ପଞ୍ଚାୟତ ନିର୍ବାଚନ : ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ, ଦିନ ୧ ଟା ସୁଦ୍ଧା ରାଜ୍ୟରେ ୬୫ % ମତଦାନ

29

ରାଜ୍ୟରେ ପଂଚାୟତ ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ରେ ଦିନ ୧ ସୁଦ୍ଧା ୬୫ ପ୍ରତିଶତ ହୋଇଛି । କୋଟିଆରେ ୧୨ଟା ସୁଦ୍ଧା ୪୦%ରୁ ଅଧିକ ମତଦାନ ହେଲାଣି । ଏନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।ସବୁ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଚାଲିଛି । ତେବେ ଦ୍ୱିତୀୟ ପର୍ଯ୍ୟାୟ ଭୋଟରେ ନିର୍ବାଚନ କମିସନଙ୍କ କଡା ନଜର ରହିଛି । ପ୍ରଥମ ପ ର୍ଯ୍ୟାୟରେ ନିର୍ବାଚନୀ ହିଂସା ପରେ କଡା ନଜର ରଖାଯାଇଛି । ନିର୍ବାଚନ କମିସନ କଡା ତଦାରଖ କରୁଥିବା ନେଇ ସୂଚନା ମିଳିଛି । ହିଂସାକାଣ୍ଡ କିମ୍ବା ଅନିୟମିତତା ଖବର ଉପରେ ନଜର ରଖାଯାଇଛି । ସମ୍ପୃକ୍ତ ଜିଲ୍ଲାର ଏସପିମାନଙ୍କୁ ସତର୍କ କରାଯାଇଛି । ରାଜ୍ୟର ୩୦ ଜିଲ୍ଲାର ୬୮ବ୍ଲକରେ ୧୮୬ ଜିଲ୍ଲାପରିଷଦ ଜୋନରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ମତଦାନ ବେଳେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ମୁତୟନ ହୋଇଛନ୍ତି ୨୪୦ ପ୍ଲାଟୁନ ପୁଲିସ ଫୋର୍ସ । ୧୫୧୪ ପଂଚାୟତର ୨୦ହଜାର ୪୩୫ବୁଥରେ ଭୋଟଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ସେଥିମଧ୍ୟରୁ ୩ ହଜାର ୬୫ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୬୨ ଲକ୍ଷ ୧୦ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସରପଂଚ, ୱାର୍ଡମେମ୍ବର, ସମିତି ସଭ୍ୟ ଓ ଜିଲ୍ଲାପରିଷଦ ସଦସ୍ୟ ପାଇଁ ୪ଟି ଭିନ୍ନ ଭିନ୍ନ ରଙ୍ଗର ବାଲଟ ପେପରରେ ଭୋଟରମାନେ ଭୋଟଦେବେ ।

Comments are closed, but trackbacks and pingbacks are open.