ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ୨୮ରୁ ସ୍କୁଲକୁ ଆସିବେ

131

ରାଜ୍ୟରେ ଗତ ୭ ତାରିଖରୁ ଖୋଲି ସାରିଛି ୮ମ ରୁ ଉପରକୁ ସମସ୍ତ ସ୍କୁଲ ଓ କଲେଜ I ଏହାପରେ ଆସନ୍ତା ୧୪ ତାରିଖରୁ କେଜି ରୁ ୮ମ ଯାଏ ପିଲା ସ୍କୁଲ ଯିବା ନେଇ ଫେବୃଆରୀ ୨ ତାରିଖରେ ଘୋଷଣା କରିଥିଲେ ଏସଆରସି I ବର୍ତ୍ତମାନ ଏହି ନିୟମ ରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି I ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁଯାୟୀ ସ୍କୁଲ ଖୋଳୁଥିଲେ ମଧ୍ୟ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ସ୍କୁଲକୁ ପାଠ ପଢ଼ିବା ପାଇଁ ଫେବୃଆରୀ ୨୮ରୁ ଆସିବେ ବୋଲି କୁହାଯାଇଛି । ଫେବୃଆରୀ ୨୮ରୁ ସ୍କୁଲରେ ଆରମ୍ଭ ହେବ ଫିଜିକାଲ କ୍ଲାସ୍ । ୨୮ ପର୍ଯ୍ୟନ୍ତ ପିଲାମାନେ ଘରେ ରହି ଅନଲାଇନ କ୍ଲାସ କରିବେ । ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ସଂକ୍ରମଣ କମୁଥିବାରୁ ସ୍କୁଲ ଖୋଲିବା ନେଇ ତତ୍ପରତା ପ୍ରକାଶ କରିଥିଲେ ରାଜ୍ୟ ସରକାର । ତେବେ ୧୪ ତାରିଖରୁ ସ୍କୁଲକ ଶିକ୍ଷକ, କର୍ମଚାରୀମାନେ ଆସିବେ । ୧୪ ରୁ ସ୍କୁଲକୁ ଆସି ପରିସର ସଫେଇ କାର୍ଯ୍ୟ ତଦାରଖ କରିବେ । ଏନେଇ ସବୁ ଜିଲ୍ଲାପାଳ ଓ ଡିଇଓମାନଙ୍କୁ ଗଣଶିକ୍ଷା ସଚିବଙ୍କ ଚିଠି ।

Leave A Reply

Your email address will not be published.