୨୦୨୨-୨୩ ସାଧାରଣ ବଜେଟ କୁ ନେଇ ପ୍ରଧାନମନ୍ତ୍ରୀ ଙ୍କ ପ୍ରତିକ୍ରିୟା

16

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ସମୟରେ ନିର୍ମଳା ସୀତାରମଣ ଅନେକ ବଡ ଘୋଷଣା କରିଥିଲେ। ଅର୍ଥ ନୀତିଜ୍ଞ ମାନଙ୍କ ମତରେ ଏହା ଏକ ସନ୍ତୁଳନ ବଜେଟ୍ I ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଏହା ଏକ ପୂର୍ଣ୍ଣାଙ୍ଗ ବଜେଟ I ଏହି ବଜେଟ୍ ଅର୍ଥନୀତିକୁ ମଜବୁତ କରିବ ଏବଂ ଅନେକ ନୂତନ ସୁଯୋଗ ସୃଷ୍ଟି କରିବ। ଏହି ବଜେଟର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଗରିବଙ୍କ କଲ୍ୟାଣ I ୧୦୦ ବର୍ଷର ଭୟଙ୍କର ବିପର୍ଯ୍ୟୟ ମଧ୍ୟରେ ଏହି ବଜେଟ୍ ବିକାଶର ଏକ ନୂତନ ଆତ୍ମବିଶ୍ୱାସ ଆଣିଛି I ଏହି ବଜେଟରେ କୃଷି, ଭିତ୍ତିଭୂମି ଓ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ମୁକାବିଲା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ ପରିମାଣ ପ୍ରାୟ ୧୪% ଅଧିକ। ଚଳିତ ବର୍ଷ ବଜେଟର ପରିମାଣ ୩୯,୪୪,୯୦୯ କୋଟି ଟଙ୍କା ରହିଛି।
ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କାଶ୍ମୀର, ଉତ୍ତରପୂର୍ବ ଅଞ୍ଚଳ ପାଇଁ ପ୍ରଥମଥର ପର୍ବତମାଳା ଯୋଜନା ଆରମ୍ଭ କରାଯାଇଛି । ଏହା ପାହାଡିଆ ଅଞ୍ଚଳରେ ଆଧୁନିକ ବ୍ୟବସ୍ଥାର ନିର୍ମାଣ କରିବ । ଏହାଛଡା ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗର ଗଙ୍ଗା ନଦୀ କୂଳରେ ରସାୟନମୁକ୍ତ ଫାର୍ମିଂକୁ ପୋତ୍ସାହନ ଦିଆଯିବ । ଯାହାଦ୍ୱାରା ଗଙ୍ଗା ନଦୀକୁ ରସାୟନମୁକ୍ତ କରାଯାଇପାରିବ । ଏହାସହ ଏମଏସପି ବାବଦକୁ ଚାଷୀଙ୍କୁ ୨.୨୫ ଲକ୍ଷ କୋଟି ଟଙ୍କା ଦିଆଯିବ । ଯାହା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ବଜେଟ୍ ର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଗରିବଙ୍କ କଲ୍ୟାଣ ଦିଗରେ ରହିଛି । ସବୁ ଗରିବଙ୍କ ପାଖରେ ପକ୍କା ଘର, ଟ୍ୟାପ୍ ପାଣି, ଶୌଚାଳୟ, ଗ୍ୟାସ୍ ସୁବିଧା ହେବା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଏହା ସହ ଆଧୁନିକ ଇଣ୍ଟରନେଟ୍ ସଂଯୋଗ ଉପରେ ମଧ୍ୟ ସେହିଭଳି ଭାବରେ ଜୋର ଦିଆଯାଉଛି ।ଏହା ସହ ପ୍ରଧାନ ମନ୍ତ୍ରୀ କହିଛନ୍ତି ଏହି ଲୋକାଭିମୁଖୀ ଏବଂ ପ୍ରଗତିଶୀଳ ବଜେଟ୍ ପାଇଁ ମୁଁ ଅର୍ଥମନ୍ତ୍ରୀ ନିର୍ମଳା ଜୀ ଏବଂ ତାଙ୍କ ଟିମ କୁ ଅଭିନନ୍ଦନ ଜଣାଉଛି I

ପ୍ରଧାନମନ୍ତ୍ରୀ ଆସନ୍ତା କାଲି (ବୁଧୁବାର )ସକାଳ ୧୧ ଟାରେ ବଜେଟ୍କୁ ନେଇ ଆତ୍ମନିର୍ଭରଶୀଳ ଭାରତ ବିଷୟରେ ରେ ବିସ୍ତୃତ ଭାବରେ ଆଲୋଚନା କରିବେ I

Leave A Reply

Your email address will not be published.