ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା: ୩ ଟେନିସ୍ ଖେଳାଳି ମୃତ

29

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଏକ ଦ୍ରୁତଗାମୀ କାର୍ ଟ୍ରକକୁ ପଛପଟୁ ଧକ୍କା ଦେବାରୁ ୩ ଜଣ ଯୁବ ଟେନିସ୍ ଖେଳାଳିଙ୍କ ମୃତ୍ୟୁ ହୋଇଛି । କାରରେ ଥିବା ଅନ୍ୟ ୩ ଜଣ ଖେଳାଳିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆଜି ଭୋର ପ୍ରାୟ ୫ଟା ସମୟରେ ଏକ୍ସପ୍ରେସ ୱେରେ ୬ ଜଣ ଟେନିସ୍ ଖେଳାଳି ଲକ୍ଷ୍ନୌରୁ ଏକ ଟୁର୍ଣ୍ଣାମେଣ୍ଟ ସାରି ଦେଓରିଆ ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଖେଳାଳିଙ୍କୁ ନେଇ ଯାଉଥିବା କାରଟି ଅଧିକ ବେଗ ଯୋଗୁଁ ନିୟନ୍ତ୍ରଣ ହରାଇଥିଲା ଏବଂ ସମ୍ନାରେ ଯାଉଥିବା ଏକ ଟ୍ରକକୁ ଶକ୍ତ ଧକା ଦେଇଥିଲା । ଫଳରେ ସମସ୍ତ ୬ ଜଣ ଖେଳାଳି କାର୍ ଭିତରେ ଚାପି ହୋଇଯାଇଥିଲେ । ପୋଲିସ ପହଁଚି ସେମାନଙ୍କୁ ଉଦ୍ଧାର କରିଥିଲା । ତିନି ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ମାନେ ହେଲେ ଆନନ୍ଦ ଯାଦବ (୨୩), ରାଜୁ (୨୨) ଏବଂ ଜୟନ୍ତ ଶର୍ମା (୩୦) । ମୃତକ ମାନେ ହେଲେ, ନିତ୍ୟା ପ୍ରଜାପତି (୨୨), ଇରଫାନ ଅନସାରୀ (୨୦) ଏବଂ ଅନିକେତ (୨୪) । ଜୟନ୍ତ ଶର୍ମାଙ୍କ କହିବା ଅନୁସାରେ, ଦୁର୍ଘଟଣା ସମୟରେ ସେମାନେ ସମସ୍ତେ ଶୋଇ ପଡ଼ିଥିଲେ । ଭୟଙ୍କର ଶବ୍ଦରେ ସେମାନଙ୍କ ନିଦ ଭାଙ୍ଗିଥିଲା । ସମସ୍ତଙ୍କୁ କୁମାର ଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅଯୋଧ୍ୟ ଦର୍ଶନ ନଗର ମେଡ଼ିକାଲ କଲେଜକୁ ପ୍ରାଥମିକ ଚିକିତ୍ସା ପରେ ସ୍ଥାନାନ୍ତର କରାଯାଇଛି ।

Comments are closed, but trackbacks and pingbacks are open.