୁ ବିଭିନ୍ନ ସାଇଜ୍‌ରେ ମିଶାଇ ଭଳି ପ୍ରସ୍ତୁତି କରାଯାଇପାରୁଛି । ଏହାକୁ ଡ୍ରାପେଲଟ୍ କହନ୍ତି । ଏହି ଖାଦ୍ୟରେ ଯୋଗାଇ ଦିଆଯାଉଥିବା ସବୁ ପ୍ରକାର ପୌଷ୍ଟିକତା ମିଳିବା ସଙ୍ଗେସଙ୍ଗେ ଖାଦ୍ୟ ହଠାତ୍ ପାଣି ଭିତରେ ମିଳାଇଯାଇ ନଷ୍ଟ ହୁଏନାହିଁ । ସୁତରାଂ ଏଭଳି ଖାଦ୍ୟର ସମ୍ପୂର୍ଣ୍ଣ ଭାବରେ ସଦୁପଯୋଗ ସମ୍ଭବ ହୋଇପାରେ ।
ପୋଖରୀରେ ଅନାବନା ଘାସ ଦମନ :
ମାଛ ପୋଖରୀରେ ଦେଖାଯାଉଥିବା ଅନାବନା ଘାସ ଓ ଦଳ ପ୍ରଭୃତି ମାଛ ଚାଷରେ ଅନେକ ଅସୁବିଧା ସୃଷ୍ଟି କରିଥାନ୍ତି । ପୋଖରୀରେ ଘାସ ଓ ଦଳ ରହିବା ଯୋଗୁ ମାଛ ଉତ୍ପାଦନ କମିଯିବା ସହିତ ପରିବେଶ ପ୍ରଦୂଷଣ ଘଟିଥାଏ । ଅନେକ ସମୟରେ ଦଳ ହୋଇଥିବା ସ୍ଥାନ ସନ୍ତସନ୍ତିଆ ହୋଇ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଥାଏ । ଆମ ଦେଶର ଜଳବାୟୁ ଅନାବନା ଘାସର ବୃଦ୍ଧି ପାଇଁ ବେଶ୍ ଉପଯୋଗୀ ହୋଇଥିବାରୁ ଏପରି ଘଟିଥାଏ ।
ମୁଖ୍ୟତଃ ଅନାବନା ଘାସକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଥାଏ । ସେଗୁଡ଼ିକ ହେଲା –
(କ) ଭାସମାନ ଘାସ : ଯେଉଁ ଘାସଗୁଡ଼ିକ ମାଟି ସହ ନ ଲାଗି ପାଣି ଉପରେ ଭାସି ବୁଲୁଥାଏ, କିନ୍ତୁ ସେଗୁଡ଼ିକର ପତ୍ର ଓ ଫୁଲ ଜଳ ଉପରେ ଭାସି ବୁଲୁଥାଏ । କଇଁ ପଦ୍ମ ଆଦି ଏହି ଶ୍ରେଣୀର ଅନ୍ତର୍ଗତ ଅଟନ୍ତି ।
(ଖ) ଅର୍ଦ୍ଧଭାସମାନ ଘାସ : ଏହି ଧରଣର ଘାସଗୁଡ଼ିକର ଚେର ପୋଖରୀର ମାଟି ସହିତ ଲାଗିଥାଏ । କିନ୍ତୁ ସେଗୁଡ଼ିକର ପତ୍ର ଓ ଫୁଲ ଜଳ ଉପରେ ଭାସି ବୁଲୁଥାଏ । କଇଁ ପଦ୍ମ ଆଦି ଏହି ଶ୍ରେଣୀର ଅନ୍ତର୍ଗତ ଅଟନ୍ତି ।
(ଗ) ପାଣିକୂଳ ଘାସ : ଏହି ଘାସଗୁଡ଼ିକ ପାଣି ଧାର ପାଖରେ ବା ସନ୍ତସନ୍ତିଆ ଜାଗାରେ ଦେଖାଯାଆନ୍ତି । ପାଣି ମୁଥା, ଅମରି, ବଣସାରୁ ଆଦି ଏହି ଶ୍ରେଣୀର ଅନ୍ତର୍ଗତ ଅଟନ୍ତି । ଏଗୁଡ଼ିକ ପାଣି କୂଳାରେ ହୋଇଥିଲେ ମଧ୍ୟ ଅନେକ ସମୟରେ ପୋଖରୀ ଭିତରକୁ ମାଡ଼ି ଯାଇଥାଆନି ।
