ଆରମ୍ଭ ହେଲା ପଞ୍ଚାୟତ ନିର୍ବାଚନ ଭୋଟ ଗଣତି : ୩ ଦିନ ଧରି ଚାଲିବ

16

ଆଜି ଠୁ ଆରମ୍ଭ ହେଲା ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି I ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ I ଆଜି ୩୧୫ ଜିଲ୍ଲା ପରିଷଦ ଆସନ, ୨୭ ତାରିଖ ଦିନ ୩୦୭ ଓ ୨୮ରେ ବାକି ୨୨୯ଟି ଜିଲ୍ଲା ପରିଷଦ ଆସନରେ ଭୋଟ୍‌ ଗଣତି କରାଯିବ । ଓଡ଼ିଆ ବର୍ଣ୍ଣମାଳା ଅନୁଯାୟୀ ପଞ୍ଚାୟତଗୁଡିକୁ ଟେବୁଲ ଦିଆଯିବ। ଗୋଟିଏ ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଦୁଇ ଜଣ ଆସିଷ୍ଟାଣ୍ଟ କାଉଣ୍ଟିଂ ଅଫିସର ଏବଂ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରହିବେ । ରଙ୍ଗ ଅନୁସାରେ ବାଲଟ୍ ପେପର ସର୍ଟିଂ ପରେ ଚାଲିବ ଗଣତି I ପ୍ରତ୍ୟେକ ୱାର୍ଡର ଭୋଟ୍ ଗଣତି ପରେ ମାଇକ୍ ଯୋଗେ ଫଳାଫଳ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

Comments are closed, but trackbacks and pingbacks are open.