୩ୟ ଟେଷ୍ଟ: ରୋହିତ ଶର୍ମା, ରବୀନ୍ଦ୍ର ଜାଦେଜାଙ୍କ ଶତକ, ପ୍ରଥମ ଦିନରେ ଭାରତ ୩୨୬/୫

1,006

ରାଜକୋଟ: ରାଜକୋଟରେ ଖେଳାଯାଉଥିବା ୩ୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୫ ଓ୍ବିକେଟରେ ୩୨୬ ରନ କରି ନିଜର ସ୍ଥିତି ସୁଦୃଢ କରିଛି । ପ୍ରଥମ ଦିନରେ ଭାରତ ପକ୍ଷରୁ ଦୁଇଟି ଆକର୍ଷଣୀୟ ଶତକ-ରୋହିତ ଶର୍ମା ଓ ରବୀନ୍ଦ୍ର ଜାଦେଜାଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ।

ଏହି ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ ଭାରତୀୟ ଦଳ ମାତ୍ର ୨୨ ରନରେ ପ୍ରଥମ ଓ୍ବିକେଟ ହରାଇଥିଲା ଯେତେବେଳେ ଯଶସ୍ବୀ ଜୟସ୍ବାଲ ମାତ୍ର ୧୦ ରନ କରି ଆଉଟ ହୋଇଥିଲେ । ଏହା ପରେ ପରେ ଶୁଭମନ ଗିଲ ଓ ରଜତ ପଟିଦାର ଯଥାକ୍ରମେ ୦ ଓ ୫ ରନ କରି ଆଉଟ ହୋଇଥିଲେ । ତେବେ ରୋହିତ ଓ ରବୀନ୍ଦ୍ର ଜାଦେଜା ଏକ ଭଲ ପାର୍ଟନରସିପ କରି ଦଳକୁ ସଂକଟରୁ ଉଦ୍ଧାର କରିଥିଲେ । ରୋହିତ ୧୩୧ ରନ କରି ଆଉଟ ହୋଇଥିବାବେଳେ ଜାଦେଜା ୧୧୦ ରନ କରି ଅପରାଜିତ ଅଛନ୍ତି । ତାଙ୍କ ସହ କ୍ରିଜରେ ଅଛନ୍ତି କୂଳଦୀପ ଯାଦବ । ସରଫରାଜ ଖାଁ ୬୨ ରନ କରି ରନଆଉଟ ହୋଇଥିଲେ ।

ରୋହିତ ଶର୍ମା ଗତ ବର୍ଷ ଜୁଲାଇରେ ନିଜର ଶେଷ ଟେଷ୍ଟ ଶତକ ହାସଲ କରିଥିଲେ, ଯେତେବେଳେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯାଇଥିଲା। ଅର୍ଥାତ୍ ପ୍ରାୟ ୬ ମାସ ପରେ ସେ ଟେଷ୍ଟ ଶତକ ହାସଲ କରିଛନ୍ତି ।

Comments are closed, but trackbacks and pingbacks are open.