ଆଜି ଦେଶ ର ୭୩ ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

15

ଆଜି ଭାରତ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ରାଜଧାନୀ ଦିଲ୍ଲୀର ରାଜପଥରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆୟୋଜିତ ହୋଇଛି ଭବ୍ୟ ପରେଡ୍ । କରୋନା ଗାଇଡଲାଇନ୍‌ ଭିତରେ ହୋଇଥିବା ପରେଡରେ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଛି ।ଗାଇଡଲାଇନ୍‍ ଅନୁଯାୟୀ ଗଣତନ୍ତ୍ର ଦିବସ ସମାରୋହରେ ଯୋଗଦେବରକୁ ଥିବା ବ୍ୟକ୍ତି ମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି । ତାହା ସହ ଦିଲ୍ଲୀବାସୀଙ୍କୁ କରୋନା ଡବଲ ଡୋଜ୍‍ ଟିକା ନେବାକୁ ବାଧ୍ୟତାମୂଳକ କରାଯାଇଛି । ସାଧାରଣତନ୍ତ୍ର ଦିବସ ଉତ୍ସବରେ ୧୫ ବର୍ଷରୁ କମ୍‍ ପିଲାଙ୍କୁ ଯୋଗନଦେବାକୁ ପରାମର୍ଶ ଦିଆଯାଇଛି । ଦିଲ୍ଲୀରେ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ୨୭ ହଜାର ୭୩୨ ଜଣ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି ।
ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପରେଡ୍ ବେଳେ ଉପସ୍ଥିତ ଥିଲେ । ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଭାରତର ସାମର୍ଥ୍ୟ ପ୍ରଦର୍ଶିତ ହୋଇଥିଲା
ଚଳିତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପାଳନ କରାଯାଉଥିବାରୁ ସାରା ଦେଶରେ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ କରାଯାଉଛି । କରୋନା କଟକଣା ଯୋଗୁଁ ଚଳିତବର୍ଷ ନୂଆଦିଲ୍ଲୀ ରାଜପଥରେ କେବଳ ୫ ହଜାର ଲୋକଙ୍କୁ ପରେଡ୍ ଉପଭୋଗ କରିବାକୁ ଅନୁମତି ମିଳିଛି ।
ଗୋଟେ ପଟେ ଦିଲ୍ଲୀ ରାଜପଥରେ ପରେଡ୍, ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ବେଳେ ଅନ୍ୟପଟେ ଆକାଶରେ ଏୟାର ସୋ ଦେଖିବାକୁ ମିଳିଥିଲା । ଯାହା ରାଜପଥରେ ଉପସ୍ଥିତ ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ରାଫେଲ୍, ଜାଗୁଆର, ସୁଖୋଇ, ମିଗ୍-୨୯ ଭଳି ବିଭିନ୍ନ ଲଢୁଆ ବିମାନ ଆକାଶମାର୍ଗରେ ଶକ୍ତି ପ୍ରଦର୍ଶନ କରିଥିଲେ । ଭାରତୀୟ ବାୟୁସେନାର ୭୫ଟି ବିମାନ ଦମ୍ ଦେଖାଇଥିଲେ । ଯେଉଁଥିରେ ଥିଲା ଗୋଟିଏ ରାଫେଲ୍, ୨ଟି ଜାଗୁଆର, ୨ଟି ମିଗ୍-୨୯, ୨ଟି ସୁଖୋଇ-୩୦ ବିମାନ ।

Leave A Reply

Your email address will not be published.