କାଦୁଅ ଫିଙ୍ଗା ରାଜନୀତି ଯୋଗୁଁ ଲଗାତାର ଗୃହ ଅଚଳ

26

ଆଜି ପୁଣି ଗୃହ ଅଚଳ I ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭରୁ ଆଜିଯାଏ ଘଣ୍ଟାଟିଏ ମଧ୍ୟ ଗୃହ ଚାଲି ପାରିନାହିଁ I ଆଜି ସେହିଭଳି ବିଧାନସଭା ଆରମ୍ଭରୁ ଗୃହର ମଧ୍ୟଭାଗକୁ ଆସି ବିରୋଧୀ ଦଳ ଗୃହରେ ଘଣ୍ଟ ପିଟିବା ସହ ହାତରେ ପ୍ଲା-କାର୍ଡ ଧରି ବିରୋଧ ପ୍ରଦର୍ଶନ ଏବଂ ପ୍ରବଳ ହଟ୍ଟଗୋଳ ଓ ନାରାବାଜି କରିଥିଲେ । ଫଳରେ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା Iଯେଉଁଥି ପାଇଁ ଦିନ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ।
ବିରୋଧୀ ଦଳ ପ୍ରଥମ ଦିନରୁ ହିଁ ଗୃହରେ ମମିତା ପ୍ରସଙ୍ଗ ଏବଂ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି ଦୋହରାଇ ସରକାର ଙ୍କ ଉପରେ ଆକ୍ରମଣ କରିଚାଲିଛନ୍ତି I ସେହିଭଳି ଦଳ ନିଜ ମୁଣ୍ଡରୁ ଦୋଷ ହଟାଇବାକୁ ଯାଇ ଦରବୃଦ୍ଧି କୁ ଆଳ କରି କେନ୍ଦ୍ର ସରକାରଙ୍କୁ ପ୍ରତିଆକ୍ରମଣ କରିଚାଲିଛନ୍ତି I ଏଥିଯୋଗୁଁ ଗୃହକୁ ସୁଚାରୁରୁପେ ଚଲାଇବା ପାଇଁ ଗତ କାଲି ବସିଥିବା ସର୍ବଦଳିୟ ବୈଠକ ଫେଲ ମାରିଛି । ଉଭୟ ବିରୋଧୀ ଏବଂ ଶାସଦ ଦଳ ନିଜ ନିଜ ଜିଦରେ ଅଟଳ ରହିଛନ୍ତି । କିନ୍ତୁ ପ୍ରକୃତରେ ଗୃହରେ ଅସଲ ମୁଦ୍ଦା କିମ୍ବା ରାଜ୍ୟବାସୀ ଙ୍କ ସମସ୍ୟା କଣ ରହିଛି ସେ ବିଷୟ ରେ ଆଲୋଚନା କରିବାକୁ କୌଣସି ଦଳ ଙ୍କ ମଧ୍ୟରେ ଆଗ୍ରହ ନାହିଁ I ଗୃହ ମଧ୍ୟରେ କେବଳ ପରସ୍ପର ମଧ୍ୟରେ ଆକ୍ରମଣ ,ପ୍ରତିଆକ୍ରମଣ ସହିତ କେବଳ କାଦୁଅ ଫିଙ୍ଗା ରାଜନୀତି ଖେଳୁଛନ୍ତି ।
ତେବେ ଗୃହର ସୁପରିଚାଳନା ନେଇ ବାଚସ୍ପତି ପୁଣି ଥରେ ସର୍ବଦଳୀୟ ବୈଠକ ଡକାଇଛନ୍ତି । ଗତକାଲି ଆନ୍ଦୋଳନ ସମୟରେ ପୋଲିସ ମାଡ଼ ମାରିଥିବା ଏବଂ ମମିତା ମେହେର ପ୍ରସଙ୍ଗକୁ ନେଇ ହାତରେ ପ୍ଲାକାର୍ଡ଼ ଦେଖାଇଥିଲେ ବିଜେପି ସଦସ୍ୟ । ସେହିପରି କଂଗ୍ରେସ ବିଧାୟକ ଘଂଟା ବଜାଇ ପ୍ରତିବାଦ କରିଥିଲେ । ଗୃହରେ ଶୃଂଖଳା ବଜାୟ ରଖିବା ପାଇଁ ବାଚସ୍ପତି ଅନୁରୋଧ କରିଥିଲେ ମଧ୍ୟ ବିରୋଧୀ ପ୍ରତିବାଦ କରିବା ଜାରି ରଖିଥିଲେ । ଫଳରେ ୧୧ ଟା ପରେ ଗୃହ ଆରମ୍ଭ ହୋଇଥିଲେ ମଧ୍ୟ ସେହି ସମାନ ସ୍ଥିତି ଉପୁଜିଥିବା ଯୋଗୁଁ ଗୃହ କୁ ପୁଣିଥରେ୪ ଟା ଯାଏ ମୁଲତବୀ ରଖିଛନ୍ତି ବାଚସ୍ପତି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମଧ୍ୟ ନିଘୋଡ଼ ନିଦରେ ଶୋଇଛନ୍ତି I ଏତେ ସବୁ ପାଟିତୁଣ୍ଡ ହୋ ହାଲ୍ଲା ହେବାସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଗୃହକୁ ଆସୁଛନ୍ତି ନା କୌଣସି ବିବୃତି ରଖୁଛନ୍ତି I ଯାହା ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି I ତେଣୁ ଏ ଥର ର ଅଧିବେଶନ ର ଅବଧି ପୁରା କରିବା ପୂର୍ବରୁ ବନ୍ଦ ହୋଇଯାଇପାରେ ବୋଲି ଆଲୋଚନା ହେଉଛି I

Leave A Reply

Your email address will not be published.