ମମିତା ମାମଲା : ଗୃହ ରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ

43

ବହୁଚର୍ଚ୍ଚିତ ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା କାଣ୍ଡରେ ରାଜ୍ୟ ଶାସକ ଦଳ ର ମନ୍ତ୍ରୀଙ୍କ ସମ୍ପୃକ୍ତି କୁ ନେଇ ରାଜ୍ୟ ରାଜନୀତିରେ ପ୍ରବଳ ତୁମ୍ଭିତୋଫାନ ଚାଲିଲା I ବିରୋଧୀ ଙ୍କ ଆକ୍ରମଣ ଏବଂ ଶାସକ ଦଳ ର ପ୍ରତି ଆକ୍ରମଣ ରେ ସତ୍ତ୍ୱେ ଆଜି ଯାଏ ମୁଖ୍ୟମନ୍ତ୍ରୀ ନିରବ ଦ୍ରଷ୍ଠା ଥିଲେ I କିନ୍ତୁ ଶାସକ ଦଳ ସମ୍ପୃକ୍ତ ମନ୍ତ୍ରୀ ଙ୍କ ବିରୋଧରେ କୌଣସି ପଦକ୍ଷେପ ଏ ଯାଏଁ ନେଇ ନାହାନ୍ତି I ଏହି ଘଟଣାର ଦୁଇ ମାସ ବିତିଥିବା ବେଳେ ଶେଷରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରସଙ୍ଗରେ ସେ ଆଜି ବିଧାନସଭାରେ ବିବୃତି ଦେଇଛନ୍ତି।ସେ କହିଛନ୍ତି, “ପୀଡିତା ଙ୍କ ପରିବାର ଲୋକଙ୍କ ନିବେଦନ ସତ୍ତ୍ୱେ ଏହି ଘଟଣା ର ରାଜନୀତିକରଣ ଚାଲୁ ରହିଛି I ଏହା ମୋତେ ବ୍ୟଥିତ କରୁଛି।” । ମହିଳା ଓ ସମ୍ବେଦନଶୀଳ ବର୍ଗଙ୍କୁ ନ୍ୟାୟ ପ୍ରତି ମୁଁ ସର୍ବଦା କାର୍ଯ୍ୟରତ। ବିନା ଭୟ ଓ ଦ୍ୱନ୍ଦ୍ୱରେ ପୁଲିସ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି। ଯିଏ ଦୋଷୀ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।”ମୁଖମନ୍ତ୍ରୀ ଆହୁରି କହିଛନ୍ତି ଯେ, ଅବସରପ୍ରାପ୍ତ ଜିଲ୍ଲା ଜଜ ମାମଲାର ତଦନ୍ତ ପ୍ରକ୍ରିୟାର ତଦାରଖ କରିବେ। ହାଇକୋର୍ଟଙ୍କୁ ଏନେଇ ଅନୁରୋଧ କରିଥିଲେ ରାଜ୍ୟ ସରକାର। ନ୍ୟାୟିକ ତତ୍ତ୍ୱାବଧାନରେ ତଦନ୍ତ ଚାଲିଛି, ନ୍ୟାୟ ବ୍ୟବସ୍ଥା ପ୍ରତି ଆସ୍ଥା ରହୁ। ଦାୟିତ୍ୱରେ ଯିଏ ବି ଅବହେଳା କରିଥିବ, ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ବିରୋଧୀଙ୍କୁ ନିବେଦନ କରୁଛି ଗୃହ କାର୍ଯ୍ୟରେ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ବିବୃତିରେ କହିଛନ୍ତି।

Leave A Reply

Your email address will not be published.