ଆସନ୍ତା ୧୦ରେ ସର୍ବଦଳୀୟ ବୈଠକ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା

19

ରାଜ୍ୟ ସରକାରଙ୍କ ପକ୍ଷରୁ ପୌର ନିର୍ବାଚନ ନେଇ ଅନୁମତି ମିଳିବା ପରେ ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନ(ଏସଇସି) । ୧୦ ତାରିଖ ଦିନ ସକାଳ ୧୧ଟା ୩୦ ମିନିଟ୍ ରେ ଗୀତ ଗୋବିନ୍ଦ ସଦନ ରେ ଏହି ବୈଠକ ଅନୁଷ୍ଠିତ ହେବ । ଏହି ସର୍ବଦଳୀୟ ବୈଠକ ରେ ସମସ୍ତ ରାଜନୈତିକ ଦଳରୁ ଜଣେ ଲେଖାଏଁ ଯୋଗଦେବେ I ଆଗାମୀ ପୌର ପରିଷଦ/ନିଗମ ଗୁଡ଼ିକର ନିର୍ବାଚନ ଅବାଧ ଓ ନିରପେକ୍ଷ ପାଇଁ ଏହି ବୈଠକ ରେ ଆଲୋଚନା ପରେ ଦଳୀୟ ପ୍ରତିନିଧିଙ୍କ ସହିତ ବିଚାର ବିମର୍ଶ ହେବ ।
ସୂଚନାଯୋଗ୍ୟ, କୋଭିଡ୍ ମଧ୍ୟରେ ପଞ୍ଚାୟତ ନିର୍ବାଚନ କଟକଣା କୋହଳ ନେଇ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି । ଏଣିକି ୨୦ ଜଣକୁ ନେଇ ଘରକୁ ଘର ବୁଲି ପ୍ରଚାର କରାଯାଇପାରିବ । ଏହାସହ ରାଜନୈତିକ ସଭାକୁ ଅନୁମତି ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । ତେବେ ୩ ଶହ ଜଣଙ୍କୁ ନେଇ ରାଜନୈତିକ ସଭା କରାଯାଇପାରିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.