ରେଳ ବଜେଟରେ ଓଡ଼ିଶାକୁ ଆଶା ଠାରୁ ଅଧିକ ମିଳିଛି : ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

21

ଆଜି ଓଡିଶା ଆସି ପାଞ୍ଚିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ I ୨୦୨୨-୨୩ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ବଜେଟକୁ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଓଡିଶା ରେ ଏହା ପ୍ରଥମ ସାମ୍ବାଦିକ ସମ୍ମିଳନୀ। ସମ୍ମିଳନୀ ଆରମ୍ଭ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ସ୍ୱର ସାମ୍ରାଜ୍ଞି ଲତା ମଙ୍ଗେଶରଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିବା ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଲତା ଜି ଯାହା ଆମକୁ ଦେଇ ଯାଇଛନ୍ତି ତାକୁ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ । ତାକୁ କେବଳ ହ୍ରୁଦୟରେ ଅନୁଭବ କରି ହେବ। ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଆମେ ଜଗନ୍ନାଥଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିବା ।

ଆଜି ସାମ୍ବାଦିକ ସମ୍ମଳନୀ ଆରମ୍ଭ ରେ ଯୁପିଏ ସରକାର ଉପରେ ବର୍ଷିଛନ୍ତି ରେଳମନ୍ତ୍ରୀ । ଏହାସହ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ହୃଦୟରେ ଓଡ଼ିଶା ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି । ଯେଉଁଥିପାଇଁ ରେଳ ବଜେଟରେ ଓଡ଼ିଶାକୁ ଆଶା ଠାରୁ ଅଧିକ ମିଳିଛି । ୟୁପିଏ ସରକାର ସମୟରେ ଓଡ଼ିଶାକୁ ରେଳ ବଜେଟରେ ୮୦୦ କୋଟି ଟଙ୍କା ମିଳୁଥିଲା । କିନ୍ତୁ ମୋଦୀ ସରକାରରେ ୨୦୧୪ରୁ ୧୯ ମଧ୍ୟରେ ଓଡ଼ିଶାକୁ ବାର୍ଷିକ ହାରାହାରି ୪୧୨୪ କୋଟି ଟଙ୍କା ମିଳୁଥିଲା । ଯାହା ୟୁପିଏ ସରକାରରେ ମିଳୁଥିବା ରେଳବଜେଟର ଚାରିଗୁଣା ଅଧିକ । ସେହିଭଳି ୨୦୨୦, ୨୦୨୧ରେ ମଧ୍ୟ ମୋଦୀ ସରକାର ଓଡ଼ିଶାକୁ ରେଳ ବଜେଟରେ ଆଶାନୁରୂପକ ଅର୍ଥ ମିଳିଥିଲା । ଆଉ ଚଳିତଥର ରେଳ ବଜେଟରେ ରେକର୍ଡ ୯୭୩୪ କୋଟି ଟଙ୍କା ଦେଇଛନ୍ତି ମୋଦୀ ସରକାର ।

ସେହିପରି ଟେଲିକମ ସେକ୍ଟରରେ ୩୯୩୩ ନୂଆ ସାଇଟକୁ ଆମେ ବାଛିଛୁ । ଟାୱାର ଦ୍ୱାରା ଏକାଧିକ ଗାଁକୁ ନେଟୱର୍କ ପଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଏହାବାଦ୍ ମଧ୍ୟ ଯଦି କେଉଁଠି ନେଟୱର୍କ ସମସ୍ୟା ରୁହେ ତେବେ ଏହାର ସର୍ଭେ କରି ତୁରନ୍ତ ଏହାକୁ କ୍ୟାବିନେଟରେ ମଞ୍ଜୁରି କରାଇବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଅଶ୍ୱିନୀ ବୈଷ୍ଣବ । ୟୁପିଏ ସରକାର ସମୟରେ ବିଏସଏନଏଲ ଦେବାଳିଆ ସଂସ୍ଥାରେ ପରିଣତ ହୋଇଥିଲା । ପ୍ରଧାନମନ୍ତ୍ରୀ ୨୦୧୪ ପରେ ଏଥିରେ କିଛି ସଂସ୍କାର ଆଣିବା ପରେ ଗତବର୍ଷ ଏଥିରେ କିଛି ଲାଭ ମିଳିଛି । ଭାରତରେ ୪ ଜି ର ଡିଜାଇନ ହୋଇସାରିଛି । ଏବଂ ୫ ଜି କ୍ଷେତ୍ରରେ ମଧ୍ୟ କାର୍ଯ୍ୟ ଚାଲିଛି । ଏହି ବର୍ଷ ୪୫ ହଜାର କୋଟି ଟଙ୍କା ଦିଆଯାଇଛି ।ସେଥିରେ ୪ ଜି ଭଳି ବ୍ୟବସ୍ଥା କରଯାଉଛି । ଚାଷୀ, ଗରିବକୁ ଘର, ଜଳ ଯୋଗାଣ, ରୋଜଗାର, ପ୍ରତିକ୍ଷେତ୍ରରେ ଏହି ବଜେଟରେ ରେକର୍ଡ ଅନୁଦାନ ଦିଆଯାଇଛି । ଚାଷୀଙ୍କ ଟଙ୍କା ଚାଷୀଙ୍କ ଖାତାକୁ ଯିବା ପାଇଁ ଏଥର ବଜେଟରେ ବ୍ୟବସ୍ଥା କରାଯାଇଛି । ୧ ୨ ଟି ଷ୍ଟେସନ ଡିଜାଇନ ଓ ଅପଗ୍ରେଡ଼ ଚାଲିଛି । ସବୁ ଭାଗକୁ ଗୁରୁତ୍ୱ ଦିଆଯାଉଛି । ନୂଆ ରେଳ ଲାଇନ ପାଇଁ ବ୍ୟବସ୍ଥା କରାଯାଇଛି ।

ମୟୂରଭଞ୍ଜ ଅଞ୍ଚଳରେ ତିନିଟି ନୂଆ ରେଳ ଲାଇନ ପାଇଁ ବି କାର୍ଯ୍ୟ କରାଯାଉଛି । ଓଡିଶା ମାଟିର ଋଣ ଶୁଝାଇବା ଏବଂ ପ୍ରଧାନମନ୍ତ୍ରୀଙ୍କର ଯାହା ଭିଜନ ଅଛି ତାକୁ ଆଗେଇ ନେବା କାର୍ଯ୍ୟରେ ଆମେ ଲାଗିଛୁ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।
ନୂଆ ରେଲୱେ ଲାଇନ ପାଇଁ ଓଡ଼ିଶାର ଦାବି ରହୁଥିଲା, ଏବେ ଅନେକ ସ୍ଥାନରେ ନୂଆ ଲାଇନ ପାଇଁ ମଞ୍ଜୁରୀ ମିଳିଥିବା କହିଛନ୍ତି ଅଶ୍ୱିନୀ ।

Leave A Reply

Your email address will not be published.