(ଙ) ଶିଉଳି ଜାତୀୟ ଘାସ : ଏଗୁଡ଼ିକ ପୋଖରୀ ପାଣି ଉପରେ ବା ଅଳ୍ପ ପାଣି ଥିଷଲ ପୋଖରୀ ଭିତରେ ଦେଖାଯାଆନ୍ତି । ଏଗୁଡ଼ିକ ଯୋଗୁ ପୋଖରୀ ପାଣିର ରଙ୍ଗ ସବୁଜ, ନୀଳ-ସବୁଜ, ବାଦାମୀ, ଲାଲ-ବାଦାମୀ ଆଦି ହୋଇଥାଏ । ବିଭିନ୍ନ ପ୍ରକାରର ଶୈବାଳ ଏହି ଶ୍ରେଣୀର ଅନ୍ତର୍ଗତ ।
ଘାସ ଦମନ :
ମୁଖ୍ୟତଃ ପାଞ୍ଚଟି ଉପାୟରେ ଅନାବନା ଘାସ ଦମନ କରାଯାଇପାରେ । ସେଗୁଡ଼ିକ ହେଲା – ଚାଷକରି, ହାତରେ ଉପାଡ଼ି, ଯନ୍ତ୍ର ବ୍ୟବହାର କରି, ଜୈବିକ ପଦ୍ଧତି ଓ ରାସାୟନିକ ପଦ୍ଧତି ।
ଚାଷଦ୍ୱାରା ଅନାବନା ଘାସ ନିୟନ୍ତ୍ରଣ କରିବାକୁ ହେଲେ ପୋଖରୀ କୂଳକୁ ହଳ କରିବାକୁ ହୁଏ । ଏଥି ସହିତ ପୋଖରୀ କୂଳରୁ ପଟୁମାଟି ବାହାର କରି ଏହାକୁ ଗହୀର କରିବା ଉଚିତ । ତା ଛଡ଼ା ପୋଖରୀରେ ନୂଆ ଘାସ ପ୍ରବେଶକୁ ମଧ୍ୟ ରୋକାଯିବା ଆବଶ୍ୟକ ।
ପୋଖରୀ କୂଳରୁ ଘାସକୁ ହାତରେ ଉପାଡ଼ି ବା ଦାଆରେ କାଟି ଦେଲେ ମଧ୍ୟ ଘାସ ଦମନ ହୋଇଥାଏ । ଏହାଛଡ଼ା ବିଦା ଚଳାଇବା ରେକ୍ ୱିଡର ବ୍ୟବହାର କରି ମଧ୍ୟ ପୋଖରୀ କୂଳର ଘାସ ଦମନ କରାଯାଇପାରିବ ।
ଘାସ ଦମନ ପାଇଁ ବିଭିନ୍ନ ପ୍ରକାରର ଘାସକଟା ଯନ୍ତ୍ର ବ୍ୟବହାର କରାଯାଇଥାଏ । ଏହାଦ୍ୱାରା ଘାସ ମରିଯାଇଥାଏ । ଏ ସବୁ ଉପାୟ ବାରମ୍ବାର ଅନୁସରଣ କଲେ ସମ୍ପୂର୍ଣ୍ଣ ଭାବେ ଘାସ ଦମନ କରାଯାଇପାରିବ, କିନ୍ତୁ ଏହାହ ବ୍ୟୟବହୁଳ ଓ ଶ୍ରମ ସାପେକ୍ଷ ଉପାୟ ଅଟେ ।
ଜୈବିକ ଉପାୟରେ ଘାସ ଦମନ କରିବା ସହଜ ଓ ଏଥିପାଇଁ ଅଳ୍ପ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ । ଅନେକ ପ୍ରାଣୀ ଅଛନ୍ତି, ଯେଉଁମାନେ ପୋଖରୀରେ ଦେଖାଯାଉଥିବା ଘାସ ଖାଇଥାଆନ୍ତି । ଏମାନଙ୍କ ମଧ୍ୟରେ କେତେକ ମାଛ, ବତକ, କେତେକ କୀଟର ସଂବାଳୁଆ ଆଦି ପ୍ରଧାନ । ଆଜିକାଲି ଗ୍ରାସ କାର୍ପ ଜାତୀୟ ମାଛ ଚାଷ କରି ପୋଖରୀକୁ ଅନାବନା ଘାସ ଦମନ କରାଯାଇପାରୁଛି । ଏହି ମାଛ ଅନେକ ପ୍ରକାରର ଭାସମାନ ଘାସକୁ ଖାଇ ଦେଇଥାନ୍ତି । ଅତି ଗହଳିଆଘାସ ହୋଇଥିବା ଅଞ୍ଚଳରେ ୩୦୦ରୁ ୫୦୦ ଗ୍ରାମ ଓଜନ ପର୍ଯ୍ୟନ୍ତ ଗ୍ରାସ୍‌କାର୍ପ ଛାଡ଼ିବା ଉଚିତ୍ ।
