ଗେଙ୍ଗୁଟି ନଦୀ ବାଲିଘାଟରେ ଅଘଟଣ: ଗାଧୋଇବା ବେଳେ ବୁଡ଼ି ଦମ୍ପତି ନିଖୋଜ

9

ଭୁବନେଶ୍ବର: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଗେଙ୍ଗୁଟି ନଦୀ ବାଲିଘାଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ନଦୀକୁ ଗାଧୋଇବାକୁ ଯାଇ ଦମ୍ପତି ନିଖୋଜ ହୋଇଯାଇଛନ୍ତି। ନିଖୋଜ ଦମ୍ପତି ସ୍ଥାନୀୟ ବାଲିକୁଦା ଗ୍ରାମର ସୁଧାକର ଓଝା ଓ ତାଙ୍କ ସ୍ତ୍ରୀ ସୁଲୋଚନା ଓଝା ବୋଲି ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ, ସୁଧାକର ଓ ସୁଲୋଚନା ଗେଙ୍ଗୁଟି ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ମାତ୍ର ବହୁ ସମୟ ବିତିଯିବା ପରେ ମଧ୍ୟ ସେମାନେ ଘରକୁ ନଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ଖୋଜାଖୋଜି ଆରମ୍ଭ କରିଥିଲେ। ନଦୀକୂଳରେ ସେମାନଙ୍କର ବାଲ୍ଟି, ଲୁଗାପଟା ଓ ଚପଲ ପଡ଼ିଥିବା ଦେଖିବାକୁ ମିଳିଥିଲା, ଯାହାଫଳରେ ଗାଧୋଉଥିବା ସମୟରେ ଗଭୀର ପାଣିରେ ବୁଡ଼ିଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ବାଲିଚନ୍ଦ୍ରପୁର ପୋଲିସ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନଦୀରେ ବ୍ୟାପକ ଖୋଜାଖୋଜି ଜାରି ରଖିଛନ୍ତି।

Comments are closed, but trackbacks and pingbacks are open.