କପୁରତାଲାରେ ପୁଣି ଅମୃତସର ଘଟଣା ର ପୁନରାବୃତି : ନିଶାନ ସାହିବର ଙ୍କ ଅପମାନ କୁ ନେଇ ଯୁବକ କୁ ପିଟିପିଟି ହତ୍ୟା

17

ଶନିବାର ଦିନ ଅମୃତସର ସ୍ବର୍ଣ୍ଣ ମନ୍ଦିର ରେ ଗୁରୁ ଗ୍ରନ୍ଥ ସାହିବର ଅପମାନ ଘଟଣାରେ ଜଣେ ଯୁବକ କୁ ପିଟି ପିଟି ହତ୍ୟା ଘଟଣାର ରବିବାର ଦିନ ପୁନରାବୃତ୍ତି ଘଟିଛି କାପୁରତାଲାରେ Iକାପୁରତାଲାରେ ମଧ୍ୟ ଅଭିଯୁକ୍ତକୁ ପିଟି ପିଟି ହତ୍ୟା କରାଯାଇଛି। କାପୁରତାଲାର ନିଜାମପୁର ଗାଁ ଥାନା ସାମ୍ନାରେ ଥିବା ଗୁରୁଦ୍ୱାରା ସାହିବରେ ଥିବା ନିଶାନ ସାହିବର ରବିବାର ଭୋର ୪ଟା ସମୟରେ ଅପମାନ କରିବାକୁ ଚେଷ୍ଟା କରାଯାଇଥିଲା। ଗୁରୁଦ୍ୱାରା ସାହିବରେ ପାଠ କରିବାକୁ ଯାଇଥିବା ଲୋକ ଜଣେ ବ୍ୟକ୍ତି ଅବମାନନା କରୁଥିବା ଦେଖି ତାକୁ ଧରି ମାଡ ମାରିଥିଲେ। ପୋଲିସ ଶିଖମାନଙ୍କ କବଜାରୁ ବ୍ୟକ୍ତିକୁ ଉଦ୍ଧାର କରି ଏକ କୋଠରୀରେ ବନ୍ଦ କରିଦେଲା। ଏହି ସମୟରେ ଉତ୍ୟକ୍ତ ଲୋକମାନେ ଅଭିଯୁକ୍ତ କୁ ସଜ୍ଜା ଦେବାପାଇଁ ମାଇକ୍ ରେ ପ୍ରଚାର କରାଯାଇଥିଲା କି ସମସ୍ତେ ଲୋକଙ୍କୁ କୁହାଯାଇଥିଲା ଯେ ‘ସମସ୍ତେ ଅ ସ୍ତ୍ରଶସ୍ତ୍ର ଆଣ’ I ଏହା ପରେ ଉତ୍ୟକ୍ତ ଲୋକମାନେ ଭିଡ଼ ଭିତରକୁ ଯାଇ ଝରକା ଭାଙ୍ଗି ପୋଲିସ କବଳ ରୁଯୁବକ କୁ ଛାଡ଼ି ନେଇଥିଲେ I ଏହାପରେ କିଛି ସମୟ ମଧ୍ୟରେ ପିଟି ପିଟି ମାରିଦେଇଥିଲେ। ଉତ୍ତେଜନା ବୃଦ୍ଧି ପାଉଥିବା ଦେଖି ପୋଲିସ ଶୂନ୍ୟରେ ଫାଇରିଙ୍ଗ କରିଥିଲା। ଶିରୋମଣି ଗୁରୁଦ୍ୱାରାର ପ୍ରବନ୍ଧକ କମିଟି ଦାବି କରିଛି ଯେ ଗୁରୁ ଗ୍ରନ୍ଥ ସାହିବର ଅପମାନ ଦେଖି ଲୋକେ ଉତ୍ୟକ୍ତ ହୋଇଯାଇଥିଲେ। ସ୍ଥିତି ନିୟନ୍ତ୍ରଣ କରିବାକୁ ଶ୍ରୀ ହରମନ୍ଦିର ସାହିବ ଆଖପାଖରେ ପୋଲିସବଳ ନିୟୋଜିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଘଟଣାକୁ ନେଇ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି କି ଉକ୍ତ ଯୁବକ ନିଶାନ ସାହିବ ଙ୍କୁ ଅପମାନ ଦେବା କୁ ନୁହେ ମନ୍ଦିର ଭିତରୁ ଚୋରି ଉଦ୍ୟେଶ ରେ ଆସିଥିଲା I

Leave A Reply

Your email address will not be published.