ଅନୁଭବ-ବର୍ଷା ବିବାଦ ମାମଲା : ବର୍ଷାଙ୍କ ପାର୍ଲିଆମେଣ୍ଟ ସ୍ପାଉସ୍ କାର୍ଡ ପ୍ରତ୍ୟାହାର କୁ ନେଇ ହାଇକୋର୍ଟ ଙ୍କ ରହିତାଦେଶ

17

ପୁଣି ମୁଣ୍ଡ ଟେକିଛି ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା I ବର୍ଷାଙ୍କ ପାର୍ଲିଆମେଣ୍ଟ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ଉପରେ ସ୍ଥଗିତାଦେଶ ଜାରି କଲେ ହାଇକୋର୍ଟ । ବର୍ଷାଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲାକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ତ ୩ ଜଣଙ୍କୁ ଜବାବ ରଖିବାକୁ ହାଇକୋର୍ଟ ନୋଟିସ୍ ଦେଇଛନ୍ତି । ଏହି ତିନି ଜଣ ହେଲେ ପାର୍ଲାମେଣ୍ଟ ମହାସଚିବ, ଉପନିର୍ଦ୍ଦେଶକ ଏବଂ ସାଂସଦ ଅନୁଭବ ମହାନ୍ତି ।
ସୂଚନାନୁସାରେ ସାଂସଦ ଅନୁଭବ ମହାନ୍ତି ଙ୍କ ପକ୍ଷରୁ ସଂସଦରେ ବର୍ଷାଙ୍କୁ ମିଳିଥିବା ସ୍ପାଉସ୍ କାର୍ଡକୁ ଫେରାଇବା ପାଇଁ ପାର୍ଲିଆମେଣ୍ଟ ସଚିବଙ୍କୁ ଲିଖିତ ଭାବେ ଜଣାଇଥିଲେ I ଏହା ପରେ ପାର୍ଲାମେଣ୍ଟ ସେକ୍ରେଟାରିଏଟ୍ ପକ୍ଷରୁ ବର୍ଷାଙ୍କୁ ନୋଟିସ ହୋଇଥିଲା। ତେବେ ବର୍ଷା ଏହାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଏହା ଛଡ଼ା ତାଙ୍କର ବୈବାହିକ ବିବାଦ ମାମଲାକୁ ନେଇ ସାଂସଦ ଅନୁଭବ ଗଣମାଧ୍ୟମ ନିକଟରେ କରୁଥିବା ଅପପ୍ରଚାର କୁ ବନ୍ଦ କରିବା ପାଇଁ କୋର୍ଟ ରେ ଆବେଦନ କରିଛନ୍ତି ବର୍ଷା I

Leave A Reply

Your email address will not be published.