ସିଦ୍ଧୁଙ୍କ ଭଉଣୀ କଲେ ଗମ୍ଭୀର ଅଭିଯୋଗ : ସମ୍ପତ୍ତି ପାଇଁ ମା’ଙ୍କୁ ଘରୁ ତଡ଼ି ଦେଇଥିଲେ ସିଦ୍ଧୁ

25

ପାଞ୍ଚଟି ରାଜ୍ୟ ନିର୍ବାଚନର ତାରିଖ ପାଖେଇ ଆସୁଥିବାରୁ ବିଭିନ୍ନ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ଅଭିଯୋଗ ଏବଂ ପ୍ରତି ଅଭିଯୋଗ ର ଚିରାଚରିତ ଧାରା ଆରମ୍ଭ ହୋଇଯାଇଛି । ରାଜନୈତିକ ଦଳୀୟ ଅଭିଯୋଗ ବ୍ୟତୀତ ବର୍ତ୍ତମାନ ପରିବାର ମାନଙ୍କରେ ମଧ୍ୟ ରାଜନୀତି ପାଣିପାଗର ଉଷ୍ମ ହାୱା ପ୍ରବାହିତ ହେଲାଣି I ସଦ୍ୟତମ ମାମଲା ଟି ଆସିଛି ପଞ୍ଜାବ ରୁ । ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ଭଉଣୀ ସୁମନ ତୁର ସର୍ବ ସମ୍ମୁଖରେ ତାଙ୍କ ଭାଇ ଜଣେ ନିଷ୍ଠୁର ବ୍ୟକ୍ତି ଓ ଟଙ୍କା ପାଇଁ ସେ ତାଙ୍କ ମା’ଙ୍କୁ ଘରୁ ତଡ଼ି ଦେଇଥିଲେ ବୋଲି କହିଛନ୍ତି। ସିଦ୍ଧୁଙ୍କ ଭଉଣୀ ସୁମନ ତୁର ଆମେରିକାରୁ ଚଣ୍ଡୀଗଡ଼ ଆସି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି କି ତାଙ୍କ ଭାଇ ସିଦ୍ଧୁ ପିତାଙ୍କ ଦେହାନ୍ତ ପରେ ସମସ୍ତ ସମ୍ପତ୍ତିକୁ ଦଖଲ କରିବାକୁ ନିଜ ମା’ଙ୍କୁ ଘରୁ ତଡି ଦେଇଛନ୍ତି । ୧୯୮୬ରେ ନବଜୋତ ସିଂହ ସିଦ୍ଧୁ ତାଙ୍କୁ ଓ ତାଙ୍କ ବୁଢ଼ୀ ମା’ଙ୍କୁ ଘରୁ ତଡ଼ି ଦେଇଥିଲେ। ଏଥିପାଇଁ ୧୯୮୯ରେ ଗୋଟିଏ ରେଳ ଷ୍ଟେସନରେ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଥିବା ସୁମନ ଅଭିଯୋଗ କରିଛନ୍ତି।ଏହାସହ ସିଦ୍ଧୁ ପରିବାର ଲୋକଙ୍କୁ ବାରମ୍ବାର ମିଛକଥା କହୁଥିଲେ କି ସେ ୨ ବର୍ଷର ହୋଇଥିବା ବେଳେ ତାଙ୍କ ବାପା ଓ ମା ଅଲଗା ହୋଇଯାଇଥିଲେ । କିନ୍ତୁ ଏହା ଆଇନ ଗତ ଠିକ ନୁହେଁ I ମୋ ବାପା ମା’ଙ୍କ ବିଷୟରେ ସିଦ୍ଧୁ ଯାହା ବି ଦାବି କରିଛନ୍ତି, ସେସବୁ ମିଛ। ମୋ ବାପାମା’ ଆଇନଗତ ଉପାୟରେ ଅଲଗା ହୋଇ ଯାଇଥିବା ନେଇ ସିଦ୍ଧୁ କରିଥିବା ଦାବି ବିରୋଧରେ ମୋ ମା’ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ।
ସାମ୍ବାଦିକ ସମ୍ମିଳନୀ କରିବାର ଉଦେଶ୍ୟକୁ ନେଇ କହିଥିଲେ କି ସେ ୧୯୯୦ ରେ ଆମେରିକା ଚାଲି ଯାଇଥିଲେ I ଜାନୁଆରୀ ୨୦ରେ ସୁମନ ପୁଣି ଥରେ ସିଦ୍ଧୁ ଙ୍କୁ ଦେଖା କରିବାକୁ ଚାହିଁଥିଲେ । କିନ୍ତୁ ସିଦ୍ଧୁ ତାଙ୍କୁ ଦେଖା କରିବାକୁ ମନା କରି ଦେଇଥିଲେ। ସିଦ୍ଧୁ ତାଙ୍କ ମା’ଙ୍କ ପ୍ରତି ଅନେକ ଅନ୍ୟାୟ କରିଛନ୍ତି। ସେ ସିଦ୍ଧୁଙ୍କୁ ତାଙ୍କ ମା ବିଷୟରେ ଯାହା କହିଥିଲେ ସେଥିପାଇଁ ସର୍ବସାଧାରଣରେ କ୍ଷମା ମାଗିବାକୁ କହିଥିଲେ, କିନ୍ତୁ ସେ କଥାବାର୍ତ୍ତା କରିବାକୁ ମନା କରିଦେଇଥିଲେ। ତେଣୁ ବାଧ୍ୟ ହୋଇ ଏ ବୟସରେ ସାମ୍ବାଦିକ ସମ୍ମିଳନୀ କରି ସର୍ବ ସମ୍ମୁଖରେ ପାରିବାରିକ ବିଷୟ ଖୁଲାସା କରିଥିବାରୁ ଖରାପ ଲାଗୁଛି ବୋଲି କହିଛନ୍ତି I ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି କି ଯିଏ ସମ୍ପତ୍ତି ପାଇଁ ପରିବାରର ହେଲାନି ସେ ଦେଶ ପାଇଁ କଣ କରିବ I

Leave A Reply

Your email address will not be published.