ପଂଚାୟତ ନିର୍ବାଚନ : ଭିକ୍ଷା ମାଗି ଭୋଟ ପାଇଁ ପ୍ରଚାର କରୁଛନ୍ତି ପ୍ରାର୍ଥୀ

24

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀମାନେ ଭିନ୍ନ ଭିନ୍ନ ଢଙ୍ଗରେ ନିର୍ବାଚନ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । କିଏ କେତେ ଢଙ୍ଗରେ ପ୍ରଚାର କରୁଛନ୍ତି । ନିର୍ବାଚନୀ ପାଇଁ କିଏ ଟଙ୍କା ପାଣି ଭଳି ବୁହାଉଛି ତ ଆଉ କାହା ପାଖରେ ନିର୍ବାଚନରେ ଖର୍ଚ୍ଚ କରିବାକୁ ଟଙ୍କାଟିଏ ନାହିଁ । ଏଭଳି ଜଣେ ପ୍ରାର୍ଥୀ ହେଉଛନ୍ତି କେନ୍ଦ୍ରାପଡା ମହାକାଳପଡା ୨୩ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ପ୍ରାର୍ଥୀ ନରୋତ୍ତମ ପ୍ରାର୍ଥସାରଥୀ ।
ମହାକାଳପଡା ୨୩ ନମ୍ବର ଜୋନର ସିପିଆଇଏମ ଜିଲ୍ଲା ପରିଷଦ ପ୍ରାର୍ଥୀ ନରୋତ୍ତମ ପାର୍ଥସାରଥୀ । ଲୋକଙ୍କ ସେବା ପାଇଁ ଓହ୍ଲାଇଛନ୍ତି ନିର୍ବାଚନ ରଣାଙ୍ଗନକୁ । ହେଲେ ଏଥିରେ ଖର୍ଚ୍ଚ କରିବାକୁ ପାଖରେ ନାହିଁ ସମ୍ବଳ । ତେଣୁ ଲୋକଙ୍କଠାରୁ ଭିକ୍ଷା ମାଗି ଭୋଟ ପାଇଁ ନିବେଦନ କରୁଛନ୍ତି । ଯାହା କିଛି ଭିକ୍ଷା ଆକରରେ ମିଳୁଛି ସେଇ ପଇସାରେ ପୋଷ୍ଟର ଛାପୁଛନ୍ତି । ନିଜେ ସାଇକେଲ ଧରି ବୁଲିବୁଲି ପୋଷ୍ଟର ଲଗାଉଛନ୍ତି । ସିପିଆଇଏମର ସମାନତା ଭାବକୁ ଆଗଇ ନେଇ ସବୁ ଲୋକଙ୍କ ପାଇଁ ସମାନ ସୁବିଧା ସୁଯୋଗ ଯୋଗାଇଦେବା ତାଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ନରୋତ୍ତମ ।
ଭିକ୍ଷା ଦିଅ ଭୋଟ ବି ଦିଅ । ଏହା ଲୋକ ଦେଖାଣିଆ ନୁହେଁ ବରଂ ଏହା ଦଳର ଉତ୍ତରଦାୟୀତ୍ୱ । ଲୋକଙ୍କ ପାଖରୁ ଦାନ ନେଇ ସେମାନଙ୍କ ପାଖରେ ଉତ୍ତର ଦାୟୀ ରହିବାର ଏକ ପ୍ରତିଶ୍ରୁତି ।
ଏକ ଦୁର୍ନୀତିମୁକ୍ତ ସମାଜ ସହ ବହୁ ଦିନରୁ ରହିଆସିଥିବା ସମସ୍ୟାର ସମାଧାନ କରିବାକୁ ଅଣ୍ଟା ଭିଡିଥିବା ନରୋତ୍ତମଙ୍କ ଠାରେ ଲୋକଙ୍କର ଅନେକ ଆଶା, ଯାହାକୁ ନେଇ ଆଗେଇ ଚାଲିଛନ୍ତି ନରୋତ୍ତମ ପ୍ରାର୍ଥସାରଥୀ ।

Leave A Reply

Your email address will not be published.