ଘାସ ଦମନ ପାଇଁ ରାସାୟନିକ ପଦ୍ଧତି ଅନୁସରଣ କଲେ ଅଧିକ ସଫଳତା ମିଳିଥାଏ । ବିଭିନ୍ନ ପ୍ରକାରର ଘାସ ଦମନ କରିବା ପାଇଁ ଭିନ୍ନଭିନ୍ନ ଔଷଧ ଆବଶ୍ୟକ ହୋଇଥାଏ । ତେଣୁ ଉପଯୁକ୍ତ ଭାବେ ଔଷଧ ନିର୍ଣ୍ଣୟ କରିବା ଉଚିତ । ଏଥିପାଇଁ ଆମକୁ ଘାସର ପ୍ରକାର, ଉପଯୁକ୍ତ ଔଷଧ ପ୍ରୟୋଗ ପରିମାଣ, ପ୍ରୟୋଗ ସମୟ ଆଦି ବିଷୟରେ ଜାଣିବାକୁ ପଡ଼ିବ ।
ମାଛ ପୋଖରୀରେ ବିଲାତି ଦଳ ସବୁଠାରୁ କ୍ଷତିକାରକ ଘାସ । ୨-୪ଡି ନାମକ ଔଷଧ ପ୍ରୟୋଗ କଲେ ବିଲାତି ଦଳକୁ ନଷ୍ଟ କରାଯାଇପାରିବ । ଦଳ ଛୋଟ ହୋଇଥିଲେ ହେକ୍ଟର ପିଛା ୫ କିଲୋଗ୍ରାମ, ମଝାଳିଆ ହୋଇଥିଷଲ ହେକ୍ଟର ପିଛା ୬ କିଲୋଗ୍ରାମ ଓ ବଡ଼ ହୋଇଥିଲେ ୧୦ କିଲୋଗ୍ରାମ ହିସାବରେ ପ୍ରୟୋଗ କରିବା ଉଚିତ । ଏହି ଔଷଧକୁ ଫୁଟ୍‌ପମ୍ପ୍ ସ୍ପ୍ରେୟର ହିସାବରେ ପ୍ରୟୋଗ କରିବା ଦରକାର । ଏଥିପାଇଁ ପୋଖରୀ ଉପରେ ଦୁଇଖଣ୍ଡ ବାଉଁଶ ରଖି ତା ଉପରେ ଚାଲିଚାଲି ସ୍ପ୍ରେ କରିବାକୁ ହୋଇଥାଏ । ଏକ ହେକ୍ଟର ଆକାରରେ ପୋଖରୀରେ ସ୍ପ୍ରେ କରିବା ପାଇଁ ୪୦୦ ଲିଟର ପାଣି ଦରକାର ହୋଇଥାଏ । ପିଷ୍ଟିଆ ନାମକ ଘାସ ଦମନ ପାଇଁ ହେକ୍ଟର ପିଛା ଦୁଇ ଲିଟର ଗ୍ରାମକ୍‌ସୋନକୁ ୨୦୦ ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା ଦରକାର । ସାଇଭିନିଆ ଦମନ କରିବା ପାଇଁ ହେକ୍ଟର ପିଛା ୫ ଲିଟର ହିସାବରେ ଗ୍ରାମକ୍‌ସୋନ ସ୍ପ୍ରେ କରିବା ଉଚିତ ।
ପୋଖରୀରେ କଇଁ ପଦ୍ମ ଆଦି ଥଲେ ଏହାକୁ ମାରିବା ପାଇଁ ହେକ୍ଟର ପିଛା ୮ରୁ ୧୦ କିଲୋଗ୍ରାମ ୨.୪-ଡି ଔଷଧ ପ୍ରୟୋଗ କରନ୍ତୁ । ଏହି ପରିମାଣର ଔଷଧକୁ ୩୦୦ ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ । ଏଥି ସହିତ ଶତକଡ଼ା ୦.୨ ଭାଗ ଲୁଗାଧୁଆ ପାଉଡର ମିଶାଇ ଦେବା ଉଚିତ ।
ପାଣିରେ ସମ୍ପୂର୍ଣ୍ଣ ଭାବେ ବୁଡ଼ି ରହିଥିବା ଘାସ ଦମନ କରିବା ପାଇଁ ଆନାହାଇଟସ୍ ଆମୋନିଆ ବ୍ୟବହାର କରିବା ଉଚିତ । ପୋଖରୀ କୂଳରେ ଦେଖାଯାଉଥିବା ଘାସ ଦମନ ପାଇଁ ହେକ୍ଟର ପିଛା ଆଠ କିଲୋଗ୍ରାମ ୨.୪ଡିକୁ ୨୦୦ ଲିଟର ପାଣିରେ ଗୋଳାଇ ସ୍ପ୍ରେ କରନ୍ତୁ । ମୁଥା ଦମନ ପାଇଁ ଏହି ଔଷଧକୁ ହେକ୍ଟର ପିଛା ୧୦ କିଲୋଗ୍ରାମ ହିସାବରେ ପ୍ରୟୋଗ କରିବା ଆବଶ୍ୟକ ।
