ଲାଞ୍ଚ ନେବା ବେଳେ ପୁଣି ଭିଜିଲାନ୍ସ ହାତରେ ଧରାପଡିଲେ ବିଇଓ

21

ପୁଣି ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଆଉ ଜଣେ ସରକାରୀ ବାବୁ I ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଶିକ୍ଷାଧିକାରୀ ବ୍ରଜ କୁମାର ନାୟକଙ୍କୁ ପ୍ରତ୍ୟକ୍ଷ ଭାବରେ ଧରିଛି ଭିଜିଲାନ୍ସ । ଶିକ୍ଷକ ଫିରୋଜ ଚନ୍ଦ୍ର ନାୟକଙ୍କ ବକେୟା ଦରମା କରାଇଦେବା ପାଇଁ ଲାଞ୍ଚ ମାଗିଥିଲେ ବ୍ଲକ ଶିକ୍ଷାଧିକାରୀ । ଏଥିପାଇଁ ଶିକ୍ଷକ ଜଣକ ବ୍ରହ୍ମପୁର ଭିଜିଲାନ୍ସକୁ ଖବର ଦେଇଥିଲେ । ଆଜି ୩୦ ହଜାର ଟଙ୍କା ନେଇ ଶିକ୍ଷକ ଜଣକ ବ୍ଲକ ଶିକ୍ଷାଧିକାରୀଙ୍କ ପାଖକୁ ଯାଇଥିଲେ । ଶିକ୍ଷକଙ୍କ ଠାରୁ ବ୍ଲକ ଶିକ୍ଷାଧିକାରୀ ୩୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ମାଡି ବସିଥିଲେ ଭିଜିଲାନ୍ସ ଟିମ । ବର୍ତ୍ତମାନ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମେତ ପାରଳାଖେମୁଣ୍ଡି ସ୍ଥିତ ନିଜ ବାସ ଭବନରେ ମଧ୍ୟ ଏକ କାଳୀନ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ।

Leave A Reply

Your email address will not be published.