ରାଜଧାନୀରେ ପୁଣି କଳା ପଲସର ଆତଙ୍କ

17

ରାଜଧାନୀରେ ପୁଣି ମାତିଲେଣି କଳା ପଲସର ଲୁଟିଆ Iଦିନ ଦ୍ବିପହରେ ଯୁବତୀଙ୍କ ହାତରୁ ଝାମ୍ପିନେଲେ ମୋବାଇଲ ଫୋନ । ଭୁବନେଶ୍ୱର ଏକାମ୍ର ହାଟ ସାମ୍ନାରୁ ଜଣେ ଯୁବତୀଙ୍କ ହାତରୁ ମୋବାଇଲ ଫୋନ ଛଡ଼ାଇ ନେଲା ମୁଖାପିନ୍ଧା ଲୁଟେରା । ଯୁବକ ଜଣକ ଏକ କଳା ପଲସରରେ ଆସି ଲୁଟ୍‌ କରିଛି । ଏନେଇ ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି ଲୁଟ୍‌ର ଶିକାର ହୋଇଥିବା ଯୁବତୀ । ଏକାମ୍ର ହାଟ ପାଖରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ସଂଗ୍ରହ କରି ପୋଲିସ ତଦନ୍ତ ଚଳାଇଛି । ଗତ କିଛି ଦିନ ମଧ୍ୟରେ ରାଜଧାନୀ ସମେତ ଉପକଣ୍ଠ ରେ ଦିନକୁ ଦିନ ମୋବାଇଲ ଲୁଟ ଘଟଣା ବୃଦ୍ଧି ପାଉଛି ଇ ଖଣ୍ଡଗିରି ,ତୋମାଣ୍ଡ,ଭରତପୁର ଅଞ୍ଚଳରୁ ଏହି କଳା ପଲସର ଲୁଟିଆ ମାନେ ୭ ଟି ମୋବାଇଲ ଲୁଟ କରିଛନ୍ତି ଇ ସେହିଭଳି ସୌଭାଗ୍ୟ ନଗର ଅଂଚଳରୁ ଜଣେ ମହିଳାଙ୍କ ହାତରୁ ଏହି ଭଳି ଭାବରେ ମୋବାଇଲ ଲୁଟ ହୋଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା I

Leave A Reply

Your email address will not be published.