ଆସନ୍ତା କାଲି ଠାରୁ ପ୍ରଥମରୁ ସପ୍ତମ ଛାତ୍ରଛାତ୍ରୀ ଙ୍କ ପାଇଁ କ୍ଲାସ ରୁମ୍ ପାଠପଢା

22

ରାଜ୍ୟରେ ଦୀର୍ଘ ଦୁଇ ବର୍ଷ ଧରି କରୋନା ପ୍ରାଦୁର୍ଭାବ ଯୋଗୁଁ ସିଖାନୁଷ୍ଠାନ ଗୁଡିକ ବନ୍ଦ ରହିଥିଲା I ବର୍ତ୍ତମାନ ପରିସ୍ଥିକୁ ଦେଖିଲେ ରାଜ୍ୟରେ କରୋନା ସଂକ୍ରମଣ ଅନେକ ହ୍ରାସ ପାଇଛି I ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଯାଉଛି । ଦୁଇ ବର୍ଷ ପରେ ସ୍କୁଲ ଆସିବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା। ଘରୁ ପିଲାଙ୍କୁ ସଚେତନ କରି ପଠାଇବାକୁ ଅଭିବାଭକ-ଶିକ୍ଷକ ବୈଠକରେ ଅନୁରୋଧ କରାହୋଇଛି। ପ୍ରଥମ ସପ୍ତାହରେ କେବଳ ବିଭିନ୍ନ ଆକଟିଭିଟି କରାଯିବ । ପାଠ ପଢା ଯିବ ନାହିଁ । ଦୁଇ ବର୍ଷ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଥିବାବେଳେ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ କୋର୍ସରେ ସାମିଲ କରାଯିବ । ଯାହା ଫଳରେ ପିଲାମାନେ ପଛେଇ ଯିବେ ନାହିଁ ।୨୫ ତାରିଖ ଦିନ ହୋଇଥିବା ବିଭାଗର ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ।

Comments are closed, but trackbacks and pingbacks are open.