ଶୈବାଳ ଜାତୀୟ କେତେକ ଘାସ ଦମନ ପାଇଁ ସୀମାଜିନ୍ ବା ଡାଇୟୁରନ୍ ଔଷଧକୁ ପ୍ରତି ଲିଟର ପାଣି ପିଛା ୦.୩ରୁ ୦.୫ ମିଲିଗ୍ରାମ୍ ହିସାବରେ ଗୋଳାଇ ସ୍ପ୍ରେ କରନ୍ତୁ । ଏହି ଔଷଧ ମାଛମାନଙ୍କର କୌଣସି କ୍ଷତି କରି ନଥାଏ । କିନ୍ତୁ ଶୈବାଳ ମରିଯାଉଥିବାରୁ ଜଳରେ ଦ୍ରବୀଭୂତ ଅମ୍ଳଜାନ ପରିମାଣ କମିଯିବାର ସମ୍ଭାବନା ରହିଛି । ତେଣୁ ଏ ସମସ୍ୟାହର ସମାଧାନ ପାଇଁ ପୋଖରୀର ପାଣିକୁ ଅମ୍ଳଜାନୀକରଣ କରିବା ଉଚିତ ।
ଯଦି ଉପଯୁକ୍ତ ଭାବେ ରାସାୟନିକ ପଦ୍ଧତି ଅନୁସରଣ କରାହଯାଏ, ତେବେ ପୋଖରୀରେ ଘାସ ଦମନ କରାଯାଇପାରିବ । ରାସାୟନିକ ପଦ୍ଧତିରେ ଘାସ ମାରିସାରିବା ପରେ ରହିଯାଉଥିବା ଅବଶିଷ୍ଟ ଘାସକୁ ପାଣିରୁ ବାହାର କରିଦେବା ଉଚିତ । ଏହାପରେ ମାଛଚାଷ କରାଗଲେ ଜାଲ ପକାଇବା ତଥା ଅନ୍ୟାନ୍ୟ କାର୍ଯ୍ୟଦ୍ୱାରା ଘାସ ନିୟନ୍ତ୍ରଣ କରାଯାଇପାରିବ ।
ଘାସର ବିନିଯୋଗ :
ପୋଖରୀରେ ଦେଖାଯାଉଥିବା କେତେକ ଘାସକୁ ମଧ୍ୟ ଆମ ଦରକାରରେ ଲଗାଯାଇପାରିବ । ଏହି ଘାହସଗୁଡ଼ିକରୁ କମ୍ପୋଷ୍ଟ, ଗୋଖାଦ୍ୟ ଓ କୁକୁଡ଼ା ଖାଦ୍ୟ, ମାଛମାନଙ୍କ ଖାଦ୍ୟ, ବତକମାନଙ୍କ ଖାଦ୍ୟ କାଗଜ ତିଆରି ପାଇଁ ଦରକାର ହେଉଥିବା ମଣ୍ଡ ଆଦି ପ୍ରସ୍ତୁତ କରାଯାଇପାରିବ । ତେବେ ପୋଖରୀରେ ଦେଖାଯାଉଥିବା ଘାସଗୁଡ଼ିକରେ ଜଳୀୟ ଅଂଶ ରହୁଥିବାରୁ ପରିବହନରେ ଅସୁବିଧା ଘଟିଥାଏ । ତେଣୁ ଏହି ଘାସଗୁଡ଼ିକୁ ପରିବହନ କରିବାକୁ ହେଲେ ପ୍ରଥମ ପାଣିରୁ ବାହାର କରି ଶୁଖାଇ ଦେବା ଆବଶ୍ୟକ । ଭାରତ ପରି ବିକାଶଶୀଳ ରାଷ୍ଟ୍ରରେ ଜଳଜ ଘାସ ଗୁଡ଼ିକର ବିନିଯୋଗ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହାଦ୍ୱାରା ଜଳ ସ୍ତରକୁ ପରିଷ୍କାର କରାଯିବା ସହିତ ଗାଁ ଗହଳରେ ଲୋକମାନଙ୍କ ପାଇଁ ଶ୍ରମ ଦିବସ ସୃଷ୍ଟି କରାଯାଇପାରିବ ।


Comments are closed, but trackbacks and pingbacks are open.