କରୋନା ମହାମାରୀ ଯୁଦ୍ଧରେ ଭାରତର ଶକ୍ତି ବୃଦ୍ଧି : ‘ସ୍ପୁଟ୍ନିକ୍ ଲାଇଟ୍’ କୁ ଜରୁରୀ କାଳୀନ ଅନୁମତି

18

ଦେଶରେ କରୋନା ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନ କୁ ଆହୁରି ଅଧିକ ଶକ୍ତିଶାଳୀ କରିବା ପାଇଁ ଆଉ ପାଦେ ଆଗେଇଛି ଭାରତ I ମହାମାରୀ ବିରୋଧରେ ଚାଲିଥିବା ଯୁଦ୍ଧରେ ଭାରତକୁ ଆଉ ଏକ ଟୀକାକରଣର ଶକ୍ତି ମିଳିଛି। ସ୍ପୁଟ୍ନିକ୍ ଲାଇଟ୍ ଭ୍ୟାକ୍ସିନର ସିଙ୍ଗଲ୍ ଡୋଜ୍ କୁ ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଅନୁମୋଦନ କରିଛି I ଭାରତରେ କରୋନା ବିରୋଧରେ ଚାଲିଥିବା ଯୁଦ୍ଧରେ ଏହା ୯ମ ଟିକା ହେବ। ଏ ସମ୍ପର୍କରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ୱିଟ କରି ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ‘ସିଙ୍ଗଲ ଡୋଜ ସ୍ପୁଟନିକ୍ ଲାଇଟର ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ପ୍ରଦାନ କରିଛି। ଏହାସହ ଦେଶର ନବମ କରୋନା ଟିକା। କରୋନା ମହାମାରୀ ବିରୁଦ୍ଧ ଲଢେଇରେ ଏହା ଦେଶକୁ ଅଧିକ ବଳ ଯୋଗାଇବ’ ।
ସ୍ପୁଟ୍ନିକ୍ ଲାଇଟ୍ ହେଉଛି ଏକ ମାତ୍ର ଟିକା , ଯାହାର ମାତ୍ର ୧ ଟି ଡୋଜ୍ କରୋନା ବିରୁଦ୍ଧରେ ୯୩ .୫ ପ୍ରତିଶତ ପ୍ରଭାବଶାଳୀ ଇ ୬ ମାସ ମଧ୍ୟରେ ବ୍ୟବହୃତ ସ୍ପୁଟନିକ୍ ଲାଇଟ୍ ଟିକା ର ଗୋଟିଏ ବୁଷ୍ଟର୍ ଡୋଜ୍ ଓମିକ୍ରନ୍ ବିରୁଦ୍ଧରେ ୧୦୦ % ପ୍ରଭାବଶାଳୀ I ଗତ ବର୍ଷ ମେ ମାସରେ ଋଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପୁଟନିକ୍ ଲାଇଟର ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଥିଲା। ବର୍ତ୍ତମାନ ସୁଦ୍ଧା ୩୦ ଦେଶ ସ୍ପୁଟନିକ୍ ଲାଇଟର ବ୍ୟବହାରକୁ ଅନୁମତି ମିଳିଛି । ସ୍ପୁଟନିକ୍ ଲାଇଟର୍ ଗୋଟିଏ ଡୋଜ ପ୍ରଭାବୀ ଏବଂ ସୁରକ୍ଷିତ ଥିବା ବିଶ୍ୱର ଅନେକ ଦେଶର ତଥ୍ୟକୁ ଆଧାର କରି ଋଷର ଆରଡିଆଇଏଫ ଦାବି କରିଛି।

Leave A Reply

Your email address will not be published.